Donald Trump: ହର୍ମୁଜକୁ ‘ନୂତନ ଆମେରିକୀୟ ଭୂଖଣ୍ଡ’ ଘୋଷଣା କଲେ ଟ୍ରମ୍ପ

Aug 18, 2026 - 20:41
Donald Trump: ହର୍ମୁଜକୁ ‘ନୂତନ ଆମେରିକୀୟ ଭୂଖଣ୍ଡ’ ଘୋଷଣା କଲେ ଟ୍ରମ୍ପ

"ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ ସାମରିକ ଓ ରଣନୀତିକ ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହର୍ମୁଜ ପ୍ରଣାଳୀକୁ "ନୂତନ ଆମେରିକୀୟ ଭୂଖଣ୍ଡ" ଭାବେ ଘୋଷଣା କରିଛନ୍ତି।

ନିଜର ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ "ଟ୍ରୁଥ ସୋସିଆଲ"ରେ ଏକ ମାନଚିତ୍ର ପୋଷ୍ଟ କରି ସେ ଏହି ଆପତ୍ତିଜନକ ଦାବି କରିବା ସହ ଉକ୍ତ ଜଳପଥ ଉପରେ ୱାସିଂଟନର "ସମ୍ପୂର୍ଣ୍ଣ ନିୟନ୍ତ୍ରଣ" ରହିଛି ବୋଲି ପ୍ରକାଶ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ଜୁନ୍ ମାସରେ ସ୍ୱାକ୍ଷରିତ ଏକ ମଧ୍ୟବର୍ତ୍ତୀକାଳୀନ ଚୁକ୍ତିନାମା ଅନୁଯାୟୀ ଆମେରିକା ନିଜର ପ୍ରତିଶ୍ରୁତି ପୂରଣ ନକରିବା ପର୍ଯ୍ୟନ୍ତ ଏହି ଗୁରୁତ୍ୱପୂର୍ଣ୍ଣ ବାଣିଜ୍ୟିକ ମାର୍ଗକୁ ବନ୍ଦ ରଖାଯିବ ବୋଲି ତେହେରାନ ଜିଦ୍ ଧରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି।Advertisment ଅପରପକ୍ଷରେ, ଆମେରିକାର ନୌସେନା ଅବରୋଧ ଯୋଗୁଁ ଏହି ପ୍ରଣାଳୀ ଉପରେ ସେମାନଙ୍କର ପୂର୍ଣ୍ଣ ପ୍ରଭାବ ରହିଛି ବୋଲି ସାମ୍ବାଦିକମାନଙ୍କ ସହ ଆଲୋଚନା ବେଳେ ଟ୍ରମ୍ପ ଦୋହରାଇଛନ୍ତି।

ଇରାନ ବିପକ୍ଷ ଯୁଦ୍ଧରେ ସେମାନଙ୍କୁ ସମ୍ପୂର୍ଣ୍ଣ ଭାବେ ପରାସ୍ତ କରିବା ପରେ ଏହି ପ୍ରଣାଳୀକୁ ଆମେରିକାର ଭୂଖଣ୍ଡ ଭାବେ ଆନୁଷ୍ଠାନିକ ଭାବେ ଘୋଷଣା କରାଯିବ ବୋଲି ସେ ଲଙ୍ଗ୍‌ ଆଇଲ୍ୟାଣ୍ଡରେ ଆୟୋଜିତ ଏକ ରିପବ୍ଲିକାନ ସମାବେଶରେ ପ୍ରକାଶ କରିଥିଲେ।

ମାତ୍ର ଇରାନର ମୁଖ୍ୟ ଆଲୋଚନାକାରୀ ମହମ୍ମଦ ବାଘେର ଗଲିବାଫ ଇରାନର ସରକାରୀ ଟେଲିଭିଜନରେ ଭାଷଣ ଦେଇ କହିଛନ୍ତି ଯେ, ଆମେରିକା ପକ୍ଷରୁ ସାମୁଦ୍ରିକ ଅବରୋଧ ନହଟିବା, ତୈଳ ସଂକ୍ରାନ୍ତୀୟ କଟକଣା ପ୍ରତ୍ୟାହାର ନହେବା ଏବଂ ବିଦେଶରେ ଜମା ରହିଥିବା ଇରାନର ସମ୍ପତ୍ତି ମୁକ୍ତ ନହେବା ପର୍ଯ୍ୟନ୍ତ ଏହି ଜଳପଥ ଦେଇ ବାଣିଜ୍ୟିକ ଜାହାଜ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ।

Donald Trump:ଡୋନାଲ୍ଡ ଟ୍ରମ୍ପ ଏବଂ ଜର୍ଜିଆ ମେଲୋନିଙ୍କ ମନୋମାଳିନ୍ୟ ଶେଷ ପାରସ୍ୟ ଉପସାଗର ଏବଂ ଓମାନ ଉପସାଗରକୁ ସଂଯୋଗ କରୁଥିବା ଏହି ସଂକୀର୍ଣ୍ଣ ଜଳପଥ ବିଶ୍ୱର ଶକ୍ତି ଏବଂ ସାମୁଦ୍ରିକ ପରିବହନ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଏହି ଅଚଳାବସ୍ଥା ଯୋଗୁଁ ଅନ୍ତର୍ଜାତୀୟ ବଜାର ପ୍ରଭାବିତ ହେବାର ଆଶଙ୍କା ପ୍ରକାଶ ପାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media