Driver Dies: ତ୍ରୁଟିପୂର୍ଣ୍ଣ ଜାତୀୟ ରାଜପଥ ନିର୍ମାଣ ଯୋଗୁଁ ଦୈନିକ ୨ରୁ ୩ଟି ଦୁର୍ଘଟଣା, ଆଉ ଜଣେ ଚାଳକଙ୍କ ଜୀବନ ଗଲା

Nov 17, 2026 - 10:41
Driver Dies: ତ୍ରୁଟିପୂର୍ଣ୍ଣ ଜାତୀୟ ରାଜପଥ ନିର୍ମାଣ ଯୋଗୁଁ ଦୈନିକ ୨ରୁ ୩ଟି ଦୁର୍ଘଟଣା, ଆଉ ଜଣେ ଚାଳକଙ୍କ ଜୀବନ ଗଲା

କୋଇଡା: ମୃତ୍ୟୁ ର ଘାଟି ପାଲଟିଛି କେବଲାଙ୍ଗ ଥାନା ଅନ୍ତର୍ଗତ ଚୁନା ଘାଟି ।

ତ୍ରୁଟିପୂର୍ଣ୍ଣ ଜାତୀୟ ରାଜପଥ ନିର୍ମାଣ ଓ ବାରମ୍ବାର ବ୍ରେକ୍ ଫେଲ୍ ଯୋଗୁଁ ଏଠାରେ ପ୍ରତିଦିନ ୨ରୁ ୩ଟି ଦୁର୍ଘଟଣା ଘଟୁଥିବା ଅଭିଯୋଗ ହେଉଛି।

ଏହି ଦୁର୍ଘଟଣା ଧାରାରେ ଆଉ ଜଣେ ଯୁବ ଚାଳକଙ୍କ ଜୀବନ ଯାଇଛି।

Advertisment ଗତକାଲି ଚୁନା ଘାଟି ଜାତୀୟ ରାଜପଥରେ ଏକ ଟ୍ରଲର୍ ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତା ଉପରେ ଦୁଇଫାଳ ହୋଇ ପଡ଼ିଥିଲା।

ପୁଲିସ ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ଏହାକୁ ଉଠାଇବା ପାଇଁ କ୍ରେନ୍ ନିୟୋଜିତ ହୋଇଥିଲା।

ଏହି ସମୟରେ କୋଇଡା ପଟୁ ଆସୁଥିବା ମାଲବାହୀ ଟ୍ରଲର୍ (ନଂ- ସିଜି ୦୭ ଡିଡି ୩୧୭୦)ର ବ୍ରେକ୍ ଫେଲ୍ ହୋଇଯିବାରୁ ଏହା ସିଧାସଳଖ କ୍ରେନ୍‌କୁ ଧକ୍କା ଦେଇ ବ୍ୟାରିକେଡ୍ ଭାଙ୍ଗି ଓଲଟି ପଡ଼ିଥିଲା।

ଫଳରେ ବିହାରର ଚେୟାର ଥାନା ଅଞ୍ଚଳର ୨୦ ବର୍ଷୀୟ ଚାଳକ ରଞ୍ଜିତ କୁମାର (ରାଜ)ଙ୍କ ଘଟଣାସ୍ଥଳରେ ହିଁ ଶୋଚନୀୟ ମୃତ୍ୟୁ ହୋଇଥିଲା।

କେବଲାଙ୍ଗ ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ବହୁ କଷ୍ଟରେ ଗ୍ୟାସ୍ କଟର୍ ସାହାଯ୍ୟରେ ଟ୍ରଲର୍ ଭିତରୁ ଚାଳକଙ୍କ ମୃତଦେହ ଉଦ୍ଧାର କରି ପରିବାରକୁ ସୂଚନା ଦେଇଥିଲା।

ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି ଚୁନା ଘାଟିରେ ବାରମ୍ବାର ଏଭଳି ବ୍ରେକ୍ ଫେଲ୍ ଓ ଦୁର୍ଘଟଣା ଘଟୁଥିବାରୁ ଭାରୀଯାନ ଚାଳକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।

ଦୁର୍ଘଟଣାରେ ଧନଜୀବନ ହାନି ହେଉଥିଲେ ମଧ୍ୟ ଏହାର ସ୍ଥାୟୀ ସମାଧାନ ହେଉନଥିବାରୁ ଜାତୀୟ ରାଜପଥ ନିର୍ମାଣର ତ୍ରୁଟି ଓ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି।

ଆଉ କେତେ ଜୀବନ ଗଲେ ପ୍ରଶାସନ ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଚେତା ପଶିବ, ତାହା ଏବେ ବଡ଼ ପ୍ରଶ୍ନ।

Mysterious Death: ବନ୍ଧମୁଣ୍ଡାରେ ରେଳବାଇ କ୍ୱାର୍ଟର୍ସ ଭିତରୁ ମହିଳାଙ୍କ ରହସ୍ୟଜନକ ମୃତଦେହ ଉଦ୍ଧାର, କୋଲକାତାରୁ ଆସୁଛନ୍ତି ସ୍ବାମୀ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)