Mob Violence: କଲ୍ୟାଣସିଂହପୁର ଭିଡ଼ ହିଂସା ଘଟଣାର ତଦନ୍ତ କରିବ ଏନ.ଆଇ.ଏ
"ରାୟଗଡ଼ା: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଘଟିଥିବା ପିଲାଚୋରି ସନ୍ଦେହରେ ଭିଡ଼ ହିଂସା ଘଟଣାରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ଏହି ଆକ୍ରମଣ ଘଟଣାର ଗୁରୁତ୍ବ ଅନୁଭବ କରି ଏହି କେସକୁ ଜାତୀୟ ତଦନ୍ତକାରୀ ସଂସ୍ଥା ଦ୍ୱାରା (ଏନ.ଆଇ.ଏ) ଦ୍ୱାରା କରୁଥିବା ଜଣାପଡିଛି I ଏନ.ଆଇ.ଏର ଅଧିକାରୀମାନେ ରାୟଗଡ଼ାରେ ପହଞ୍ଚି କଲ୍ୟାଣସିଂହପୁର ଅଭିମୁଖେ ଯାଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣା ପଡିଛି I ପୂର୍ବରୁ ଏହି ଘଟଣା ରେଡ ଫ୍ଳାଗ କେଶ ବୋଲି ଓଡ଼ିଶା ଡିଜିପି ଘୋଷଣା କରିଥିଲେ I ଏନେଇ କ୍ରାଇମ ବ୍ରାଞ୍ଚ ରାୟଗଡ଼ା ପୁଲିସକୁ ସହାୟତା କରୁଛି ବୋଲି ରାୟଗଡା ଆରକ୍ଷୀ ଅଧୀକ୍ଷକ ରାଜ ପ୍ରସାଦ ଆଜି ଗଣମାଧ୍ୟମକୁ ସୂଚନା ଦେଇଥିଲେ।
ଏହି ଘଟଣାରେ ପୁଲିସର ମହିଳା ଓ ଶିଶୁ ବିରୋଧୀ ବିଭାଗର ଏଡିଜି ଏସ ସାଇନି ତଦନ୍ତ କରିବା ନେଇ ପୁଲିସ ସୂଚନା ଦେଇଥିଲା I ଏହି ଘଟଣାରେ ବର୍ତ୍ତମାନ ସୁଦ୍ଦା ୨୨ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ବହୁ ଲୋକଙ୍କୁ ଅଟକ ରଖି ଜେରା ଚାଲିଛି।
ତଦନ୍ତ ଚାଲୁଥିବାରୁ ବହୁ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି ।
ସେମାନଙ୍କୁ ଧରିବା ପାଇଁ ଜିଲ୍ଲା ପୁଲିସ ତରଫରୁ ବହୁତ ଗୁଡିଏ ଟିମ ଗଠନ କରି ତଦନ୍ତ ଚାଲିଥିବା ଏସପି ରାଜ ପ୍ରସାଦ ସୂଚନା ଦେଇଛନ୍ତି ।
ଏହି ଘଟଣାରେ ଯେଉଁମାନେ ଘଟଣାର ଭିଡିଓ ଉତ୍ତୋଳନ କରିଛନ୍ତି ଏବଂ ପରବର୍ତ୍ତୀ ସମୟରେ ଏହାକୁ ଭାଇରଲ କରିଛନ୍ତି ସେମାନଙ୍କ ବିରୋଧରେ ମଧ୍ୟ ଆଇଟି ଆକ୍ଟ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନେଇ ପୁଲିସ କହିଥିଲେ ।
ଏନେଇ ପୁଲିସର ସାଇବର ଟିମ ଏବଂ ଦକ୍ଷିଣ ପୂ୍ର୍ବାଞ୍ଚଳ ଡିଆଇଜି ଅଖିଳେଶ୍ବର ସିଂଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଚାଲିଛି ।Advertisment ସ୍ବେଛାସେବୀ ଭିଡ଼ ହିଂସାର ଶିକାର ଏଠାରେ ସୂଚନାଯୋଗ୍ୟ ଯେ ୨ ଜଣ ସ୍ବେଛାସେବୀ ଫେଲୋସିପ ପାଇଁ ଓଡ଼ିଶା ଆସିଥିବା ବେଳେ ଗୁଗୁଲ ମ୍ୟାପର ସହାୟତା ନେଇ ଦାରିଙ୍ଗିବାଡିରୁ କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ଅଭିମୁଖେ ଗଲାବେଳେ ବାଟ ହୁଡି ରାୟଗଡ଼ା ଜିଲ୍ଳା କଲ୍ୟାଣସିଂହପୁର ବ୍ଲକ କାନ୍ଦୁଲଗୁଡାରେ ପହଁଚିଥିଲେ ପିଲାଚୋରି ଭଳି ଗୁଜବରୁ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ପ୍ରତିକ୍ରୀୟା ସୃଷ୍ଟି ହୋଇ ପରବର୍ତୀ ସମୟରେ ୨ ସ୍ବେଛାସେବୀ ଭିଡ ହିଂସାର ଶିକାର ହୋଇଥିଲେ ।
ସୂଚନାରୁ ଜଣାପଡିଛି କିଛି ମଦ୍ୟପ ଯୁବକ ସେମାନଙ୍କୁ ପିଛା କରୁଥିଲେ ଏବଂ କଲ୍ୟାଣସିଂହପୁର ନିକଟସ୍ଥ ସାଇନଗର ଛକ ନିକଟରେ ୨ଜଣ ସ୍ବେଛାସେବୀ ଦୃତଗତିରେ ସ୍କୁଟିରେ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ ।
ଗୋଟିଏ ପଟେ କିଛି ମଦ୍ୟପ ଯୁବକ ପିଛା କରୁଥିବା ଏବଂ ଯେଉଁ ସ୍ଥାନରେ ୨ସ୍ବେଛାସେବୀ ଦୁର୍ଘଟଣାଗ୍ରସ୍ତ ହେଲେ ପୂର୍ବରୁ ପିଲାଚୋରିକୁ ନେଇ ହୋଇଥିବା ଗୁଜବକୁ ନେଇ ଛକରେ କିଛି ଭିଡ ଜମିଥିଲା ଏବଂ ସେଠାରେ ଉପସ୍ଥିତ ଥିବା କିଛି ମଦ୍ୟପ ଯୁବକ ଯେଉଁମାନେ ହଠାତ ଆକ୍ରମଣ କରି ଅସଦାଚରଣ ଆରମ୍ଭ କରିଦେଇଥିଲେ ଏବଂ ୧୫/୨୦ ମିନିଟ ଭିତରେ ୫ଶହରୁ ଉର୍ଦ୍ଧ ଲୋକ ଜମା ହୋଇ ଭିଡହିଂସାରେ ପରିଣତ ହୋଇଥିଲା ।
ପୁରୁଷ ସ୍ବେଛାସେବି ଜଣଙ୍କ ଜୀବନ ବଞ୍ଚାଇବା ପାଇଁ ଦୌଡିଦୌଡି ପୁଲିସ ଷ୍ଟେସନ ପହଁଚିଥିଲେ ।
କିନ୍ତୁ ଯୁବତୀ ଜଣଙ୍କ ଫସିଯାଇଥିଲେ ଭିଡ଼ ମଧ୍ୟରେ ।
ଦିଲ୍ଲୀରୁ ଗବେଷଣା ପାଇଁ ଆସିଥିବା ଜଣେ ଛାତ୍ରୀ ଏବଂ ଛାତ୍ରଙ୍କ ସହ ଘଟିଥିବା ଜଘନ୍ୟ, ବର୍ବରୋଚିତ କାଣ୍ଡ ସମଗ୍ର ଓଡ଼ିଶାକୁ ବିଚଳିତ, ଲଜ୍ଜିତ କରିଥିବା ବେଳେ ଏଭଳି ସ୍ପର୍ଷକାତର ଘଟଣାରେ ହଠାତ କିଭଳି ଭାବେ ଏତେ ଭିଡ ଜମିଲେ ଏବଂ ୨ଜଣ ଭିଡ ହିଂସାର ଶିକାର ହେଲେ ତାକୁ ନେଇ ପ୍ରଶ୍ନବାଚି ସୃଷ୍ଟି କରିଥିଲା I ଏଭଳି ସ୍ପର୍ଶକାତର ଘଟଣାରେ ଏନ.ଆଇ.ଏ ଭଳି ଜାତୀୟ ତଦନ୍ତକାରୀ ସଂସ୍ଥା କରୁଥିବାରୁ ଘଟଣା କେତେ ଗୁରୁତ୍ୱ ବହନ କରୁଛି ସହଜରେ ଅନୁମେୟ I ଏନ.ଆଇ.ଏ ତଦନ୍ତ ନେଇ କୌଣସି ଅଧିକାରୀ ସୂଚନା ପ୍ରଦାନ କରିନାହାନ୍ତି I Doctors Strike: ଡାକ୍ତରଙ୍କ ଅନିର୍ଦ୍ଦିଷ୍ଟକାଳୀନ ଧର୍ମଘଟ ଆନ୍ଦୋଳନ: ରାଜ୍ୟବ୍ୟାପୀ ସ୍ୱାସ୍ଥ୍ୟସେବା ପ୍ରଭାବିତ "