Drowning : ନାଖରା ବନ୍ଧରେ ଗାଧୋଉଥିବା ବେଳେ ଅଘଟଣ , ଭାସିଯାଇ ଯୁବକ ନିଖୋଜ
ବାରିପଦା,୭।୭ : ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧିନରେ ଥିବା ନାଖରା ସେତୁରେ ଅଘଟଣ। ଗାଧୋଉଥିବା ବେଳେ ନାଖରା ସେତୁରେ ଭାସିଗଲେ ଯୁବକ। ନିଖୋଜ ଯୁବକ ଜଣକ ହେଲେ ବାଲେଶ୍ୱର ଜିଲ୍ଲା କଅଁରାକୁଳର ଅଶୋକ କୁମାର ଜେନା ଙ୍କ ପୁଅ ଆକାଶ କୁମାର ଜେନା। ସେ ଯୁକ୍ତ ୨ରେ ପାଠ ପଢୁଥିବା ଜଣାପଡିଛି।
ବାଲେଶ୍ୱର ଜିଲ୍ଲାରୁ୫ ଜଣ ସାଙ୍ଗ ନାଖରା ସେତୁର ବଢ଼ିପାଣିରେ ଗାଧୋଇବାକୁ ଆସିଥିଲେ। ଗାଧୋଉଥିବା ବେଳେ ବଢି ପାଣିରେ ବୁଡିଯାଇଥିଲେ। ସ୍ଥାନୀୟ ଲୋକେ କୌଣସି ମତେ ସେମାନଙ୍କୁ ଉଦ୍ଧାର କରିଥିଲେ। ହେଲେ ଆକାଶଙ୍କ ପତ୍ତା ମିଳି ନ ଥିଲା। ଖବର ପାଇ ପୋଲିସ୍ ଓ ଅଗ୍ନିଶମ ବିଭାଗ ଘଟଣା ସ୍ତହଳରେ ପହଞ୍ଚି ନିଖୋଜ ଯୁବକକୁ ଉଦ୍ଧାର କରିବାକୁ ଚେଷ୍ଟା ଚଳାଇଛନ୍ତି । ସ୍ଥାନୀୟ ଲୋକେ ମାଛ ଧରୁଥିବା ବେଳେ ଯୁବକ ମାନଙ୍କୁ ପାଣି ଭିତରକୁ ଯିବାଲାଗି ବାରମ୍ବାର ମନା କରିବା ପରେ ମଧ୍ୟ ସେମାନେ ଗଭୀର ପାଣିକୁ ଚାଲିଯାଇଥିଲେ।
ଆହୁରି ପଢନ୍ତୁ ; ବାଇକକୁ ଧକ୍କା ଦେଲା ଥର୍, ୨ ବାଇକ୍ ଆରୋହୀ ମୃତ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।