Double murder of minor: ନାବାଳକଙ୍କ ଡବଲ୍ ମର୍ଡର: ୨୪ ଘଣ୍ଟାରେ ବାପାପୁଅ ମୃତ, ବାଳସୁଧାର ଗୃହ ଗଲେ ୨ ଅଭିଯୁକ୍ତ
"ଭୁବନେଶ୍ବର: ରବିବାର ବିଳମ୍ବିତ ରାତିରେ କୋଳଥିଆ ହତ୍ୟାକାଣ୍ଡ ଘଟଣାରେ ମୃତ କୃଷ୍ଣପ୍ରସାଦ ପାଢ଼ୀଙ୍କ ବାପା ହିମାଂଶୁଙ୍କର ଆଜି ମୃତ୍ୟୁ ଘଟିଛି।
କୋମା ଅବସ୍ଥାରେ ଏମ୍ସ ଟ୍ରମା କେୟାର୍ ବିଭାଗରେ ଭର୍ତ୍ତି ହୋଇଥିବା ହିମାଂଶୁଙ୍କୁ ଆଜି ଭୋର୍ ସମୟରେ ଡାକ୍ତର ମୃତ ଘୋଷଣା କରିଥିଲେ।
ଝିଅ ତାପସୀ ଏବେ ବି ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ରହିଛନ୍ତି।
ବଡ଼ କଥା ହେଉଛି, ଏହି ଡବଲ୍ ମର୍ଡର୍ ଘଟଣାର ୨୪ ଘଣ୍ଟା ମଧ୍ୟରେ କମିସନରେଟ୍ ପୁଲିସ ସଂପୃକ୍ତ ମୁଖାପିନ୍ଧା ୨ ନାବାଳକଙ୍କୁ ଧରି ବାଳସୁଧାର ଗୃହ ପଠାଇଛି।
ଏ ନେଇ ଆଜି ପୁଲିସ କମିସନର୍ ସୁରେଶ ଦେବଦତ୍ତ ସିଂହ, ଅତିରିକ୍ତ ପୁଲିସ କମିସନର ନରସିଂହ ଭୋଳ ଓ ଭୁବନେଶ୍ବର ଡିସିପି ଜଗମୋହନ ମୀନା ସୂଚନା ଦେଇଛନ୍ତି।
ଖଣ୍ଡଗିରି ଥାନା ପୁଲିସ ଗତକାଲି ଘଟଣାସ୍ଥଳରୁ ୨ଟି ରକ୍ତଭିଜା ଲୁହାରଡ୍ ଜବତ କରିଥିଲା।
ଆଜି ସେମାନଙ୍କୁ ଧରିବା ପରେ ସେମାନଙ୍କ ନିକଟରୁ ୨ଟି ମୁଖା, ଲଙ୍କା ସ୍ପ୍ରେ, ମୋବାଇଲ୍ ଫୋନ୍ ଓ ସେମାନଙ୍କର ପିନ୍ଧା ପୋଷାକ ଜବତ କରାଯାଇଛି।Advertisment Alligation: ବନ ବିଭାଗର ସଚେତନତା ଅଭାବ ଅଭିଯୋଗ, ଲୋକେ ଭୟଭୀତ ଗତକାଲି ଲୋମଟାଙ୍କୁରା ହତ୍ୟାକାଣ୍ଡ ଖଣ୍ଡଗିରି ଥାନାରେ ହିମାଂଶୁଙ୍କ ସଂପର୍କୀୟ ପରମେଶ ପ୍ରସାଦ ପଣ୍ଡାଙ୍କ ଏତଲା ଆଧାରରେ ପୁଲିସ ହତ୍ୟା ଦଫା ସମେତ ୬ଟି ସଙ୍ଗିନ ଦଫା ଲଗାଇ ତଦନ୍ତ ଆରମ୍ଭ କରିିଥିଲା।
ସିସିଟିଭି ଫୁଟେଜ୍ ଓ ତାପସୀଙ୍କ ବୟାନ ଅନୁସାରେ ପୁଲିସ ମୁଖାପିନ୍ଧାଙ୍କ ସନ୍ଧାନରେ ବାହାରିଥିଲା।
ସ୍ଥାନୀୟ ଲୋକଙ୍କୁ ପଚରାଉଚରା ପରେ ଜଣେ ୧୬ ବର୍ଷୀୟ ଦଶମ ଶ୍ରେଣୀ ଛାତ୍ର ଓ ୧୭ ବର୍ଷୀୟ ଦ୍ବାଦଶ ଶ୍ରେଣୀର ଛାତ୍ର ହିଁ ସେହି ମୁଖାପିନ୍ଧା ଦୁର୍ବୃତ୍ତ ବୋଲି ପୁଲିସ ନିଶ୍ଚିତ ହୋଇଥିଲା।
ଏହାପରେ ଉଭୟଙ୍କୁ ହତ୍ୟାକାଣ୍ଡନିକଟରେ ରହୁଥିବା ଏକ ଭଡ଼ାଘରୁ ଗତକାଲି ବିଳମ୍ବିତ ରାତିରେ ହିଁ ଖଣ୍ଡଗିରି ପୁଲିସ ଉଠାଇ ଆଣିଥିଲା।
Arrest: ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ପାଟନାରୁ ମୁଖ୍ୟ ଅଭିଯୁକ୍ତଙ୍କ ପତ୍ନୀ ଗିରଫ ତଦନ୍ତରୁ ଜଣାପଡ଼ିଥିଲା ଯେ ନାବାଳକଦ୍ବୟ ଏବଂ ମୃତ କୃଷ୍ଣ ପରସ୍ପରଙ୍କୁ ପୂର୍ବରୁ ଜାଣିଥିଲେ।
କୃଷ୍ଣ ପ୍ରାୟ ମାସକ ତଳେ ୨ନାବାଳକଙ୍କୁ ଖଣ୍ଡଗିରିସ୍ଥିତ ଖାରବେଳ ପାର୍କରେ ନିସ୍ତୁକ ମାଡ଼ ମାରିଥିଲେ।
ଏହାକୁ କେନ୍ଦ୍ର କରି ନାବାଳକଦ୍ବୟ ପ୍ରତିଶୋଧ ନିଆଁରେ ଜଳୁଥିଲେ।
ସେମାନେ ୨ଜଣ ଏକାଠି ବସି ଯୋଜନା କରିଥିଲେ।
ସେମାନେ ଅନ୍ଲାଇନ୍ରେ ଏକ ଲଙ୍କା ପାଉଡର୍ ସ୍ପ୍ରେ, ୨ଟି ମୁଖା ଓ ଏକ କନ୍ଷ୍ଟ୍ରକସନ୍ ସାଇଟ୍ରୁ ୨ଟି ଲୁହାରଡ୍ ଯୋଗାଡ଼ କରିଥିଲେ।
ରବିବାର ଶୂନ୍ଶାନ୍ ରାତି ପ୍ରାୟ ଗୋଟାଏ ବେଳେ ନାବାଳକଦ୍ବୟ ହିମାଂଶୁ ରହୁଥିବା ପ୍ଲଟ୍ ପାଚେରି ଡେଇଁ ଭିତରକୁ ପଶିଥିଲେ।
କବାଟ ବାଡ଼େଇ ବାହାରେ ଅପେକ୍ଷା କରିଥିଲେ।
କୃଷ୍ଣ କବାଟ ଖୋଲିବା ମାତ୍ରେ ତାଙ୍କ ଆଖିକୁ ଲଙ୍କା ସ୍ପ୍ରେ ପକାଇଥିଲେ।
ପରେ ତାଙ୍କ ମୁଣ୍ଡ ଓ ମୁହଁକୁ ଲୁହା ରଡ୍ରେ ଅତି ବୀଭତ୍ସ ଭାବେ ପିଟି ପିଟି ହତ୍ୟା କରିଥିଲେ।
କୃଷ୍ଣଙ୍କୁ ବଞ୍ଚାଇବାକୁ ତାଙ୍କ ବାପା ଓ ଭଉଣୀ ଆସିବାରୁ ଅଭିଯୁକ୍ତ ସେମାନଙ୍କୁ ମଧ୍ୟ ପ୍ରାଣାନ୍ତକ ଆକ୍ରମଣ କରି ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିଲେ।"