Don 3: ଡନ୍-୩ ବିବାଦ: ଆଇଏମପିପିଏର ହସ୍ତକ୍ଷେପକୁ ରଣବୀରଙ୍କ ପ୍ରତ୍ୟାଖ୍ୟାନ
"ମୁମ୍ବାଇ: ଅଭିନେତା ରଣବୀର ସିଂହଙ୍କ "ଡନ୍-୩" ଛାଡ଼ିବା ମାମଲା ଏବେ ଆଇନଗତ ବିବାଦର ରୂପ ନେଇଛି।
ଏହି ବିବାଦରେ ଇଣ୍ଡିଆନ୍ ମୋସନ୍ ପିକଚର୍ ପ୍ରଡ୍ୟୁସର୍ସ ଆସୋସିଏସନ୍ (IMPPA)ର ହସ୍ତକ୍ଷେପକୁ ରଣବୀରଙ୍କ ଆଇନଜୀବୀ ଦଳ ବିରୋଧ କରିଛି।
ମାମଲାର ସମାଧାନ ନହେଲେ କୋର୍ଟ ହିଁ ଏହାର ନିଷ୍ପତ୍ତି ନେବା ଉଚିତ ବୋଲି ରଣବୀରଙ୍କ ପକ୍ଷରୁ କୁହାଯାଇଛି।Advertisment ରଣବୀରଙ୍କ ପକ୍ଷରୁ ବିରୋଧ ଫରହାନ ଅଖତର ଏବଂ ରିତେଶ ସିଧୱାନୀଙ୍କ ପ୍ରଯୋଜନାରେ "ଡନ୍-୩" ନିର୍ମାଣ ହେବାର ଥିଲା।
ରଣବୀର ଏହି ଫିଲ୍ମରୁ ଓହରିଯିବା ପରେ ବିବାଦ ଆରମ୍ଭ ହୋଇଥିଲା।
ପ୍ରଯୋଜକମାନେ ତାଙ୍କଠାରୁ ୪୫ କୋଟି ଟଙ୍କା କ୍ଷତିପୂରଣ ଦାବି କରିଥିବା ଜଣାପଡ଼ିଛି।
ଏହି ଅଭିଯୋଗ ଉପରେ ଆଲୋଚନା ପାଇଁ IMPPA ବୈଠକ ଡାକିଥିଲା।
ତେବେ ରଣବୀରଙ୍କ ଆଇନଜୀବୀ ଦଳ ଏହାକୁ ବିରୋଧ କରିଛି।
IMPPAର ଏହି ମାମଲାରେ ନିଷ୍ପତ୍ତି ନେବାର ଅଧିକାର ନାହିଁ ବୋଲି ତାଙ୍କ ପକ୍ଷରୁ କୁହାଯାଇଛି।
ରଣବୀରଙ୍କ ପକ୍ଷରୁ ଦାଖଲ ଚିଠିରେ ଆହୁରି କୁହାଯାଇଛି ଯେ, ଏକ୍ସେଲ ଏଣ୍ଟରଟେନମେଣ୍ଟ ସହ ତାଙ୍କର କୌଣସି ଔପଚାରିକ ଚୁକ୍ତି ନଥିଲା।
କେବଳ ଏକ ବୁଝାମଣାପତ୍ର ବା ଏମ୍ଓୟୁ ଥିଲା।
୪୫ କୋଟି ଟଙ୍କା ଦାବିକୁ ମଧ୍ୟ ରଣବୀରଙ୍କ ପକ୍ଷରୁ ବିରୋଧ କରାଯାଇଛି।ରଣବୀରଙ୍କ ଆଇନଜୀବୀ ଦଳ କହିଛି ଯେ, ଯଦି ପ୍ରଯୋଜକମାନଙ୍କର କୌଣସି ଅଭିଯୋଗ ରହିଛି, ସେମାନେ କୋର୍ଟର ଦ୍ୱାରସ୍ଥ ହୋଇପାରନ୍ତି।
IMPPA ଯଦି ରଣବୀରଙ୍କ ବିରୋଧରେ କୌଣସି ନିଷ୍ପତ୍ତି ନିଏ, ତେବେ ଆଇନଗତ ପଦକ୍ଷେପ ନିଆଯିବ ବୋଲି ମଧ୍ୟ ଚେତାବନୀ ଦିଆଯାଇଛି।
ଅନ୍ୟପକ୍ଷରେ, IMPPA ସଭାପତି ଅଭୟ ସିହ୍ନା କହିଛନ୍ତି ଯେ ଅଗଷ୍ଟ ୧୮ର ବୈଠକରେ ଉଭୟ ପକ୍ଷ ନିଜ ନିଜ ଯୁକ୍ତି ରଖିଛନ୍ତି।
ଏବେ IMPPAର ଆଇନଜୀବୀ ଦଳ ମାମଲାର ସମସ୍ତ ଦିଗ ଯାଞ୍ଚ କରୁଛି।
ଏହା ପରେ ପରବର୍ତ୍ତୀ ପଦକ୍ଷେପ ନେବାକୁ ନିଷ୍ପତ୍ତି ହେବ।
Kerala: ଜୟପୁରରେ ୫୨ ପ୍ରତିଯୋଗୀଙ୍କୁ ପଛରେ ପକାଇ କେରଳର ୧୯ ବର୍ଷୀୟା କୈଜିଆଙ୍କ ମୁକୁଟ ବିଜୟ "ଡନ୍-୩"ର ସୁଟିଂ ୨୦୨୬ର ପ୍ରଥମାର୍ଦ୍ଧରେ ଆରମ୍ଭ ହେବାର ଯୋଜନା ଥିଲା।
ରଣବୀର ଫିଲ୍ମ ପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଥିଲେ।
୨୦୨୫ ନଭେମ୍ବରରେ ସେ ଆକ୍ସନ ଓ ଷ୍ଟଣ୍ଟ ଟ୍ରେନିଂ ନେଇଥିଲେ।
ତେବେ ଡିସେମ୍ବରରେ ସେ ଫିଲ୍ମ ଛାଡ଼ିବାକୁ ପ୍ରଯୋଜକଙ୍କୁ ଜଣାଇଥିଲେ।
ଏହା ପୂର୍ବରୁ ଫିଲ୍ମ ଟିମ୍ ବିଦେଶରେ ଲୋକେସନ୍ ଖୋଜିବା, କ୍ରୁ, ପୋଷାକ, ଯାତ୍ରା ଓ ସେଟ୍ ପାଇଁ ଖର୍ଚ୍ଚ କରିସାରିଥିଲା।
ଏହି କ୍ଷତି ପାଇଁ ପ୍ରଯୋଜକମାନେ ୪୫ କୋଟି ଟଙ୍କା ଦାବି କରିଥିବା କୁହାଯାଉଛି।
ଏବେ ରଣବୀରଙ୍କ ହାତରେ ଅନ୍ୟ ପ୍ରୋଜେକ୍ଟ ମଧ୍ୟ ରହିଛି। "ଧୁରନ୍ଧର" ପରେ ସେ "ପ୍ରଳୟ"ରେ ନଜର ଆସିବେ।
ଜୟ ମେହଟା ଏହାର ନିର୍ଦ୍ଦେଶନା ଦେଉଛନ୍ତି।
ଫିଲ୍ମରେ ରଣବୀରଙ୍କ ସହ କଲ୍ୟାଣୀ ପ୍ରିୟଦର୍ଶନ ମଧ୍ୟ ଅଭିନୟ କରୁଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
