Donald Trump : ୧୫୯ ଇରାନୀ ଜାହାଜ ସମୁଦ୍ରରେ ବୁଡ଼ିଛି, ନଷ୍ଟ ହୋଇଛି ୨୧୨ ବିମାନ
"ୱାସିଂଟନ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଇରାନର ନୌସେନା ଏବଂ ବାୟୁସେନା ଧ୍ୱଂସ ପାଇଛି ଏବଂ ଏହାର ବରିଷ୍ଠ ନେତୃତ୍ୱ ଦୁର୍ବଳ ହୋଇଯାଇଛି।
ଆମେ ଆଶାତୀତ ଭାବେ କେତେ ସଫଳ ହୋଇଛୁ ଏହା ପ୍ରକୃତରେ କାହାକୁ ଜଣା ନାହିଁ।
କେହି ଏହି ସଫଳତାକୁ ଆକଳନ କରି ପାରୁନାହାନ୍ତି।
ଇରାନ ପାଖରେ ଆଉ ସେମାନଙ୍କର କୌଣସି ନୌସେନା ନାହିଁ।
ଏହା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।
ଇରାନର ପାଖରେ ମୋଟ ୧୫୯ ଜାହାଜ ଥିଲା।
ତେବେ ସେଗୁଡ଼ିକ ସମୁଦ୍ରରେ ବୁଡ଼ି ଯାଇଛି।
ନ୍ୟୁୟର୍କର ଗାର୍ଡେନ୍ ସିଟିରେ ଅପରାଧ ଏବଂ ଆଇନ ପ୍ରବର୍ତ୍ତନ ଉପରେ ଏକ ଭାଷଣ ସମୟରେ ଟ୍ରମ୍ପ ଏହି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।ଟ୍ରମ୍ପ ଏହା ମଧ୍ୟ ଦାବି କରିଛନ୍ତି ଯେ, ଇରାନ ଏହାର ସମସ୍ତ ୨୧୨ ଟି ବିମାନ ହରାଇଛି।
ସେ ତାଙ୍କ ଭାଷଣ ସମୟରେ ଯେଉଁ ସାମରିକ ସଂଖ୍ୟା ଉଲ୍ଲେଖ କରିଥିଲେ ମଧ୍ୟ ସେସବୁ ପାଇଁ କୌଣସି ପ୍ରମାଣ ପ୍ରଦାନ କରି ନାହାନ୍ତି।
ସେ କହିଥିଲେ ଯେ, ଇରାନ ପାଖରେ ବହୁତ ଭଲ ବିମାନ ଥିଲା, ଯାହା ମଧ୍ୟରୁ କିଛି ବାରାକ ଓବାମାଙ୍କ ସମୟରେ ଆମେରିକାଠାରୁ ବହୁମୂଲ୍ୟରେ କିଣାଯାଇଥିଲା।
ସେମାନଙ୍କର ସବୁ ବିମାନକୁ ଗୁଳି କରି ଖସାଇ ଦିଆଯାଇଛି।Advertisment ଶ୍ରୀଜଗନ୍ନାଥଙ୍କ ଦର୍ଶନ କରୁଥିବା ସମୟରେ ତଳେ ପଡ଼ିଗଲେ ବୃଦ୍ଧ, ଡାକ୍ତରଖାନାରେ ମୃତ ଘୋଷଣା କଲେ ଡାକ୍ତର ରାଷ୍ଟ୍ରପତି କହିଛନ୍ତି ଯେ ଇରାନୀ ନେତାମାନେ ଆଉ ନାହାନ୍ତି।
ସେମାନଙ୍କ ପରେ ଆଲୋଚନାରେ ବାଧା ସୃଷ୍ଟି ହୋଇଛି।
ନେତୃତ୍ୱ ନେବାକୁ ଦେଶରେ କେହି ନାହାନ୍ତି।
ଆମ ସହ ଆଲୋଚନା କରିବା ପାଇଁ କେହି ନାହାନ୍ତି।
ଏହା ଏକ ବଡ଼ ସମସ୍ୟା।
ତେବେ ଇରାନ କିଛି କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ରଖିଛି।
କିନ୍ତୁ ସେଗୁଡ଼ିକୁ ନିର୍ମାଣ କରିବାର କ୍ଷମତା ଗୁରୁତର ଭାବରେ ହ୍ରାସ ପାଇଛି।
ସେମାନଙ୍କର ରାଡାର ଏବଂ ଗୁପ୍ତଚର ବ୍ୟବସ୍ଥା ନଷ୍ଟ ହୋଇଯାଇଛି ବୋଲି ସେ ଦାବି କରିଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
