DMK: ସାଙ୍ଗଠନିକ ପରିବର୍ତ୍ତନ ପାଇଁ ପ୍ରସ୍ତାବ ପାରିତ କଲା ଡିଏମ୍‌କେ

Aug 22, 2026 - 22:53
DMK: ସାଙ୍ଗଠନିକ ପରିବର୍ତ୍ତନ ପାଇଁ ପ୍ରସ୍ତାବ ପାରିତ କଲା ଡିଏମ୍‌କେ

"ତାମିଲନାଡ଼ୁ: ଯୋସେଫ ସି ବିଜୟଙ୍କ ନେତୃତ୍ୱାଧୀନ ଟିଭିକେ ହାତରୁ ନିର୍ବାଚନୀ ବିପର୍ଯ୍ୟୟର ସମ୍ମୁଖୀନ ହେବାର କିଛି ମାସ ପରେ ଏମ୍‌କେ ଷ୍ଟାଲିନ୍‌ଙ୍କ ନେତୃତ୍ବାଧୀନ ଡିଏମ୍‌କେ ଶନିବାର ଦଳର ସାଙ୍ଗଠନିକ ପୁନର୍ଗଠନ କରିବା ପାଇଁ ଏକ ପ୍ରସ୍ତାବ ଗୃହୀତ କରିଛି।

ତାମିଲନାଡୁର ପ୍ରମୁଖ ବିରୋଧୀ ଦଳ ଡିଏମ୍‌କେ ଶନିବାର ଏହାର ସଂଗଠନରେ ବ୍ୟାପକ ପରିବର୍ତ୍ତନ ଭାବେ ଦଳୀୟ ପଦ ପାଇଁ କଠୋର ବୟସ କଟକଣା ଓ ପଦାଧିକାରୀଙ୍କ କାର୍ଯ୍ୟକାଳ ସୀମିତ କରିବାକୁ ଯୋଜନା କରୁଛି।

ଡିଏମ୍‌କେ ରାଜ୍ୟ ମୁଖ୍ୟାଳୟ "ଆନ୍ନା ଅରିବଲୟମ"ରେ ଅନୁଷ୍ଠିତ ବୈଠକରେ ଦଳର କାର୍ଯ୍ୟନିର୍ବାହୀ କମିଟି ସଂଗଠନର ପୁନର୍ଗଠନ ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ପାରିତ କରିଛି।

ଦଳର ମୁଖ୍ୟ ଷ୍ଟାଲିନ ଏହି ବୈଠକର ଅଧ୍ୟକ୍ଷତା କରିଥିଲେ।

ସଂଗଠନକୁ ସମ୍ପୂର୍ଣ୍ଣ ନବୀକରଣ କରିବା ପାଇଁ ନଅଟି ପ୍ରମୁଖ ପ୍ରସ୍ତାବ ପାରିତ କରାଯାଇଛି।Advertisment ଆହୁରି ପଢନ୍ତୁ: Dr Chandrabhanu Satapathy: ଗୁରୁଜୀ ଡ.

ଚନ୍ଦ୍ରଭାନୁ ଶତପଥୀଙ୍କ ନାମରେ ଦୁଇଟି ଦିବସ, ଶ୍ରୀଗୁରୁ ଭାଗବତ ନାମରେ ଗୋଟିଏ ଦିବସ ଘୋଷିତ ନୂତନ ଯୋଜନା ଅନୁଯାୟୀ, ଡିଏମ୍‌କେ ନେତୃତ୍ୱ କଠୋର ବୟସ ସୀମା, ସମସ୍ତ ପଦବୀ ପାଇଁ ବାଧ୍ୟତାମୂଳକ ଦୁଇ-ଅବଧି ସୀମା ଓ ସାଂଗଠନିକ ଜିଲ୍ଲାଗୁଡ଼ିକର ଏକ ବ୍ୟାପକ ବିସ୍ତାର କାର୍ଯ୍ୟକାରୀ କରିଛି।

ଦଳୀୟ କାର୍ଯ୍ୟକୁ ବୃତ୍ତିଗତ ଭାବେ କରିବା ଓ ନୂତନ ପିଢ଼ିକୁ ନେତୃତ୍ୱର ସ୍ଥାନାନ୍ତରକୁ ସହଜ କରିବା ପାଇଁ ଲକ୍ଷ୍ୟ ରଖିଛି।

ଡିଏମ୍‌କେ ଏହାର ସାଂଗଠନିକ ଜିଲ୍ଲାଗୁଡ଼ିକୁ ୭୮ ରୁ ୧୧୦ କୁ ବିସ୍ତାର କରିବ, ନୂତନ ବ୍ଲୁପ୍ରିଣ୍ଟ ଅନୁଯାୟୀ ସ୍ଥାନୀୟ ପ୍ରଶାସନ ସୁନିଶ୍ଚିତ କରିବା ପାଇଁ ପ୍ରତ୍ୟେକ ଜିଲ୍ଲାକୁ ଦୁଇଟି ବିଧାନସଭା ନିର୍ବାଚନମଣ୍ଡଳୀରେ ବ୍ୟାପକ ଭାବରେ ମ୍ୟାପ୍ କରାଯିବ।

କୋଏମ୍ବାଟୁର ଓ ତାମ୍ବରମ୍ ଭଳି ପ୍ରମୁଖ ସହରାଞ୍ଚଳରେ ଡିଏମ୍‌କେର ଆଉ ନଗର ସଚିବ ରହିବ ନାହିଁ କାରଣ ଦଳ ଏହି ପଦବୀକୁ ସମ୍ପୂର୍ଣ୍ଣ ଭାବରେ ଉଚ୍ଛେଦ କରିଦେଇଛି।

ଯୁବପିଢ଼ିକୁ ଦଳରେ ଗୁରୁତ୍ବ ଦେବାକୁ ମଧ୍ୟ ଲକ୍ଷ୍ୟ ରଖାଯାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)