DK Shivakumar : କର୍ଣ୍ଣାଟକ ମନ୍ତ୍ରିମଣ୍ଡଳ ବିଭାଗ ବଣ୍ଟନ: ନିଜ ପାଖରେ ଅର୍ଥ, ଆଇନ ବିଭାଗ ରଖିଲେ ଶିବକୁମାର

Aug 12, 2026 - 20:16
DK Shivakumar : କର୍ଣ୍ଣାଟକ ମନ୍ତ୍ରିମଣ୍ଡଳ ବିଭାଗ ବଣ୍ଟନ: ନିଜ ପାଖରେ ଅର୍ଥ, ଆଇନ ବିଭାଗ ରଖିଲେ ଶିବକୁମାର

"ବେଙ୍ଗାଲୁରୁ : କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ବୁଧବାର ତାଙ୍କ କ୍ୟାବିନେଟରେ ବିଭାଗ ବଣ୍ଟନ କରିଛନ୍ତି।

ଜୁନ୍‌ ୩ ତାରିଖରେ ୧୩ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ଶିବକୁମାର ଅଗଷ୍ଟ ୩ ତାରିଖରେ ତାଙ୍କ ମନ୍ତ୍ରିମଣ୍ଡଳରେ ଅଧିକ ୧୯ ମନ୍ତ୍ରୀଙ୍କୁ ସାମିଲ କରିଥିଲେ।

ରାଜ୍ୟପାଳ ଥାୱରଚାନ୍ଦ ଗେହଲଟଙ୍କ ଅଫିସ୍‌ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ ଶିବକୁମାର ଅର୍ଥ, କ୍ୟାବିନେଟ୍‌ ବ୍ୟାପାର , କାର୍ମିକ ଏବଂ ପ୍ରଶାସନିକ ସଂସ୍କାର, ଗୁଇନ୍ଦା, ସୂଚନା, ଆଇନ, ନ୍ୟାୟ ଏବଂ ମାନବାଧିକାର, ସଂସଦୀୟ ବ୍ୟାପାର ପରି ବିଭାଗ ଗୁଡ଼ିକ ନିଜ ପାଖରେ ରଖିବେ।

ବି ଜେଡ୍‌ ଜମୀରଙ୍କ ପାଖରେ ଆବାସ ବିଭାଗ ରହିବ।Advertisment ଆହୁରି ପଢନ୍ତୁ :Post-Diploma DNB Seats ୩ ସରକାରୀ ମେଡିକାଲ କଲେଜରେ ୧୧ଟି ପୋଷ୍ଟ-ଡିପ୍ଲୋମା ଡିଏନବି ସିଟ୍‌କୁ ଅନୁମୋଦନ  ରାମଲିଙ୍ଗା ରେଡ୍ଡିଙ୍କୁ ଜଙ୍ଗଲ ଏବଂ ପରିବେଶ ବିଭାଗ ଏବଂ ଲକ୍ଷ୍ମଣ ସାବଦୀଙ୍କୁ ସମବାୟ ବିଭାଗ ମିଳିଛି।

କେ ଏଚ୍‌ ମୁନିୟାପ୍ପାଙ୍କୁ ସାମାଜିକ କଲ୍ୟାଣ ବିଭାଗ ମିଳିଛି।

ସେ ବହୁଦିନ ଧରି ଏହି ବିଭାଗ ପାଇଁ ଦାବି କରିଥିଲେ।

ରିଜୱାନ ଆର୍ଦସଙ୍କୁ ଖାଦ୍ୟ, ସାଧାରଣ ବଣ୍ଟନ ଏବଂ ଖାଉଟି ବ୍ୟାପାର ବିଭାଗ ମିଳିଛି।

ଶିବରାଜ ତଙ୍ଗଦଗୀଙ୍କୁ ପଛୁଆ ଶ୍ରେଣୀ କଲ୍ୟାଣ ବିଭାଗ ମିଳିଛି।

ୟୁଟି ଖଦେର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରାଳୟ ଦାୟିତ୍ବରେ ରହିବେ।

ଆହୁରି ପଢନ୍ତୁ :Gutkha Ban: କର୍ଣ୍ଣାଟକରେ ତମାଖୁ ଓ ନିକୋଟିନ୍ ସାମଗ୍ରୀ ବିକ୍ରି ଓ ବିତରଣ ଉପରେ ବର୍ଷକ ପାଇଁ କଟକଣା ମଧୁ ବଙ୍ଗାରପ୍ପାଙ୍କୁ ପ୍ରାଥମିକ ଏବଂ ମାଧ୍ୟମିକ ଶିକ୍ଷା ବିଭାଗ ମିଳିଥିବାବେଳେ ବସଭରାଜ ରାୟ ରେଡ୍ଡିଙ୍କୁ ଉଚ୍ଚ ଶିକ୍ଷା ବିଭାଗ ମିଳିଛି।

ଶିବଲିଙ୍ଗେ ଗୌଡ଼ାଙ୍କୁ ଅବକାରୀ ବିଭାଗ ମିଳିଛି।

ସନ୍ତୋଷ ଲାଡ଼ ଶ୍ରମ ଏବଂ ନିଯୁକ୍ତି ବିଭାଗ , ନରେନ୍ଦ୍ର ସ୍ବାମୀ କୃଷି, ଏଚ୍‌ସି ବାଲ୍‌କ୍ରୀଷ୍ଣ ପୌର ପ୍ରଶାସନ ଏବଂ ବି ନାଗେନ୍ଦ୍ର ଯୋଜନା ଏବଂ ପରିସଂଖ୍ୟାନ ମନ୍ତ୍ରୀ ହୋଇଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media