Drone Incident: ଜେଲେନସ୍କିଙ୍କ ବିମାନ ଡ୍ରୋନ୍ ଧକ୍କାରୁ ଅଳ୍ପକେ ରକ୍ଷା ପାଇଲା: ନରୱେ ପ୍ରଧାନମନ୍ତ୍ରୀଙ୍କ ସୂଚନା

Sep 10, 2026 - 10:06
Drone Incident: ଜେଲେନସ୍କିଙ୍କ ବିମାନ ଡ୍ରୋନ୍ ଧକ୍କାରୁ ଅଳ୍ପକେ ରକ୍ଷା ପାଇଲା: ନରୱେ ପ୍ରଧାନମନ୍ତ୍ରୀଙ୍କ ସୂଚନା

"ଓସଲୋ: ନରୱେ ରାଜାଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ନେଇ ଯାଉଥିବା ଏକ ବିମାନ ମାଲଡୋଭାରୁ ଉଡ଼ାଣ କରିବା ସମୟରେ ଏକ ଡ୍ରୋନ୍ ଦ୍ୱାରା ଧକ୍କା ହେବାରୁ ଅଳ୍ପକେ ରକ୍ଷା ପାଇଛି।

ନରୱେ ପ୍ରଧାନମନ୍ତ୍ରୀ ଜୋନାସ୍ ଗାହର ଷ୍ଟୋରି ଏନେଇ ସୂଚନା ପ୍ରଦାନ କରିଛନ୍ତି।

ୟୁକ୍ରେନର ପଡ଼ୋଶୀ ଦେଶ ମାଲଡୋଭାରୁ ଉଡ଼ାଣ ଆରମ୍ଭ କରିବା ସମୟରେ ଏଭଳି ଘଟିଥିବା ସେ କହିଛନ୍ତି।

ତେବେ ଷ୍ଟୋରି ଏହି ସୂଚନା କେଉଁଠାରୁ ପାଇଲେ କିମ୍ବା ଡ୍ରୋନ୍‌ଟି ଜେଲେନସ୍କିଙ୍କ ବିମାନର କେତେ ନିକଟତର ଥିଲା ସେସମ୍ପର୍କରେ କୌଣସି ତଥ୍ୟ ପ୍ରଦାନ କରି ନାହାନ୍ତି।

ବୁଧବାର ଦିନ ନରୱେର ରାଜା ହାରାଲ୍ଡ ପଞ୍ଚମଙ୍କ ଅନ୍ତିମ ସଂସ୍କାରରେ ଜେଲେନସ୍କି ଯୋଗ ଦେଇଥିଲେ, ଅନ୍ୟ ରାଷ୍ଟ୍ରମୁଖ୍ୟମାନଙ୍କ ସହିତ ଓସଲୋରେ ତାଙ୍କ କଫିନ ପଛରେ ସେ ଚାଲିଚାଲି ଯାଇଥିଲେ।

ଅନ୍ତିମ ସଂସ୍କାର ପରେ ସେ ନରୱେ ଛାଡ଼ି ଦେଇଥିଲେ।Advertisment ବିମାନକୁ ସୁରକ୍ଷା ଦେବା ପାଇଁ ଆକାଶ ମାର୍ଗ ବନ୍ଦ ମାଲଡୋଭାର ସରକାରୀ ମୁଖପାତ୍ର ଡୁମିଟ୍ରି ଚିଓରିସି କହିଛନ୍ତି ଯେ ସେହି ସମୟରେ ଦେଶ ଉପରେ ଉଡୁଥିବା ବିମାନକୁ ସୁରକ୍ଷା ଦେବା ପାଇଁ ଆକାଶ ମାର୍ଗ ବନ୍ଦ କରିଦିଆଯାଇଥିଲା।

ଫଳରେ ୟୁକ୍ରେନୀୟ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ନେଇ ଯାଉଥିବା ବିମାନ ସମେତ ତିନୋଟି ବିମାନର ଉଡ଼ାଣ ବିଳମ୍ବ ହୋଇଥିଲା।

ପରିସ୍ଥିତି ସୁଧୁରିବା ପରେ ଜେଲେନସ୍କିଙ୍କ ଉଡ଼ାଣ ନିର୍ଦ୍ଧାରିତ ସମୟଠାରୁ ବିଳମ୍ବରେ ହୋଇଥିଲା।

ଅଧିକାରୀମାନେ କହିଛନ୍ତି ଯେ ଡ୍ରୋନ୍ ପ୍ରଥମେ ନାଟୋ ସଦସ୍ୟ ରୋମାନିଆର ଆକାଶମାର୍ଗରେ ପ୍ରବେଶ କରିଥିଲା।

ରୋମାନିଆର ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ, ସ୍ପେନର ବାୟୁ ଏବଂ ମହାକାଶ ବାହିନୀର ଦୁଇଟି ଏଫ-୧୮ ଲଢୁଆ ବିମାନକୁ ଡ୍ରୋନ୍ ଉପରେ ନଜର ରଖିବା ପାଇଁ ପଠାଯାଇଥିଲା।

ଏହା ପରେ ଡ୍ରୋନ୍‌ଟି ମୋଲଡୋଭାର ଆକାଶମାର୍ଗରେ ପୁନର୍ବାର ପ୍ରବେଶ କରିଥିଲା।

ମାଲଡୋଭା ପୁଲିସର ସୂଚନା ଅନୁଯାୟୀ, ଦେଶର ରିସକାନି ଜିଲ୍ଲାର ଏକ ଗାଁ ବାହାରେ ଏକ ସୂର୍ଯ୍ୟମୁଖୀ କ୍ଷେତରେ ରୁଷ ଡ୍ରୋନ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଯାହା ଫଳରେ ଚାରୋଟି ସ୍ଥାନରେ ଅଗ୍ନିକାଣ୍ଡ ଘଟିଥିଲା।

କୌଣସି ମୃତାହତର ଖବର ମିଳିନାହିଁ।

ରାଜଧାନୀ ଚିସିନାଉର ଅନ୍ତର୍ଜାତୀୟ ବିମାନବନ୍ଦରରୁ ପ୍ରାୟ ୧୬୦ କିଲୋମିଟର ଦୂରରେ ତଳେ ପଡ଼ି ଡ୍ରୋନ୍‌ଟି ବିସ୍ଫୋରଣ ହୋଇଥିଲା।

Donald Trump: ଟ୍ରମ୍ପଙ୍କ ବଡ଼ ଘୋଷଣା: କହିଲେ ବୟସ୍କଙ୍କୁ ଦେବି ୫,୦୦୦ ଡଲାର ତଦନ୍ତ ପରେ ମାଲଡୋଭା ପୁଲିସ ଏବଂ ବିଶେଷଜ୍ଞମାନେ କହିଛନ୍ତି ଯେ, ଘଟଣାସ୍ଥଳରୁ ଏକ ଡ୍ରୋନର ଖଣ୍ଡ ମିଳିଛି, ଯେଉଁଥିରେ ଏକ ପ୍ରପଲ୍ସନ ସିଷ୍ଟମ ଏବଂ ଜେରାନ ପ୍ରକାରର ଡ୍ରୋନ୍ ସହିତ ସଦୃଶ ଅନ୍ୟାନ୍ୟ ବୈଶିଷ୍ଟ୍ୟ ରହିଛି।

ୟୁକ୍ରେନ ବିରୋଧରେ ଯୁଦ୍ଧରେ ରୁଷ ଏହିପରି ଡ୍ରୋନ୍‌ଗୁଡ଼ିକୁ ବହୁଳ ଭାବରେ ବ୍ୟବହାର କରୁଛି।

ପୁଲିସ କହିଛି, ବିସ୍ଫୋରଣ ଯୋଗୁ ଏକ ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି।

ବିଶେଷଜ୍ଞମାନେ ବ୍ୟବହୃତ ବିସ୍ଫୋରକର ପ୍ରକାର ଏବଂ ପରିମାଣ ନିର୍ଣ୍ଣୟ କରିବା ପାଇଁ କାମ କରୁଛନ୍ତି।

ୟୁକ୍ରେନ ରୋମାନିଆ ଏବଂ ମୋଲଡୋଭା ଉଭୟ ସହିତ ସୀମା ରହିଛି।

୨୦୨୨ରେ ରୁଷ ଆକ୍ରମଣ ପରଠାରୁ ଉଭୟ ଦେଶରେ ଏଭଳି ବହୁବାର ଡ୍ରୋନ୍ ଆକ୍ରମଣ ଘଟଣା ରିପୋର୍ଟ ହୋଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)