Acting Debut: ଅଭିନୟ କ୍ଷେତ୍ରରେ ପାଦ ଥାପିଲେ ବଲିଉଡ ଅଭିନେତା ଗୋବିନ୍ଦାଙ୍କ ପତ୍ନୀ ସୁନିତା
"ମୁମ୍ବାଇ: ବଲିଉଡ ଅଭିନେତା ଗୋବିନ୍ଦାଙ୍କ ପତ୍ନୀ ତଥା ୟୁଟ୍ୟୁବର୍ ସୁନିତା ଆହୁଜା ଏବେ ଅଭିନୟ କ୍ଷେତ୍ରରେ ପାଦ ଥାପିଛନ୍ତି।
ସେ ଏକତା କପୁରଙ୍କ ଦ୍ୱାରା ନିର୍ମିତ ଏକ ଚଳଚ୍ଚିତ୍ରରେ ତାଙ୍କ ପୁଅ ଯଶବର୍ଦ୍ଧନ ଆହୁଜାଙ୍କ ସହ ଅଭିନୟ ଜଗତରେ ପ୍ରବେଶ କରୁଛନ୍ତି।
ଏହି ଚଳଚ୍ଚିତ୍ରରେ ସେ ନିଜ ପୁଅର ମାଆ ଭୂମିକାରେ ଅଭିନୟ କରୁଛନ୍ତି।Advertisment ଏକତା କପୁରଙ୍କ ପାଇଁ ଅଭିନୟ କରୁଛି ହଠାତ୍ ଅଭିନୟ ପ୍ରତି ଦୁର୍ବଳତା କେଉଁଠୁ ଆସିଲା ବୋଲି ପଚାରିଲେ ସୁନିତା କହିଛନ୍ତି, "ମୁଁ ପ୍ରକୃତରେ ଏକତା କପୁରଙ୍କ ପାଇଁ ଅଭିନୟ କରୁଛି।
ସେ ମୋତେ ଅଭିନୟ କରିବାକୁ ପରାମର୍ଶ ଦେଲେ ଓ ମୁଁ ତାକୁ ସାଦରେ ଗ୍ରହଣ କରିଛି।
ଏଥିଲାଗି ଏକତା କପୁରଙ୍କୁ ପ୍ରଶଂସା କରୁଛି, କାରଣ ସେ ମୋ ପୁଅକୁ ତାଙ୍କ ସିନେମାରେ ସୁଯୋଗ ଦେଇଛନ୍ତି ଏବଂ ମୋତେ ମୋ ପୁଅର ଫିଲ୍ମରେ କାମ କରିବାର ସୁଯୋଗ ମଧ୍ୟ ଦେଇଛନ୍ତି।
ମୁଁ ଏହି ଚଳଚ୍ଚିତ୍ରରେ ମୋ ପୁଅର ମାଆ ଭୂମିକାରେ ଅଭିନୟ କରୁଛି।
ଏକତାଙ୍କୁ ଧନ୍ୟବାଦ ଏବଂ ତାଙ୍କୁ ବହୁତ ବହୁତ ଭଲ ପାଇବା ଏବଂ ଆଶୀର୍ବାଦ ଦେଉଛି।" Bharat Taxi ସହ ଯୋଡ଼ିଛନ୍ତି ୭ ଲକ୍ଷରୁ ଅଧିକ ସାରଥୀ ସୁନୀତା ଆହୁଜା Netflixର ରିଆଲିଟି ଶୋ "ଲକ୍ ଅପ୍: ଟ୍ରୁଥ୍ ଅର୍ ଡେୟାର"ରେ ଅଂଶଗ୍ରହଣ କରିଛନ୍ତି।
ଏହି ଶୋ'ଟି OTT ପ୍ଲାଟଫର୍ମରେ ଷ୍ଟ୍ରିମିଂ ଆରମ୍ଭ ହୋଇଛି।
ଶୋ'ରେ ଯୋଗଦେବା ପୂର୍ବରୁ, ସୁନୀତା କାହିଁକି ଅଂଶଗ୍ରହଣ କରିବାକୁ ରାଜି ହୋଇଥିଲେ, ସେନେଇ ନିଜର ମତ ରଖିଛନ୍ତି।।ସୁନିତା କହିଛନ୍ତି, "ମୁଁ କେବଳ ଏକତା କପୁରଙ୍କ ପାଇଁ "ଲକ୍ ଅପ୍"କୁ ହଁ କହିଥିଲି, କାରଣ ସେ ମୋତେ ବହୁତ ପସନ୍ଦ କରନ୍ତି, ଏବଂ ମୁଁ ତାଙ୍କୁ ବହୁତ ପସନ୍ଦ କରେ।
ଏହା ସହିତ, ନେଟଫ୍ଲିକ୍ସ ମୋର ପ୍ରିୟ ଚ୍ୟାନେଲ; ସେଥିପାଇଁ ମୁଁ ହଁ କହିଥିଲି।
ମୁଁ ଏହି ଶୋ" ମଧ୍ୟ ଏହି ଆଶାରେ କରିଥିଲି ଯେ ଏକତା ଏବଂ ନେଟଫ୍ଲିକ୍ସ ଭବିଷ୍ୟତରେ ମୋତେ ସେମାନଙ୍କର ପ୍ରଡକ୍ସନ୍ ହାଉସ୍ ଏବଂ ଚ୍ୟାନେଲରେ ଭଲ କାମ ଦେବେ।" "