DSSSB: ଦିଲ୍ଲୀ କୋର୍ଟରେ ୬୪୧ଟି ପଦବିରେ ନିଯୁକ୍ତି ସୁଯୋଗ

Oct 08, 2026 - 19:14
DSSSB: ଦିଲ୍ଲୀ କୋର୍ଟରେ ୬୪୧ଟି ପଦବିରେ ନିଯୁକ୍ତି ସୁଯୋଗ

"ନୂଆଦିଲ୍ଲୀ: ଦିଲ୍ଲୀ ଅଧୀନସ୍ଥ ସେବା ଚୟନ ବୋର୍ଡ ପକ୍ଷରୁ ଦିଲ୍ଲୀ ଜିଲ୍ଲା ଓ ସେସନ୍ସ କୋର୍ଟ ଏବଂ ପରିବାର ଅଦାଲତରେ ବିଭିନ୍ନ ପଦବି ପାଇଁ ୬୪୧ଟି ନିଯୁକ୍ତି ଘୋଷଣା କରାଯାଇଛି।

ଏହି ନିଯୁକ୍ତି ବିଜ୍ଞପ୍ତି ନମ୍ବର ୦୪/୨୦୨୬ ଅଧୀନରେ ହେଉଛି।

ଅନଲାଇନ୍ ଆବେଦନ ୨୦୨୬ ଅକ୍ଟୋବର ୬ରୁ ଆରମ୍ଭ ହୋଇଛି ଏବଂ ୨୦୨୬ ନଭେମ୍ବର ୪ ରାତି ୧୧ଟା ପର୍ଯ୍ୟନ୍ତ ଆବେଦନ କରିହେବ।

Advertisment ପଦବି ବିବରଣୀ •    ସିନିୟର ପର୍ସନାଲ ଆସିଷ୍ଟାଣ୍ଟ ପାଇଁ ୨୭ଟି ପଦବି •    ପର୍ସନାଲ ଆସିଷ୍ଟାଣ୍ଟ ପାଇଁ ୨୦୬ଟି ପଦବି•    ଜୁନିୟର ଜୁଡିସିଆଲ ଆସିଷ୍ଟାଣ୍ଟ ପାଇଁ ୧୭୪ ପଦବି•    ପ୍ରୋସେସ୍ ସର୍ଭର ପାଇଁ ୯୨ ପଦବି •    ପିଅନ୍/ଅର୍ଡର୍ଲି/ଡାକ ପିଅନ୍ ପାଇଁ ୧୪୨ ପଦବି ଶିକ୍ଷାଗତ ଯୋଗ୍ୟତା ପଦ ଅନୁସାରେ ଯୋଗ୍ୟତା ଭିନ୍ନ ରହିଛି।

ପର୍ସନାଲ ଆସିଷ୍ଟାଣ୍ଟ, ସିନିୟର ପର୍ସନାଲ ଆସିଷ୍ଟାଣ୍ଟ ଓ ଜୁନିୟର ଜୁଡିସିଆଲ ଆସିଷ୍ଟାଣ୍ଟ ପାଇଁ ସ୍ନାତକ ଆବଶ୍ୟକ।

ପ୍ରୋସେସ୍ ସର୍ଭର ଏବଂ ପିଅନ୍/ଅର୍ଡର୍ଲି/ଡାକ ପିଅନ୍ ପଦ ପାଇଁ ଦଶମ ପାସ୍ ଯୋଗ୍ୟତା ରହିଛି।

ସାଧାରଣ ପ୍ରାର୍ଥୀଙ୍କ ପାଇଁ ବୟସ ସୀମା ୧୮ରୁ ୨୭ ବର୍ଷ।

ସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କୁ ସରକାରୀ ନିୟମ ଅନୁସାରେ ବୟସ ଛାଡ଼ ମିଳିବ।

ଆବେଦନ ଶୁଳ୍କ ୧୦୦ ଟଙ୍କା ରହିଛି।

ମହିଳା, ଏସସି, ଏସଟି, ପିଡବ୍ଲୁବିଡି ଏବଂ ଯୋଗ୍ୟ ପୂର୍ବତନ ସୈନିକ ପ୍ରାର୍ଥୀଙ୍କୁ ଶୁଳ୍କ ଛାଡ଼ର ସୁବିଧା ରହିଛି।

କିପରି ଆବେଦନ କରିବେ ପ୍ରାର୍ଥୀମାନେ ଡିଏସଏସଏସବିର ଅନଲାଇନ୍ ପୋର୍ଟାଲରେ ରେଜିଷ୍ଟ୍ରେସନ୍ କରି ଆବେଦନ କରିପାରିବେ।

ଆବେଦନ କରିବା ପୂର୍ବରୁ ପଦ ଅନୁସାରେ ଯୋଗ୍ୟତା ଓ ଚୟନ ପ୍ରକ୍ରିୟା ଥିବା ବିସ୍ତୃତ ବିଜ୍ଞପ୍ତି ନିଶ୍ଚୟ ଯାଞ୍ଚ କରନ୍ତୁ।

ଘର ଭିତରେ ବିସ୍ଫୋରଣ ହେଲା ବାଣ; ଜଣେ ମୃତ, ୪ ଜଣ ଗୁରୁତର "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)