30 OCTOBER 2026

Welcome!

Unlock your personalized experience.
Sign Up

Droupadi Murmu: ରାଷ୍ଟ୍ରପତିଙ୍କ ତିନିଦିନିଆ ଓଡ଼ିଶା ଗସ୍ତ ବାତିଲ

Oct 30, 2026 - 16:32
Droupadi Murmu: ରାଷ୍ଟ୍ରପତିଙ୍କ ତିନିଦିନିଆ ଓଡ଼ିଶା ଗସ୍ତ ବାତିଲ

ରାଇରଙ୍ଗପୁର (ତୁଷାର କାନ୍ତ ମହାନ୍ତ): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ତିନିଦିନିଆ ଓଡ଼ିଶା ଗସ୍ତ ବାତିଲ ହୋଇଛି। ପାଣିପାଗରେ ଅଚାନକ ପରିବର୍ତ୍ତନକୁ ଲକ୍ଷ୍ୟ ରଖି ଏହି ଗସ୍ତ ବାତିଲ ହୋଇଥିବା ସୂଚନା ମିଳିଛି। ସେ ଦୁଇ ଦିନ ପରିବର୍ତ୍ତେ ତିନି ଦିନ ପାଇଁ ଓଡ଼ିଶା ଗସ୍ତ କରିଥାନ୍ତେ। ଏକାଧିକ ଉନ୍ନୟନମୂଳକ କାର୍ଯ୍ୟରେ ଯୋଗ ଦେଇଥାନ୍ତେ। ତେବେ ରାଷ୍ଟ୍ରପତିଙ୍କ ଗସ୍ତ ଆସନ୍ତା ଜାନୁଆରିରେ ହୋଇପାରେ। 

ସୂଚନାଯୋଗ୍ୟ, ରାଷ୍ଟ୍ରପତି ‌ଦ୍ରୌପଦୀ ମୁର୍ମୁ ଅକ୍ଟୋବର ୨୮ ଏବଂ ୨୯ରେ ଓଡ଼ିଶା ଗସ୍ତ କରିଥାନ୍ତେ। ତେବେ ତାଙ୍କର ଏହି ଗସ୍ତସୂଚୀରେ ପରିବର୍ତ୍ତନ କରାଯାଇଥିଲା। ସେ ଓଡ଼ିଶାକୁ ନଭେମ୍ବର ୪ ଏବଂ ୫ରେ ଆସିବାର ଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କର ଗସ୍ତ ତିନିଦିନ ପାଇଁ ଅର୍ଥାତ ନଭେମ୍ବର ୩ରୁ ୫ ତାରିଖ ଯାଏଁ ହେବ ବୋଲି ସ୍ଥିର ହୋଇଥିଲା।

Rairangpur: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗାଁ ବୁଲିବେ ପ୍ରଧାନମନ୍ତ୍ରୀ ମୋଦୀ

ତିନିଦିନିଆ ଗସ୍ତ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ, ଲୋକାର୍ପଣ କରିଥାନ୍ତେ। ତାଙ୍କର ଏହି ଗସ୍ତରେ ମା’ କିଚେକେଶ୍ୱରୀଙ୍କ ଦର୍ଶନ ଠାରୁ ଆରମ୍ଭ କରି ଜାହେର ଥାନର ବିକାଶ ଏବଂ ନୂତନ ଏକ୍ସପ୍ରେସ ଟ୍ରେନ୍‌ର ଶୁଭାରମ୍ଭ ଯାଏଁ ରହିଥିଲା ଅନେକ କାର୍ଯ୍ୟକ୍ରମ।   

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)