Double Murder: ମାଲକାନଗିରିରେ ଡବଲ୍ ମର୍ଡର: ଦମ୍ପତିଙ୍କୁ ହତ୍ୟା, ୧୫ ବର୍ଷୀୟ ନାବାଳକ ପୁଅ ଗୁରୁତର
ମାଲକାନଗିରି : ମାଲକାନଗିରି ଜିଲ୍ଲା ବାଲିମେଳା ଥାନା ଅନ୍ତର୍ଗତ ଏମ୍ଭି-୩୬ ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା।
ଘରେ ସମସ୍ତେ ଶୋଇଥିବା ବେଳେ ଏକ ପରିବାର ଉପରେ ହୋଇଛି ମରଣାନ୍ତକ ଆକ୍ରମଣ।
ଏହି ଆକ୍ରମଣରେ ଦମ୍ପତି ଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ବର୍ଷୀୟ ଜଣେ ନାବାଳକ ଗୁରୁତର ଆହତ ହୋଇଛନ୍ତି।
ମୃତ ଦମ୍ପତି ହେଲେ ରମେନ୍ଦ୍ରନାଥ ସରକାର ଏବଂ ରେବା ସରକାର।
Advertisment ଗତକାଲି ରାତିରେ ପରିବାରର ସମସ୍ତ ସଦସ୍ୟ ଘରେ ଶୋଇଥିବା ବେଳେ ଜଣେ ଯୁବକ ଘରର କବାଟ ଭାଙ୍ଗି ଭିତରକୁ ପଶିଥିଲେ।
ପରେ ଏକ ଧାରୁଆ ଅସ୍ତ୍ରରେ ପରିବାର ସଦସ୍ୟଙ୍କ ଉପରେ ଆଖିବୁଜା ଆକ୍ରମଣ କରିଥିଲେ।
ଏଥିରେ ସ୍ୱାମୀ ଓ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ବର୍ଷୀୟ ନାବାଳକ ଗୁରୁତର ଆହତ ହୋଇଛନ୍ତି।
ଆହତ ନାବାଳକଙ୍କୁ ଉଦ୍ଧାର କରାଯାଇ ମାଲକାନଗିରି ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ଆକ୍ରମଣର ପ୍ରକୃତ କାରଣ ଅସ୍ପଷ୍ଟ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପଡ଼ୋଶୀ ଘରର ଜଣେ ଯୁବକ ଏଭଳି ଆକ୍ରମଣ କରିଥିବା ପ୍ରାଥମିକ ଭାବେ ସନ୍ଦେହ କରାଯାଉଛି।
ଅଭିଯୁକ୍ତ ଯୁବକଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି ।
ଘଟଣାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।
ତେବେ ଆକ୍ରମଣର ପ୍ରକୃତ କାରଣ କ'ଣ, ତାହା ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ।
Cyclone: ସମ୍ଭାବ୍ୟ ବାତ୍ୟା ଓ ବନ୍ୟା ମୁକାବିଲା ପାଇଁ ଗଞ୍ଜାମରେ ଜରୁରୀକାଳୀନ ବୈଠକ, ମତ୍ସ୍ୟଜୀବୀମାନେ ନଭେମ୍ବର ୨ରୁ ୪ ତାରିଖ ମଧ୍ୟରେ ସମୁଦ୍ରକୁ ନ ଯିବାକୁ ପରାମର୍ଶ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
