EV AUTO: ଏତେ ବାଟ ଯାଇପାରିବନି କହୁଥିଲେ, ରେକର୍ଡ କରିଦେଲା ବଜାଜ୍ ଇଲେକ୍ଟ୍ରିକ୍ ଅଟୋ

Nov 27, 2026 - 22:45
EV AUTO: ଏତେ ବାଟ ଯାଇପାରିବନି କହୁଥିଲେ, ରେକର୍ଡ କରିଦେଲା ବଜାଜ୍ ଇଲେକ୍ଟ୍ରିକ୍ ଅଟୋ

ଭୁବନେଶ୍ୱର: ଇଲେକ୍ଟ୍ରିକ୍ ଯାନ ଦୁନିଆରେ ଭାରତୀୟ ବଜାରରେ ଏକ ବଡ଼ ରେକର୍ଡ ସୃଷ୍ଟି ହୋଇଛି।

ଦେଶର ଅନ୍ୟତମ ପ୍ରମୁଖ ଅଟୋମୋବାଇଲ୍ କମ୍ପାନୀ ' ବଜାଜ୍ ଅଟୋ'ର ଇଲେକ୍ଟ୍ରିକ୍ ଥ୍ରୀ-ହ୍ୱିଲର୍ 'ବଜାଜ୍ ଓ୍ୱେଗୋ' ଏକ ଅଭୂତପୂର୍ବ ଇତିହାସ ରଚିଛି।

ଏହି ଇଲେକ୍ଟ୍ରିକ୍ ଅଟୋ ମାତ୍ର ୯ ଦିନ ଭିତରେ କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ୪,୦୨୩ କିଲୋମିଟରରୁ ଅଧିକ ଦୂରତା ସଫଳତାର ସହ ଅତିକ୍ରମ କରିଛି।

Advertisment ସିଙ୍ଗଲ୍ ଚାର୍ଜରେ ୩୯୪.୨ କି.ମି.ର ଜବରଦସ୍ତ ରେକର୍ଡ ଏହି ଯାତ୍ରା ସମୟରେ ବଜାଜ୍ ଓ୍ୱେଗୋ ଏକ ଅନ୍ୟନ୍ୟ କୀର୍ତ୍ତିମାନ ମଧ୍ୟ ସ୍ଥାପନ କରିଛି।

ତାମିଲନାଡ଼ୁର ନମକ୍କଲ୍ ଏବଂ ତିରୁନେଲଭେଲି ମଧ୍ୟରେ ଏହି ଇଲେକ୍ଟ୍ରିକ୍ ଅଟୋଟି ଥରେ ମାତ୍ର ଫୁଲ୍ ଚାର୍ଜ ହୋଇ ୩୯୪.୨ କିଲୋମିଟର ପର୍ଯ୍ୟନ୍ତ ନନ୍-ଷ୍ଟପ୍ ଚାଲି ଅଧିକ ଦୂରତା ଅତିକ୍ରମ କରିବାର ରେକର୍ଡ କରିଛି।

ଉଲ୍ଲେଖଯୋଗ୍ୟ ଯେ, କମ୍ପାନୀ ପକ୍ଷରୁ ଏହି ଗାଡ଼ିର ସାର୍ଟିଫାଇଡ୍ ରେଞ୍ଜ୍ ୨୯୬ କି.ମି.

ବୋଲି ଦାବି କରାଯାଇଥିଲା।

କିନ୍ତୁ ବାସ୍ତବ ରାସ୍ତାରେ ଏହା ନିର୍ଦ୍ଧାରିତ କ୍ଷମତାଠାରୁ ପ୍ରାୟ ୩୩ ପ୍ରତିଶତ ଅର୍ଥାତ୍ ୯୮ କି.ମି.

ଅଧିକ ଯାଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଏହି ଦୁଇଟିଯାକ ଉପଲବ୍ଧିକୁ 'ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍' ଏବଂ 'ଏସିଆ ବୁକ୍ ଅଫ୍ ରେକର୍ଡସ୍' ରେ ସ୍ଥାନ ଦିଆଯାଇଛି।

ଆହୁରି ପଢନ୍ତୁ: Weather: ଓଡ଼ିଶାର ଦାର୍ଜିଲିଂରେ ତାପମାତ୍ରା ୮.୬ ଡିଗ୍ରି ରେକର୍ଡ; ଆରମ୍ଭ ହେଲା ଜାଡ଼ କେବେ ଓ କେଉଁଠାରୁ ଆରମ୍ଭ ହୋଇଥିଲା ଯାତ୍ରା?

ଏହି ଐତିହାସିକ ଅଭିଯାନଟି ଗତ ଅକ୍ଟୋବର ୨୭ ତାରିଖରେ ଜମ୍ମୁ-କାଶ୍ମୀରର ଶ୍ରୀନଗର ସ୍ଥିତ ଐତିହାସିକ 'ଲାଲ୍ ଚୌକ୍'ରୁ ଆରମ୍ଭ ହୋଇଥିଲା।

ବିଭିନ୍ନ କଠିନ ପାହାଡ଼ିଆ ଓ ସମତଳ ରାସ୍ତା ପାର୍ ହୋଇ ନଭେମ୍ବର ୫ ତାରିଖରେ ଏହା କନ୍ୟାକୁମାରୀରେ ପହଞ୍ଚିଥିଲା।

ବଜାଜ୍ ଓ୍ୱେଗୋରେ ୧୭.୭ କିଲୋୱାଟ୍ ଆୱାର୍ କ୍ଷମତାର ଶକ୍ତିଶାଳୀ ବ୍ୟାଟେରୀ ଦିଆଯାଇଛି।

ଉନ୍ନତ ପ୍ରଦର୍ଶନ ପାଇଁ ଏଥିରେ ୨-ସ୍ପିଡ୍ ଟ୍ରାନ୍ସମିସନ୍ ଏବଂ ରିଜେନେରେଟିଭ୍ ବ୍ରେକିଂ ଟେକ୍ନୋଲୋଜି ବ୍ୟବହାର କରାଯାଇଛି, ଯାହା ବ୍ରେକ୍ ଲଗାଇବା ସମୟରେ ବ୍ୟାଟେରୀକୁ ପୁନଃ ଚାର୍ଜ କରିବାରେ ସାହାଯ୍ୟ କରେ।

ଭାରତୀୟ ବଜାରରେ ଏହାର ପ୍ରାରମ୍ଭିକ ଏକ୍ସ-ଶୋରୁମ୍ ମୂଲ୍ୟ ପ୍ରାୟ ୪,୪୧,୨୪୭ ଟଙ୍କା ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)