Child nutrition: ବର୍ଷାଦିନେ ଶିଶୁମାନଙ୍କ ଖାଦ୍ୟପେୟର ଯତ୍ନ

Jul 01, 2026 - 06:55
Child nutrition: ବର୍ଷାଦିନେ ଶିଶୁମାନଙ୍କ ଖାଦ୍ୟପେୟର ଯତ୍ନ

"ବର୍ଷାଋତୁ ଗରମରୁ ଆଶ୍ବସ୍ତି ଦେଇଥାଏ।

ତେବେ ଏହି ସମୟରେ ବାୟୁମଣ୍ଡଳର ଆର୍ଦ୍ରତା ବୃଦ୍ଧି ହେବା ହେତୁ ବ୍ୟାକ୍ଟେରିଆ ଓ ଭାଇରସ୍‌ ଅଧିକ ସକ୍ରିୟ ହୋଇଥାଆନ୍ତି।

ଫଳରେ ଛୋଟ ପିଲାମାନେ ସହଜରେ ସଂକ୍ରମଣ‌ରେ ପଡ଼ିବା ଆଶଙ୍କା ଥାଏ।

ଏଥିପାଇଁ ପିଲାମାନଙ୍କର ଖାଦ୍ୟପେୟ ଓ ସ୍ବଚ୍ଛତା ଉପରେ ବିଶେଷ ଧ୍ୟାନ ଦେବା ଜରୁରି।

ଏହି କ୍ରମରେ ବର୍ଷାଦିନେ ପିଲାମାନଙ୍କୁ କେଉଁ ସବୁ ଖାଦ୍ୟଠାରୁ ଦୂରେଇ ରଖିବା ଉଚିତ, ଆସନ୍ତୁ ସେ ସମ୍ପର୍କରେ ଜାଣିବା।Advertisment Gas leak incident: ଗ୍ୟାସ୍‌ ଲିକ୍‌ ଘଟଣା: ଦଲାଲ ବିରୋଧରେ ଏତଲା, ତାମିଲନାଡ଼ୁ ଯିବ ପୁଲିସ ଷ୍ଟ୍ରିଟ୍‌ ଫୁଡ୍‌- ବର୍ଷାଦିନେ ରାସ୍ତାକଡ଼ରେ ମିଳୁଥିବା ଚାଟ୍‌, ଗୁପ୍‌ଚୁପ୍‌, ସିଙ୍ଗଡ଼ା, ପକୁଡ଼ି ଆଦି ଦୂଷିତ ପାଣି ଓ ତେଲରେ ପ୍ରସ୍ତୁତ ହୋଇଥାଇପାରେ।

ଏହାଦ୍ବାରା ପେଟ ସଂକ୍ରମଣର ଭୟ ଥାଏ।

ତେଣୁ ପିଲାଙ୍କୁ କେବଳ ଘରେ ତିଆରି ଖାଦ୍ୟ ଦେବା ଉଚିତ।କଟା ଫଳ ଓ ବାସି ଖାଦ୍ୟ- ବାହାରେ ଖୋଲା ରଖାଯାଇଥିବା କଟା ଫଳରେ ଧୂଳି, ମଇଳା ଓ ବ୍ୟାକ୍ଟେରିଆ ଶୀଘ୍ର ଜମି ଯାଆନ୍ତି।

ସେହିପରି ବାସି ଖାଦ୍ୟରେ ମଧ୍ୟ ଫଙ୍ଗସ୍‌ ସୃଷ୍ଟି ହୋଇଯାଏ।

ତେଣୁ ସବୁବେଳେ ପିଲାଙ୍କୁ ସଜେତ ଫଳ ଓ ଗରମ ଖାଦ୍ୟ ଖାଇବାକୁ ଦେବା ଭଲ।ଥଣ୍ଡା ପାନୀୟ- ବର୍ଷାଦିନେ ଅଧିକ ଥଣ୍ଡା ପାନୀୟ ପିଇବା ଦ୍ବାରା ଟନ୍‌ସିଲ୍‌ ବା ଥ୍ରୋଟ୍‌ ଇନ୍‌ଫେକ୍ସନ୍‌ ହୋଇଥାଏ।

ତେଣୁ ଏହି ଦିନରେ ପିଲାଙ୍କୁ ପର୍ଯ୍ୟାପ୍ତ ପରିମାଣର ବିଶୁଦ୍ଧ ପାଣି ଓ ନଡ଼ିଆ ପାଣି ପିଆଇବା ଉଚିତ।

Love: ପ୍ରେମରେ ବିଫଳ ହେବାରୁ; ଛାତ୍ରୀଙ୍କୁ ପେଟ୍ରୋଲ୍‌ ଢାଳି ନିଆଁ ଲଗାଇବାକୁ ଉଦ୍ୟମ ଅଧିକ ତେଲ ଓ ମସଲାଯୁକ୍ତ ଖାଦ୍ୟ- ଏହି ଋତୁରେ ହଜମ ପ୍ରକ୍ରିୟା ଦୁର୍ବଳ ହୋଇଥାଏ।

ତେଣୁ ଅଧିକ ତେଲ ମସଲାଯୁକ୍ତ ଖାଦ୍ୟ ଖାଇଲେ ଗ୍ୟାସ୍‌ ଓ ବଦହଜମୀ ହୋଇଥାଏ।

ତେଣୁ ପିଲାଙ୍କୁ ହାଲୁକା ଖାଦ୍ୟ ଦେବାକୁ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି।ଶାଗଜାତୀୟ ପରିବା- ବର୍ଷାଦିନେ ପତ୍ର ସହ ଥିବା ପରିବାରେ ପୋକ ଓ ଜୀବାଣୁ ରହିବା ଅଧିକ ଆଶଙ୍କା ଥାଏ।

ତେଣୁ ଏହାକୁ ବ୍ୟବହାର କରିବା ପୂର୍ବରୁ ଭଲ ଭାବେ ଧୋଇବା ଆବଶ୍ୟକ।"