DNA test: ଆଇନଅଦାଲତ: ଡିଏନ୍ଏ ଟେଷ୍ଟ୍ କହିଲା ଗାଈ କାହାର
"ଗୋଟାଏ ଗୃହପାଳିତ ଗାଈର ଅସଲ ମାଲିକ କିଏ ତାହା ସ୍ଥିର କରିବା ଲାଗି ଦୁଇ ମହିଳା ଅଦାଲତକୁ ଯାଇଥିଲେ।
ସେତିକି ନୁହେଁ, ଅଦାଲତଙ୍କ ନିର୍ଦ୍ଦେଶରେ ଫୋରେନ୍ସିକ୍ ସାଇନ୍ସ୍ର ଉପଯୋଗ ବି କରାଯାଇଥିଲା।
ବିସ୍ମୟକର ଲାଗୁଥିଲେ ବି ଏ ଘଟଣା ସତ୍ୟ।
ଈଶ୍ବରଙ୍କ ନିଜସ୍ବ ଦେଶ ଭାବେ ସୁଖ୍ୟାତ କେରଳ ରାଜ୍ୟ ଅନ୍ତର୍ଗତ କୋଲାମ୍ ଜିଲ୍ଲାରେ ୨୦୧୪ ମସିହାରେ ଏପରି ଘଟଣା ଘଟିଥିଲା।
ଗୋଟାଏ ଗାଈର ମାଲିକାନା ନିମନ୍ତେ ଦୁଇବର୍ଷ ଧରି ଦୁଇଜଣ ମହିଳାଙ୍କ ମଧ୍ୟରେ ଲାଗିଥିବା ବିବାଦ ସମାଧାନ କରିବା ଲାଗି ଶେଷରେ ଅଦାଲତଙ୍କୁ ଉକ୍ତ ଗାଈର ଡିଏନ୍ଏ ପରୀକ୍ଷା କରାଇବାକୁ ପଡ଼ିଥିଲା।Advertisment Maa Rambhadevi: ମା" ରମ୍ଭାଦେବୀଙ୍କ ଯାତ୍ରା କାହାଣୀ ଭଳି ମନେ ହେଉଥିଲେ ବି ଏକଥା ନିରାଟ ସତ୍ୟ।
କେରଳର ପୁନାଲୁର୍ ଜିଲ୍ଲାର କୁମାରକମ୍ କୋଡ଼ିବାସିନୀ ଗୀତା ନାମ୍ନୀ ଜଣେ ମହିଳା ଅଭିଯୋଗ କରିଥିଲେ ଯେ ଆଜକୁ ଦୁଇବର୍ଷ ତଳେ ଚରିବା ପାଇଁ ଯାଇ ତାଙ୍କ ଗାଈ ଘରକୁ ଫେରି ନ ଥିଲା।
ବହୁଦିନ ଖୋଜାଖୋଜି ପରେ ପାଖ ଗଁା" ପତ୍ତନାପୁରମ୍ରେ ଜଣଙ୍କ ଗୁହାଳରେ ସେ ଗାଈ ଏବଂ ତା" ସହିତ ଗୋଟାଏ ବାଛୁରୀ ଥିବା କଥା ଦାବି କଲେ ଗୀତା।
ସେ ଗାଁ"ର ଟି.ଏସ୍.
ଶଶୀଲେଖା ନାମ୍ନୀ ଜଣେ ମହିଳା ଥିଲେ ସେ ଗାଈବାଛୁରୀଙ୍କ ମାଲିକାଣୀ।
ଗୀତାଙ୍କ କଥା ଶୁଣି ଶଶୀଲେଖା କହିଲେ କି, ଏ ଗାଈବାଛୁରୀ ଗୀତାଙ୍କର ନୁହେଁ, ତାଙ୍କର।
କିନ୍ତୁ, ଗୀତା ଅଭିଯୋଗ କଲେ ଶଶୀଲେଖା ସେମାନଙ୍କୁ ଚୋରାଇ ନେଇ ପାଳିଛନ୍ତି।
ଗୀତା ବନାମ୍ ଶଶୀଲେଖା: ଥାନାରୁ ଅଦାଲତଗୀତା ଯାଇ ପତ୍ତନାପୁରମ୍ ଥାନାରେ ଅଭିଯୋଗ କଲେ ଯେ ଶଶୀଲେଖା ଓ ତାଙ୍କ ପୁଅ ତାଙ୍କ (ଗୀତାଙ୍କ) ଗାଈ ଚୋରାଇ ନେଇ ରଖିଛନ୍ତି।
ପୁଲିସ ଆପୋସ ସମାଧାନ କରିବାକୁ ଚେଷ୍ଟା କଲା, କିନ୍ତୁ, ଦୁଇ ମହିଳା ପରସ୍ପର କଥାରେ ଅଡ଼ି ବସିଲେ ଯେ ସେମାନେ ହିଁ ଗାଈର ଅସଲ ମାଲିକାଣୀ।
ବିବାଦ ନ ତୁଟିବାରୁ ପୁଲିସ ଚୋରି ମାମଲା ଦାଏର କରି ଶଶୀଲେଖା ଓ ତାଙ୍କ ପୁଅଙ୍କୁ ଗିରଫ କଲା।
ସେଉଠୁ ମାମଲା ଗଲା କୋଲାମ୍ ନଗରୀସ୍ଥିତ ନିମ୍ନ ଅଦାଲତକୁ।
ଟି.ଏସ୍.
ଶଶୀଲେଖା ଓ ତାଙ୍କ ପୁଅଙ୍କୁ ଜାମିନ ନ ମିଳିବାରୁ ଦୁହେଁ ଜେଲ୍ ଗଲେ।
ପରେ କେରଳ ହାଇକୋର୍ଟ ଜାମିନ ମଞ୍ଜୁର କଲାରୁ ଶଶୀଲେଖା ଓ ତାଙ୍କ ପୁଅ ଜେଲ୍ରୁ ମୁକୁଳିଲେ।
ହେଲେ ମାମଲାର ବିଚାର ଜାରି ରହିଲା।
ଗାଈର ଡିଏନ୍ଏ ପରୀକ୍ଷାଅଧିକ ତଦନ୍ତ କରି ପୁଲିସ ଜାଣିଲା ଯେ ଯେଉଁ ଗାଈଟି ପାଇଁ ଏତେ ବିବାଦ, ସେ ଗାଈର ମାଆ ଜୀବିତ।
ପ୍ରକୃତରେ ସେ ଦୁଇ ଗାଈଙ୍କ ମଧ୍ୟରେ ଜୈବିକ ସମ୍ପର୍କ ଅଛି କି, ନାହିଁ ଜାଣିବା ଲାଗି ସେମାନଙ୍କର ଡିଏନ୍ଏ ପରୀକ୍ଷା କରାଇବାକୁ ଜୁଡିସିଆଲ୍ ଫାଷ୍ଟ୍କ୍ଲାସ୍ ମାଜିଷ୍ଟ୍ରେଟ୍ ସନ୍ତୋଷ ଦାସ ଅାଦେଶ ଦେଲେ।
ତେଣେ ଗୀତା କହିଲେ, ""ଆମର ପ୍ରାୟ ପନ୍ଦରଟି ଗାଈ ଅଛନ୍ତି।
ସେମାନଙ୍କ ଭିତରୁ ଗୋଟିଏ ଗାଈର ନାଁ କାର୍ତ୍ତିକା।
ସେ ହେଉଛି ଚୋରି ହୋଇଯାଇଥିବା ଗାଈର ମାଆ।
ଡିଏନ୍ଏ ପରୀକ୍ଷା ଉପରାନ୍ତେ ଏ କଥା ସ୍ପଷ୍ଟ ହୋଇଯିବ।
ସେ ଗାଈ ମୋର େବାଲି ମୁଁ ନିଶ୍ଚିତ।
ଯଦିବା ପରୀକ୍ଷା ରିପୋର୍ଟ ମୋ ବିପକ୍ଷରେ ଯାଏ ମୁଁ ପୁନଶ୍ଚ ଆବେଦନ କରିବି।"" ଗୀତା ଗଣିଲେ ସତର ହଜାର ଟଙ୍କାଗୀତାଙ୍କ ଦାବି ଅନୁଯାୟୀ ମାଆ ଗାଈଟିକୁ ଅଦାଲତରେ ହାଜର କରାଗଲା।
ତେଣେ ତାଙ୍କ ଗାଈଟିକୁ ଆଣିବା ଲାଗି ଅଦାଲତ ଶଶୀଲେଖାଙ୍କୁ ନିର୍ଦ୍ଦେଶ ଦେଲେ।
କିନ୍ତୁ, ମାମଲା ବିଚାର ଶେଷ ହେବା ପର୍ଯ୍ୟନ୍ତ ସିଓରିଟି ବାବଦକୁ ୧୦,୦୦୦ ଟଙ୍କା ପୈଠ କରିବାକୁ ଅଦାଲତ ଗୀତାଙ୍କୁ କହିଲେ।
ଅଦାଲତଙ୍କ ଆଦେଶ ଅନୁଯାୟୀ ଗାଈ ଦୁଇଟାଙ୍କୁ ପ୍ରାଣୀ ଚିକିତ୍ସାଳୟକୁ ନିଆଗଲା।
ସେଠାରେ ସେମାନଙ୍କର ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ନିମନ୍ତେ ତିରୁଅନନ୍ତପୁରମ୍ସ୍ଥିତ ରାଜୀବ ଗାନ୍ଧୀ ସେଣ୍ଟର୍ ଫର୍ ବାୟୋଟେକ୍ନୋଲଜିକୁ ପଠାଗଲା।
ଡିଏନ୍ଏ ପରୀକ୍ଷା ବାବଦକୁ ଗୀତାଙ୍କୁ ୧୭ ୦୦୦ ଟଙ୍କା ଦେବାକୁ ପଡ଼ିଲା।
Cricket: ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଅଜଣା କଥା କହିଦେଲେ କୁମାର ସାଙ୍ଗାକାରା ବିରଳତମ ମାମଲାଘଟଣାର ତଦନ୍ତ କରୁଥିବା ପୁଲିସ ସବ୍-ଇନ୍ସ୍ପେକ୍ଟର୍ ଜି.
ରାଜୁ ସେେତବେଳେ କହିଥିଲେ-ଏଇଟା ହେଉଛି ବିରଳ ମାମଲାଗୁଡ଼ିକ ମଧ୍ୟରୁ ବିରଳତମ।
ସେହିପରି ଶଶୀଲେଖାଙ୍କ ତରଫରୁ ମାମଲା ଲଢୁଥିବା ଓକିଲ ଏନ୍ ଚନ୍ଦ୍ର ବାବୁ କହିଥିଲେ- ଗୋଟାଏ ଗାଈର ଅସଲ ମାଲିକ କିଏ ଠାବ କରିବା ଲାଗି ଡିଏନ୍ଏ ପରୀକ୍ଷା ହେବା ସମ୍ଭବତଃ ଦେଶରେ ପ୍ରଥମ ଘଟଣା।
ଅକାରଣେ ମୋ ମହକିଲଙ୍କୁ ମାନସିକ ପୀଡ଼ା ଦେଇଥିବାରୁ ଅଭିଯୋଗକାରିଣୀଙ୍କ ଠାରୁ କ୍ଷତିପୂରଣ ରାଶି ଆଦାୟ କରିବା ଲାଗି ଆମେ ଯୋଜନା କରୁଛୁ।
ପ୍ରାଣୀଙ୍କ କ୍ଷେତ୍ରରେ ପରୀକ୍ଷା କଠିନରାଜୀବ ଗାନ୍ଧୀ ସେଣ୍ଟର୍ ଫର୍ ବାୟୋଟେକ୍ନୋଲଜିର ବରିଷ୍ଠ ବୈଜ୍ଞାନିକ ଅଧିକାରୀ ଡକ୍ଟର୍ ଜର୍ଜ ଟୋମାସ୍ ମତ ଦେଇଥିଲେ- ପ୍ରକୃତ ମାଲିକ କିଏ ନିରୂପଣ କରିବା ଲାଗି ଗୋଟାଏ ଗାଈଚୋରି ମାମଲାରେ ଅଦାଲତ ଡିଏନ୍ଏ ପରୀକ୍ଷା ନିମନ୍ତେ ଆଦେଶ ଦେବା ଆମ ପାଇଁ ପ୍ରଥମ ଘଟଣା।
ଏହି ମାମଲାରେ ଗୋଟିଏ ପ୍ରଜାତିର ଦୁଇଟି ଭିନ୍ନ ଭିନ୍ନ ପ୍ରାଣୀ ଚିହ୍ନଟ କରିବା ଲାଗି ଡିଏନ୍ଏ ପରୀକ୍ଷା ଆବଶ୍ୟକ।
ଅବଶ୍ୟ ପ୍ରାଣୀମାନଙ୍କ କ୍ଷେତ୍ରରେ ଏ ପରୀକ୍ଷା ଟିକେ କଠିନ।
ତଥାପି ଆମେ ପାରୁପର୍ଯ୍ୟନ୍ତ ଚେଷ୍ଟା କରିବୁ।
ଶଶୀଲେଖା ହିଁ ମାଲିକାଣୀଶେଷରେ ଡିଏନ୍ଏ ରିପୋର୍ଟ ଆସିଲା।
ରିପୋର୍ଟରେ ଉଲ୍ଲେଖ ଥିଲା କି, ଯେଉଁ ଗାଈ ପାଇଁ ଏତେ ବିବାଦ, ତା" ମାଆ ବୋଲି କୁହାଯାଉଥିବା ଗାଈ ସହ ଚୋରି ହୋଇଥିବା ଗାଈର ରକ୍ତ ନମୁନା ମେଳ ଖାଇନାହିଁ।
ସୁତରାଂ, ଗାଈର ଅସଲ ମାଲିକାଣୀ ଶଶୀଲେଖା।
ଶେଷରେ ଗାଈର ମାଲିକାନା ନେଇ ବର୍ଷାଧିକ କାଳ ଚାଲିଥିବା ମାମଲାର ଅବସାନ ଘଟିଲା।"