Drive a car: ବିନା ଷ୍ଟିଅରିଂରେ କାର୍‌ ଚଳାନ୍ତୁ

Sep 06, 2026 - 04:54
Drive a car: ବିନା ଷ୍ଟିଅରିଂରେ କାର୍‌ ଚଳାନ୍ତୁ

"ଟେସ୍‌ଲା ଶେଷରେ ତା"ର ବହୁ ପ୍ରତୀକ୍ଷିତ ସାଇବର୍‌କ୍ୟାବ୍‌କୁ ଟେକ୍ସାସ୍‌ର ଅଷ୍ଟିନ୍‌ରେ ଲଞ୍ଚ କରିଛି।

୨୦୨୬ ସେପ୍‌ଟେମ୍ବର୍‌ ୩ରେ ଅନୁଷ୍ଠିତ ଏହି ଲଞ୍ଚିଂ ଇଭେଣ୍ଟ୍‌ରେ ଲୋକେ ପ୍ରଥମ ଥର ପାଇଁ ଏହି ଡ୍ରାଇଭର୍‌ଲେସ୍ କାର୍‌କୁ ନିକଟରୁ ଦେଖିବାର ସୁଯୋଗ ପାଇଥିଲେ।

ସାଇବର୍‌କ୍ୟାବ୍‌ର ସବୁଠାରୁ ବଡ଼ କଥା ହେଲା, ଏଥିରେ ଷ୍ଟିଅରିଂ ହ୍ବିଲ୍‌ କିମ୍ବା ପେଡାଲ୍ ନାହିଁ।

ଅର୍ଥାତ୍ ଯାତ୍ରୀଙ୍କୁ ନିଜେ କାର୍ ଚଳାଇବାକୁ ପଡ଼ିବ ନାହିଁ।

କାର୍‌ଟି ଆପେ ଆପେ ଚାଲିବ।

ଏହା ଟୁ-ସିଟର୍‌, ଅର୍ଥାତ୍‌ ମାତ୍ର ଦୁଇଜଣ ବସିବା ପାଇଁ ତିଆରି ହୋଇଛି।

ଭିତରେ ଏକ ବଡ଼ ଟଚ୍‌ସ୍କ୍ରିନ୍ ରହିଛି।

ସେଥିରୁ ଟେମ୍ପରେଚର୍‌, ସିଟ୍ ଓ ମିଡିଆ ଭଳି ବିଭିନ୍ନ ସେଟିଂ ବଦଳାଇ ପାରିବେ।

ୟୁଏସ୍‌ବି-ସି ପୋର୍ଟ, ଏମର୍‌ଜେନ୍‌ସି ଷ୍ଟପ୍ ବଟନ୍, ଇଣ୍ଟରିୟର୍‌ କ୍ୟାମେରା ଓ ଦ୍ୱାର ଖୋଲିବା ପାଇଁ ଡୋର୍‌ ବଟନ୍, ୱିଣ୍ଡୋ କଣ୍ଟ୍ରୋଲ୍‌ ବି ରହିଛି।

ଡୋର୍‌ରେ ବ୍ରେଲ୍‌ ଲିପିର ଚିହ୍ନ ବି ରଖାଯାଇଛି।

ସର୍ଭିସ୍ ଡଗ୍‌ସ ପାଇଁ ମଧ୍ୟ ଭଲ ଜାଗା ରହିଛି।

ଡିକ୍କିରେ ଦୁଇଟି ବଡ଼ ସୁଟ୍‌କେସ୍ ଓ ଦୁଇଟି କ୍ୟାରି-ଅନ୍ ରଖିହେବ।Advertisment Agriculture: ଉଦ୍ୟାନ କୃଷି କାର୍ଯ୍ୟକ୍ରମରେ ୨୨୦ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ସାମିଲ୍ ରୋବୋଟାକ୍ସି ଆପ୍‌ ମାଧ୍ୟମରେ ସାଇବର୍‌କ୍ୟାବ୍‌କୁ ବୁକ୍ କରିହେବ ଏବଂ ଆପ୍‌ ମାଧ୍ୟମରେ ଗାଡ଼ିର ଲୋକେସନ୍‌ ଯାଞ୍ଚ କରିହେବ।

ଗାଡ଼ି ଆସିଲେ ଏକ ଆପ୍‌ ବ୍ୟବହାର କରି ଡିକ୍କି ଖୋଲିହେବ ଏବଂ ଗାଡ଼ି ପାଖକୁ ଆସିବା ମାତ୍ରେ ଡୋର୍‌ ଖୋଲିଯିବ।

ଭିତରେ ଟଚ୍‌ସ୍କ୍ରିନ୍‌ କିମ୍ବା ଆପ୍‌ ମାଧ୍ୟମରେ ତାପମାତ୍ରା ଓ ସିଟ୍‌ର ସେଟିଂ ବଦଳାଇପାରିବେ।

ତା" ସହିତ ମନୋରଞ୍ଜନ ଫିଚର୍ସର ଲାଭ ଉଠାଇପାରିବେ।

ସାଇବର୍‌କ୍ୟାବ୍ ବର୍ତ୍ତମାନ ଅଷ୍ଟିନ୍‌ର କେତେକ ଅଞ୍ଚଳରେ ଚାଲୁଛି।

ଟେସ୍‌ଲାର ରୋବୋଟାକ୍ସି ସର୍ଭିସ୍‌ ମଡେଲ୍ ୱାଇ ଗାଡ଼ି ଅଷ୍ଟିନ୍, ଡାଲାସ୍, ହ୍ୟୁଷ୍ଟନ୍ ଓ ଫ୍ଲୋରିଡାର କିଛି ସହରରେ ମଧ୍ୟ ଚାଲୁଛି।

ସୋସିଆଲ୍ ମିଡିଆରେ ଏହି କାର୍‌କୁ ନେଇ ଲୋକଙ୍କ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳିଛି।

କେହି କେହି ଏହାକୁ ଭବିଷ୍ୟତର କାର୍ ବୋଲି କହୁଥିବା ବେଳେ, କେହି ଷ୍ଟିଅରିଂ ହ୍ବିଲ୍‌ସ ନଥିବା ନେଇ ଆଶ୍ଚର୍ଯ୍ୟ ହେଉଛନ୍ତି।

Budhabalanga: ବିଧାୟକଙ୍କ ପ୍ରସ୍ତାବରେ ନଦୀପଠାର ୮ ସ୍ଥାନରେ ନିର୍ମାଣ ହେବ ବନ୍ୟା ଆଶ୍ରୟସ୍ଥଳ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)