25 NOVEMBER 2026

Welcome!

Unlock your personalized experience.
Sign Up

Drone attack: ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୭ ମୃତ, ଜବାବ ଦେଇ ୨ଜଣଙ୍କ ଜୀବନ ନେଲା ରୁଷ

Nov 14, 2026 - 08:26
Drone attack: ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୭ ମୃତ, ଜବାବ ଦେଇ ୨ଜଣଙ୍କ ଜୀବନ ନେଲା ରୁଷ

କିଭ୍‌: ୟୁକ୍ରେନ ଏବଂ ରୁଷ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏହି ଯୁଦ୍ଧ ଶେଷ କରିବାକୁ ବିଭିନ୍ନ ଦେଶ ଉଦ୍ୟମ କରିଛନ୍ତି। କିନ୍ତୁ ଏଥିରେ ବ୍ରେକ୍‌ ଲାଗିଲା ଭଳି ସଙ୍କେତ ଦେଖାଯାଉ ନାହିଁ। ପ୍ରାୟ ପାଞ୍ଚ ବର୍ଷ ଧରି ଜାରି ଥିବା ସଂଘର୍ଷ ଶୁକ୍ରବାର ରାତିରେ ଆହୁରି ଭୟଙ୍କର ଭଳି ମନେ ହେଉଛି। ୟୁକ୍ରେନ ରାତାରାତି ରୁଷ ଉପରେ ପ୍ରାୟ ୧,୨୦୦ ଡ୍ରୋନ ଆକ୍ରମଣ କରିଛି। ତେବେ ଏହି ଆକ୍ରମଣ ଏପରି ଏକ ସମୟରେ ହୋଇଛି, ଯେତେବେଳେ ଆମେରିକା ମଧ୍ୟସ୍ଥତାରେ ସଂଘର୍ଷ ବନ୍ଦ କରିବା ପାଇଁ ଆଲୋଚନା ଚାଲିଛି।

ଆମେରିକା ଏବଂ ରୁଷ ଆଲୋଚନାକାରୀମାନେ ଯୁଦ୍ଧ ବନ୍ଦ କରିବା ପାଇଁ କଥାବାର୍ତ୍ତା ଜାରି ରଖିଛନ୍ତି। ୟୁରୋପର ବ୍ୟାପକ ସୁରକ୍ଷା ବ୍ୟବସ୍ଥାକୁ ଅନ୍ତର୍ଭୁକ୍ତ କରିବା ପାଇଁ ସେମାନଙ୍କର ଆଲୋଚନାର ପରିସରକୁ ବିସ୍ତାର କରିଛନ୍ତି। ଶୀତଳ ଯୁଦ୍ଧ ଶେଷ ହେବା ପରଠାରୁ କାର୍ଯ୍ୟକାରୀ ହୋଇଛି। ମସ୍କୋ ଦୀର୍ଘ ସମୟ ଧରି ଏହି ପରିବର୍ତ୍ତନ ଚାହୁଁଥିଲା। କିନ୍ତୁ ଏହା ଏବେ ୟୁରୋପୀୟ ନେତାମାନଙ୍କୁ ଚିନ୍ତିତ କରିଛି ଏବଂ ନାଟୋର ଭବିଷ୍ୟତ ଭୂମିକା ଉପରେ ପ୍ରଶ୍ନ ଉଠାଇଛି।

Death: ଆମେରିକାରେ ରୁଷ ରାଷ୍ଟ୍ରଦୂତଙ୍କ ହଠାତ୍ ମୃତ୍ୟୁ: କାରଣ ସମ୍ପର୍କରେ ସୂଚନା ପ୍ରକାଶ କରାଯାଇ ନାହିଁ

ଜବାବ ଦେଲା ରୁଷ  
ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ, ୧,୧୯୮ ୟୁକ୍ରେନୀୟ ଡ୍ରୋନକୁ ଖସାଇ ଦେଇଛୁ। କିନ୍ତୁ ତିନୋଟି ଅଞ୍ଚଳରେ ହୋଇଥିବା ଆକ୍ରମଣରେ ୧୨ ବର୍ଷୀୟ ଶିଶୁ ସମେତ ୭ ଜଣ ଲୋକ ପ୍ରାଣ ହରାଇଛନ୍ତି। ଆକ୍ରମଣରେ ୧୭ ଜଣ ଆହତ ହୋଇଛନ୍ତି। ଏହା ବ୍ୟତୀତ ଭୋଲଗୋଗ୍ରାଡରେ ଏକ ପ୍ରମୁଖ ତୈଳ ବିଶୋଧନାଗାରରେ ନିଆଁ ଲାଗିଯାଇଛି। ରୁଷ ମଧ୍ୟ ରାତାରାତି ୟୁକ୍ରେନ ଉପରେ ୧୧୭ ଡ୍ରୋନ ଉଡ଼ାଣ କରିଛି। ଜାପୋରିଝିଆ ସହରରେ ଦୁଇଟି ଆବାସିକ କୋଠା ଉପରେ ଆକ୍ରମଣରେ ଛଅ ଜଣ ଶିଶୁ ସମେତ ୩୦ ଜଣ ଆହତ ହୋଇଛନ୍ତି ଏବଂ ଅତି କମରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି। ଏହା ବ୍ୟତୀତ, ପାୱାର ପ୍ଲାଣ୍ଟ ଉପରେ ରୁଷର ଆକ୍ରମଣ ଯୋଗୁଁ ୟୁକ୍ରେନର ଅଧା ଅଞ୍ଚଳରେ ବିଦ୍ୟୁତ୍ ବିଭ୍ରାଟ ହୋଇଛି।

ଯୁଦ୍ଧ ବନ୍ଦ ପାଇଁ ଉଦ୍ୟମ
ଆବୁଧାବିରେ ଆଲୋଚନା ପରେ ଆମେରିକାର ରାଷ୍ଟ୍ରଦୂତ ଷ୍ଟିଭ୍ ୱିଟକଫ ଏବଂ ଜାରେଡ୍ କୁଶନର ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସକିଙ୍କୁ ସୂଚନା ଦେଇଥିଲେ। ଆଗାମୀ ଆଲୋଚନାରେ ରୁଷ ବ୍ରିଟେନ, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ପୋଲାଣ୍ଡ ଏବଂ ୟୁରୋପୀୟ ସଂଘର କୂଟନୀତିଜ୍ଞଙ୍କୁ ସାମିଲ କରିବାକୁ ରାଜି ହୋଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)