Want to take: ଏକାବେଳକେ ଦୁଇଟି ବ୍ୟକ୍ତିଗତ ଋଣ ନେବାକୁ ଚାହୁଛନ୍ତି କି?

Jun 18, 2026 - 15:06
Want to take: ଏକାବେଳକେ ଦୁଇଟି ବ୍ୟକ୍ତିଗତ ଋଣ ନେବାକୁ ଚାହୁଛନ୍ତି କି?

"ବେଳେବେଳେ ପରିସ୍ଥିତି ଏମିତି ହୁଏ ଯେ, ଆପଣ ଏକା ସାଙ୍ଗରେ ଦୁଇ ଦୁଇଟି ଋଣ ନେବା କଥା‌ ଚିନ୍ତା କରନ୍ତି।

ଯଦିଓ ଏଥିରେ ରିଜର୍ଭ ବ୍ୟାଙ୍କର କୌଣସି ପ୍ରତିବନ୍ଧକ ନାହିଁ, କିନ୍ତୁ ଦୁଇଟି ପର୍ସନାଲ୍‌ ଲୋନ୍‌ ବା ବ୍ୟକ୍ତିଗତ ଋଣ ପାଇଁ ବ୍ୟାଙ୍କର କେତେକ ନିୟମାବଳୀ ରହିଛି।

ଅର୍ଥାତ୍‌, ଆପଣ ଗୋଟିଏରୁ ଅଧିକ ଋଣ ନେଇପାରିବେ, କିନ୍ତୁ ଅନ୍ତିମ ନିଷ୍ପତ୍ତି ବ୍ୟାଙ୍କ କିମ୍ବା ଏନ୍‌ବିସି ହିଁ ନେଇଥାନ୍ତି।

ଆପଣ ଠିକ୍‌ ସମୟରେ ଋଣ ପରିଶୋଧ କରିପାରିବେ କି ନାହିଁ, ତାହା ସେମାନେ ହିଁ ସ୍ଥିର କରିଥାନ୍ତି।Advertisment Thousands of errors: "ପାଠ୍ୟପୁସ୍ତକରେ ସହସ୍ରାଧିକ ତ୍ରୁଟି, ଓଡ଼ିଶା ଶିକ୍ଷା ଇତିହାସରେ ବିରଳ"   ତେବେ, ଦ୍ୱିତୀୟ ବ୍ୟକ୍ତିଗତ ଋଣ ପାଇବା ଏତେ ସହଜ ନୁହେଁ।

ଯେପରିକି ବ୍ୟାଙ୍କ ଋଣ ଦେବା ପୂର୍ବରୁ ଆପଣଙ୍କ ଆୟ, ବର୍ତ୍ତମାନର ଇଏମ୍‌ଆଇ ଓ ମୋଟ୍‌ ଋଣକୁ ବିଚାର କରିଥାଏ।

ତଥାପି, ଯଦି ଆପଣଙ୍କର ଋଣ ଆପଣଙ୍କର ଦରମାଠାରୁ ଅଧିକ, ତେବେ ଆପଣ ଋଣ ପାଇବାରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।

ତେଣୁ ଋଣ ନେବା ପୂର୍ବରୁ କେତେକ ବିଷୟରେ ସଚେତନ ରହିବା ଗୁରୁତ୍ୱପୂର୍ଣ୍ଣ।

RSP : ଆର୍‌ଏସ୍‌ପି ଠିକାକର୍ମଚାରୀଙ୍କ ମୃତ୍ୟୁ ଦ୍ୱିତୀୟ ଋଣ ପାଇଁ ସର୍ତ୍ତାବଳୀ ମନେରଖନ୍ତୁ, ବ୍ୟାଙ୍କଗୁଡ଼ିକ ଋଣର ମୋଟ୍‌ ପରିମାଣକୁ ବିଚାର କରନ୍ତି। ଆପଣଙ୍କର ମୋଟ୍‌ ଋଣର ଯୋଗ୍ୟତା ଆଧାରରେ ଋଣ ଦିଆଯାଏ। ଅନେକ ସମୟରେ, ଏକକାଳୀନ ବିଭିନ୍ନ ଉତ୍ସରୁ ଋଣ ନେବାରେ ବି ପ୍ରତିବନ୍ଧକ ଲଗାଯାଇପାରେ।

ଦ୍ୱିତୀୟ ବ୍ୟକ୍ତିଗତ ଋଣ ଦେବାବେଳେ ବ୍ୟାଙ୍କଗୁଡ଼ିକ କିଛି ଗୁରୁତ୍ୱପୂର୍ଣ୍ଣ ବିଷୟ ଦେଖନ୍ତି, ଯେପରିକି-  ଡିଟିଆଇ(ଡେବ୍‌ଟ-ଟୁ-ଇନ୍‌କମ୍‌) ସୂଚାଇଥାଏ ଯେ, ଆପଣଙ୍କ ବାର୍ଷିକ ଆୟର କେତେ ଇଏମ୍‌ଆଇରେ ଯାଉଛି। ସାଧାରଣତଃ ୩୫ ପ୍ରତିଶତ ପର୍ଯ୍ୟନ୍ତ ଡିଟିଆଇ ସୁରକ୍ଷିତ ବୋଲି ବିବେଚନା କରାଯାଏ।

ଅଧିକ ଡିଟିଆଇ ଋଣ ପରିମାଣ କିମ୍ବା ଅବଧିରେ ପରିବର୍ତ୍ତନ ଆଣିପାରେ।ଉଦାହରଣସ୍ବରୂପ; ଧରନ୍ତୁ, ଆପଣଙ୍କ ଦରମା ୫୦,୦୦୦ ଟଙ୍କା ଓ ଆପଣ ପ୍ରତି ମାସରେ ୧୦, ୦୦୦ ଟଙ୍କା ଇଏମ୍‌ଆଇ ଦେଉଛନ୍ତି।

ଏମିତିରେ ଦେଖିଲେ, ଆପଣଙ୍କ ଦରମାର ୨୦% ପ୍ରତି ମାସ ଋଣ ପରିଶୋଧରେ ଯାଉଛି, ଯାହାକୁ ଡିଟିଆଇ କୁହାଯାଏ।

କ୍ରେଡିଟ୍‌ ସ୍କୋର୍‌ ଜରୁରି କାହିଁକି?

ବ୍ୟକ୍ତିଗତ ଋଣ, ବିନା ଗ୍ୟାରେଣ୍ଟିରେ ଦିଆଯାଏ, ତେଣୁ ବ୍ୟାଙ୍କଗୁଡ଼ିକ ଆପଣଙ୍କ କ୍ରେଡିଟ୍‌ ସ୍କୋର୍‌ ଯାଞ୍ଚ କରନ୍ତି।

ସାଧାରଣତଃ, ୭୫୦ କିମ୍ବା ତା"ଠାରୁ ଅଧିକ ସ୍କୋର୍‌କୁ ଭଲ ବୋଲି କୁହାଯାଏ।

ଆପଣ ପୂର୍ବ ଋଣ ସମୟ ସୀମାରେ ପରିଶୋଧ କରିଛନ୍ତି କି ନାହିଁ ଏବଂ କୌଣସିଇଏମ୍‌ଆଇ ବିଳମ୍ବ ହୋଇଛି କି ନାହିଁ, ତାହା କ୍ରେଡିଟ୍‌ ସ୍କୋର୍‌ ଦେଖାଇଥାଏ।

ଯଦି ସମୟସୀମା ମଧ୍ୟରେ ଇଏମ୍‌ଆଇ ପେମେଣ୍ଟ ଏବଂ ଏକ ସଫା କ୍ରେଡିଟ୍‌ ହିଷ୍ଟ୍ରି ଥାଏ, ତେବେ ଆପଣ ଋଣ ପାଇବାର ସମ୍ଭାବନା ଅଧିକ ହୋଇଯାଇଥାଏ।"