Doctor Apologises to Dabugam MLA: ଭାଇରାଲ୍ ହୋଇଥିଲା ଯୁକ୍ତିତର୍କର ଭିଡିଓ, ଶେଷରେ ବିଧାୟକଙ୍କୁ କ୍ଷମା ମାଗିଲେ ଡାକ୍ତର

Nov 21, 2026 - 17:28
Doctor Apologises to Dabugam MLA: ଭାଇରାଲ୍ ହୋଇଥିଲା ଯୁକ୍ତିତର୍କର ଭିଡିଓ, ଶେଷରେ ବିଧାୟକଙ୍କୁ କ୍ଷମା ମାଗିଲେ ଡାକ୍ତର

ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାବୁଗାଁ ବିଧାୟକ ଓ ଡାକ୍ତରଙ୍କ ମଧ୍ୟରେ ଘଟଣାର ହେଲା ସମାଧାନ।

ଉଭୟଙ୍କ ମଧ୍ୟରେ ଆଲୋଚନା ଓ ପାରସ୍ପରିକ ବୁଝାମଣାରେ ବିବାଦ ସମାଧାନ ହୋଇଛି।

ଏନେଇ ସୂଚନା ଦେଇଛନ୍ତି ମେଡିକାଲ ଏଡିଏମ୍ଓ।

ଗତ ୧୯ ତାରିଖରେ ଆଶ୍ରମ ସ୍କୁଲର ଚତୁର୍ଥ ଶ୍ରେଣୀର ଜଣେ ଗୁରୁତର ଛାତ୍ରଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ଅଣାଯାଇଥିଲା।

ସେତେବେଳେ ବିଧାୟକ ଓ ଡାକ୍ତରଙ୍କ ଭିତରେ ଯୁକ୍ତିତର୍କର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା।

Advertisment ଡ୍ୟୁଟିରେ ଥିବା ଡାକ୍ତର ଶକ୍ତି ସ୍ବରୂପ ପଣ୍ଡାଙ୍କ ସହ ବିଧାୟକଙ୍କର କଥା କଟାକଟି ହୋଇଥିଲା।

ନବରଙ୍ଗପୁର ମେଡିକାଲ ଏଡିଏମ୍ଓ କହିଛନ୍ତି, ସମ୍ପୃକ୍ତ ଡାକ୍ତର ନୂଆ କରି ଚାକିରିରେ ଯୋଗ ଦେଇଥିବାରୁ ବିଧାୟକଙ୍କୁ ଚିହ୍ନି ପାରିନଥିଲେ।

ଚିକିତ୍ସାରେ ବାଧା ନହେବା ପାଇଁ ରୁମ୍ ରେ ଅଧିକ ଗହଳି ନକରିବାକୁ କହିଥିଲେ।

ଯାହାକୁ ନେଇ ଭୁଲ ବୁଝାମଣା ହୋଇଥିଲା।

ପରେ ବିଧାୟକଙ୍କୁ ଜାଣିବା ପରେ ଡାକ୍ତର କ୍ଷମା ମାଗିଥିଲେ।

...

ବିଧାୟକ-ଡାକ୍ତର ଯୁକ୍ତିତର୍କ ଘଟଣାର ସମାଧାନ ଉଭୟ ପକ୍ଷ ଭିତରେ ଆଲୋଚନା ଓ ପାରସ୍ପରିକ ବୁଝାମଣା ନବରଙ୍ଗପୁର ମେଡିକାଲରେ ଘଟିଥିଲା ଘଟଣା ଛାତ୍ରଙ୍କ ଚିକିତ୍ସାକୁ ନେଇ ବିଧାୟକ-ଡାକ୍ତରଙ୍କ ଯୁକ୍ତିତର୍କ ଭାଇରାଲ୍ ହୋଇଥିଲା ଯୁକ୍ତିତର୍କର ଭିଡିଓ Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)