Drone Attack In Sudan: ସୁଦାନରେ ଭୟାବହ ଡ୍ରୋନ୍ ଆକ୍ରମଣ: ୨୧ ମୃତ
ଖାର୍ତୁମ୍: ସୁଦାନ ରେ ସେନାବାହିନୀ ଏବଂ ପାରାମିଲିଟାରୀ ''ରାପିଡ୍ ସପୋର୍ଟ ଫୋର୍ସେସ୍'' (ଆରଏସଏଫ୍) ମଧ୍ୟରେ ଚାଲିଥିବା ରକ୍ତାକ୍ତ ସଂଘର୍ଷ ଏବେ ଭୟାବହ ଡ୍ରୋନ୍ ଯୁଦ୍ଧର ରୂପ ନେଇଛି।
ଦେଶର ପଶ୍ଚିମ ଡାରଫୁର୍ ଅଞ୍ଚଳରେ ହୋଇଥିବା ପୃଥକ୍ ଡ୍ରୋନ୍ ଆକ୍ରମଣରେ ୨୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪୦ ରୁ ଊର୍ଦ୍ଧ୍ୱ ଗୁରୁତର ଆହତ ହୋଇଛନ୍ତି।
ଏଥିସହିତ ଗୁରୁତ୍ୱପୂର୍ଣ୍ଣ ବିଦ୍ୟୁତ୍ ଗ୍ରିଡଗୁଡ଼ିକ ଉପରେ ଆକ୍ରମଣ ଯୋଗୁଁ ଦେଶର ଏକ ବଡ଼ ଅଞ୍ଚଳ ଅନ୍ଧକାରମୟ ହୋଇପଡ଼ିଛି।
Advertisment ସୂଚନା ଅନୁଯାୟୀ, ଡାରଫୁରର ନ୍ୟାଲା ସହରସ୍ଥିତ ଏକ ବ୍ୟସ୍ତବହୁଳ ବଜାର ଉପରେ ହୋଇଥିବା ଡ୍ରୋନ୍ ଆକ୍ରମଣରେ ୨୧ ଜଣ ନିରୀହ ଲୋକ ପ୍ରାଣ ହରାଇଛନ୍ତି।
ଆରଏସଏଫର ଗଡ଼ କୁହାଯାଉଥିବା ଏହି ଅଞ୍ଚଳରେ ସୁଦାନ ସେନା ପକ୍ଷରୁ ନିୟମିତ ଆକ୍ରମଣ କରାଯାଉଛି।
ଏହାର ପ୍ରତିଶୋଧ ନେବାକୁ ଯାଇ ଆରଏସଏଫ୍ ବିଦ୍ରୋହୀମାନେ ପୂର୍ବ ସୁଦାନର ଅଲ୍-ଜଜିରା, ହ୍ୱାଇଟ୍ ନାଇଲ୍, ସେନ୍ନାର୍ ଏବଂ ଗେଦାରେଫ୍ ରାଜ୍ୟର ଅନେକ ପାୱାର ଷ୍ଟେସନ୍ ଓ ଅଲ୍-ମାର୍ଖିୟାତ୍ ଟ୍ରାନ୍ସଫର୍ମର ଷ୍ଟେସନ୍ ଉପରେ ଡ୍ରୋନ୍ ମାଡ଼ କରିଛନ୍ତି, ଯାହାଫଳରେ ଲକ୍ଷ ଲକ୍ଷ ଲୋକ ବିଦ୍ୟୁତ୍ ସେବାରୁ ବଞ୍ଚିତ ହୋଇଛନ୍ତି।
ମିଳିତ ଜାତିସଂଘର ଆକଳନ ଅନୁଯାୟୀ, କେବଳ ଅକ୍ଟୋବର ମାସର ପ୍ରଥମ ତିନି ସପ୍ତାହ ମଧ୍ୟରେ ଡ୍ରୋନ୍ ଆକ୍ରମଣ ଯୋଗୁଁ ୩୦୦ ରୁ ଅଧିକ ଲୋକ ପ୍ରାଣ ହରାଇସାରିଛନ୍ତି।
୨୦୨୩ ଏପ୍ରିଲରୁ ଆରମ୍ଭ ହୋଇଥିବା ଏହି ଗୃହଯୁଦ୍ଧରେ ଏପର୍ଯ୍ୟନ୍ତ ୨ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ଗଲାଣି।
ଏହି ସଂଘର୍ଷ ଯୋଗୁଁ ସୁଦାନରେ ବିଶ୍ୱର ସବୁଠାରୁ ବଡ଼ ଦୁର୍ଭିକ୍ଷ ଓ ବିସ୍ଥାପନ ସଙ୍କଟ ସୃଷ୍ଟି ହୋଇଛି।
ଆମେରିକା, ଫ୍ରାନ୍ସ, ବ୍ରିଟେନ୍ ସମେତ ୩୦ଟି ଦେଶ ଜରୁରୀକାଳୀନ ସାହାଯ୍ୟ ନପହଞ୍ଚିଲେ ଦେଶବ୍ୟାପୀ ଅଭୂତପୂର୍ବ ଦୁର୍ଭିକ୍ଷ ଦେଖାଦେବ ବୋଲି ଚେତାବନୀ ଦେଇଛନ୍ତି।
ଆସାରାମ ବାପୁଙ୍କୁ ସୁପ୍ରିମ୍ କୋର୍ଟରୁ ବଡ଼ ଝଟକା: ଆଜି ହିଁ କରିବାକୁ ପଡ଼ିବ ଆତ୍ମସମର୍ପଣ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
