Domestic LPG price: ଘରୋଇ ଏଲ୍ପିଜି ଦର ୨୯ ଟଙ୍କା ବଢ଼ିଲା
ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ତେଲ କମ୍ପାନିଗୁଡ଼ିକ ଆଜି ୧୪.୨ କିଗ୍ରା ବିଶିଷ୍ଟ ଘରୋଇ ଏଲ୍ପିଜି ଦର ୨୯ ଟଙ୍କା ବୃଦ୍ଧି କରିଛନ୍ତି। ଫଳରେ ଜୁନ୍ ୭ ତାରିଖରୁ ଦିଲ୍ଲୀରେ ଘରୋଇ ଏଲ୍ପିଜି ଦର ୯୧୩ ଟଙ୍କାରୁ ବଢ଼ି ୯୪୨ ଟଙ୍କା ହୋଇଛି। ବିଭିନ୍ନ ରାଜ୍ୟରେ ଦର ଭିନ୍ନ ଭିନ୍ନ ରହିବ। ଗତ ୩ ମାସ ମଧ୍ୟରେ ଘରୋଇ ଏଲ୍ପିଜି ଦରରେ ଏହା ଦ୍ବିତୀୟ ବୃଦ୍ଧି। ମଧ୍ୟପ୍ରାଚ୍ୟ ଯୁଦ୍ଧ ପରେ ଗତ ମାର୍ଚ୍ଚ ୭ ରେ ଏହାର ଦର ୬୦ ଟଙ୍କା ବୃଦ୍ଧି ହୋଇଥିଲା। ପେଟ୍ରୋଲ୍ ଓ ଡିଜେଲ୍ ଦର ଗତ କିଛିଦିନ ମଧ୍ୟରେ ୪ ଥରରେ ପ୍ରାୟ ୮ ଟଙ୍କା ବୃଦ୍ଧି କରିଛନ୍ତି।
LPG: ଘରୋଇ ଗ୍ୟାସ ସିଲିଣ୍ଡର ପିଛା ଏତିକି ଟଙ୍କା କ୍ଷତି ସହୁଛନ୍ତି ତେଲ କମ୍ପାନୀ
ସେହିଭଳି ସିଏନ୍ଜି ଦର ମଧ୍ୟ ଏକାଧିକ ପର୍ଯ୍ୟାୟରେ ବଢ଼ିଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବଢ଼ିବା ସହ ମଧ୍ୟପ୍ରାଚ୍ୟରୁ ଯୋଗାଣ ବାଧାପ୍ରାପ୍ତ ହୋଇଛି। ଏଥିପାଇଁ ଦେଶରେ ରାଷ୍ଟ୍ରାୟତ୍ତ ତେଲ କମ୍ପାନିଗୁଡ଼ିକ ପେଟ୍ରୋଲିୟମ୍ ଉତ୍ପାଦ ବିକ୍ରିରେ କ୍ଷତି ସହୁଛନ୍ତି। କ୍ଷତିକୁ ଭରଣା କରିବା ପାଇଁ କମ୍ପାନିଗୁଡ଼ିକ ଦର ବଢ଼ାଇ ଚାଲିଛନ୍ତି। ଏହି ବୃଦ୍ଧି ପୂର୍ବରୁ ରାଷ୍ଟ୍ରାୟତ୍ତ ତେଲ କମ୍ପାନିଗୁଡ଼ିକ ଘରୋଇ ଏଲ୍ପିଜିରେ ସିଲିଣ୍ଡର ପିଛା ପ୍ରାୟ ୭୦୩ ଟଙ୍କାର କ୍ଷତି ସହୁଥିଲେ। ସେହିଭଳି ପେଟ୍ରୋଲ୍ ଓ ଡିଜେଲ୍ରେ କମ୍ପାନିଗୁଡ଼ିକ ଲିଟର ପିଛା ଯଥାକ୍ରମେ ୧୧ ଟଙ୍କା ଏବଂ ୩୩ ଟଙ୍କା ୬୦ ପଇସା କ୍ଷତି ସହୁଥିବା କୁହାଯାଉଛି।
LPG cylinder: ୧୯ କେଜି ବିଶିଷ୍ଟ ବାଣିଜ୍ୟିକ ଏଲ୍ପିଜି ଦାମ୍ ୪୨ ଟଙ୍କା ବୃଦ୍ଧି ପାଇଛି
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।