Donald Trump: ଟ୍ରମ୍ପଙ୍କୁ ଶକ୍ତ ଧକ୍କା: ଯୁଦ୍ଧ କ୍ଷମତା ସୀମିତ କରିବାକୁ ସିନେଟରେ ପ୍ରସ୍ତାବ ପାରିତ

Jun 24, 2026 - 21:22
Donald Trump: ଟ୍ରମ୍ପଙ୍କୁ ଶକ୍ତ ଧକ୍କା: ଯୁଦ୍ଧ କ୍ଷମତା ସୀମିତ କରିବାକୁ ସିନେଟରେ ପ୍ରସ୍ତାବ ପାରିତ

"ୱାସିଂଟନ: ଇରାନ ବିରୋଧରେ କଂଗ୍ରେସର ଅନୁମତି ବିନା ସାମରିକ କାର୍ଯ୍ୟାନୁଷ୍ଠାନ ସୀମିତ କରିବା ପାଇଁ ଆମେରିକା ସିନେଟରେ ୫୦-୪୮ ଭୋଟରେ ଏକ ପ୍ରସ୍ତାବ ପାରିତ ହୋଇଛି।

ଏହି ଘଟଣାକ୍ରମ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ଏକ ବଡ଼ ରାଜନୈତିକ ପ୍ରତିବନ୍ଧକ ସୃଷ୍ଟି କରିଛି।

ଏହି ନିଷ୍ପତ୍ତି ରିପବ୍ଲିକାନ ଦଳର ଆଭ୍ୟନ୍ତରୀଣ ମତଭେଦକୁ ପଦାରେ ପକାଇବା ସହ ଟ୍ରମ୍ପଙ୍କ ଇରାନ ନୀତି ଉପରେ ଚାପ ବଢ଼ାଇଛି।

ଅନ୍ୟପକ୍ଷରେ ଟ୍ରମ୍ପ ସିନେଟରେ ପ୍ରସ୍ତାବ ପାରିତ ହେବାକୁ "ଅତି ଖରାପ ଓ ଅର୍ଥହୀନ" ବୋଲି କହି ସମାଲୋଚନା କରିଛନ୍ତି।Advertisment ଆହୁରି ପଢନ୍ତୁ: Mandatory Fire Safety Audit ସମସ୍ତ ଶିକ୍ଷାନୁଷ୍ଠାନ ଓ କୋଚିଂ ସେଣ୍ଟରର ଯାଞ୍ଚ ହେବ ଅଗ୍ନି ନିରାପତ୍ତା ବ୍ୟବସ୍ଥା ରିପବ୍ଲିକାନ ନିୟନ୍ତ୍ରଣରେ ଥିବା ସିନେଟରେ ଏହି ପ୍ରସ୍ତାବ ପାରିତ ହେବା ଟ୍ରମ୍ପଙ୍କ ପାଇଁ ବହୁତ ବଡ଼ ରାଜନୈତିକ ଚ୍ୟାଲେଂଜ ସୃଷ୍ଟି କରିଛି।

ଏହି ପ୍ରସ୍ତାବ ପୂର୍ବରୁ ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ସ (ପ୍ରତିନିଧି ସଭା)ରେ ପାରିତ ହୋଇସାରିଥିଲା।

କଂଗ୍ରେସର ଉଭୟ ସଦନ ରାଷ୍ଟ୍ରପତିଙ୍କୁ ସାମରିକ କାର୍ଯ୍ୟାନୁଷ୍ଠାନରୁ ସେନା ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦେବା ଏକ ବଡ଼ ଘଟଣା ବୋଲି କୁହାଯାଉଛି।

ଗତ ଫେବୃଆରି ୨୮ରେ ଆମେରିକା ଓ ଇସ୍ରାଏଲ ପକ୍ଷରୁ ଇରାନ ବିରୋଧରେ ଆରମ୍ଭ ହୋଇଥିବା ସାମରିକ କାର୍ଯ୍ୟାନୁଷ୍ଠାନକୁ ନେଇ କଂଗ୍ରେସ ମଧ୍ୟରେ ବଢୁଥିବା ଅସନ୍ତୋଷକୁ ଏହି ଭୋଟିଂ ସ୍ପଷ୍ଟ କରୁଛି।

ଆହୁରି ପଢନ୍ତୁ:Bike crashes into JCB ଜେସିବିକୁ ପିଟିଲା ବାଇକ୍‌: ଜଣେ ମୃତ, ଜଣେ ଗୁରୁତର ରିପବ୍ଲିକାନ ଦଳର ଚାରିଜଣ ସିନେଟର- ସୁଜାନ କଲିନ୍ସ, ରାଣ୍ଡ୍‌ ପଲ୍, ବିଲ୍ କାସିଡି ଏବଂ ଲିସା ମୁରକୋସ୍କି ଦଳୀୟ ନିଷ୍ପତ୍ତି ବିରୋଧରେ ଯାଇ ଡେମୋକ୍ରାଟ୍‌ମାନଙ୍କୁ ସମର୍ଥନ କରିଥିଲେ।

ଅନ୍ୟପଟେ ଡେମୋକ୍ରାଟିକ୍ ସିନେଟର ଜନ୍‌ ଫେଟରମ୍ୟାନ ଏହାର ବିରୋଧରେ ଭୋଟ ଦେଇଥିବା ବେଳେ ରିପବ୍ଲିକାନ ସିନେଟର ମିଚ୍ ମ୍ୟାକକୋନେଲ ଓ ଡେଭିଡ ମ୍ୟାକକୋର୍ମିକ ଅନୁପସ୍ଥିତ ଥିଲେ।

ବିତର୍କ ସମୟରେ ଡେମୋକ୍ରାଟିକ୍ ସିନେଟର ଟିମ୍ କେନ୍ କହିଥିଲେ ଯେ ଯୁଦ୍ଧ ସମ୍ପର୍କିତ ନିଷ୍ପତ୍ତି ନେବାର ସାମ୍ବିଧାନିକ ଅଧିକାର କେବଳ କଂଗ୍ରେସ ପାଖରେ ରହିଛି | ହ୍ୱାଇଟ ହାଉସ ପକ୍ଷରୁ କୁହାଯାଇଛି ଯେ ଗତ ଏପ୍ରିଲ ୭ର ଅସ୍ତ୍ରବିରତି ପରେ ଆମେରିକାର ସାମରିକ ଅଭିଯାନ ଶେଷ ହୋଇସାରିଛି, ତେଣୁ ଏହାର କୌଣସି ଆଇନଗତ ବାଧ୍ୟତାବାଧକତା ନାହିଁ।"