Diwali Wishes: ‘ମୋ ପରିବାରଜନଙ୍କୁ ଶୁଭକାମନା’: ଦେଶବାସୀଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଦୀପାବଳି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ସେ ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟ କରି କହିଛନ୍ତି,ଦେଶବ୍ୟାପୀ ମୋ ପରିବାର ଏବଂ ବନ୍ଧୁମାନଙ୍କୁ ଦୀପାବଳିର ଶୁଭେଚ୍ଛା।
ବିଜେପି ଅଧ୍ୟକ୍ଷ ନୀତିନ ନବୀନ ସୋସିଆଲ ମିଡିଆ ଏକ୍ସରେ ଦେଶବାସୀଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇ ଲେଖିଛନ୍ତି, ଅଲୌକିକ, ମହାନ ଏବଂ ଦିବ୍ୟ ଅଯୋଧ୍ୟାଧାମ।
Advertisment ଶ୍ରୀରାମଙ୍କ ପବିତ୍ର ନଗରୀ ଅଯୋଧ୍ୟାରେ ଆନନ୍ଦ ଏବଂ ଉତ୍ସାହର ସହିତ ପାଳିତ ହେଉଥିବା ଆଲୋକର ଏହି ପର୍ବ ଐତିହାସିକ।
ଶତାବ୍ଦୀର ଅପେକ୍ଷା ପରେ ଆମର ପ୍ରିୟ ରାମ ଲଲ୍ଲାଙ୍କ ନିଜ ମନ୍ଦିରରେ ଅଧିଷ୍ଠାନ ଏହି ଉତ୍ସବକୁ ଆହୁରି ସ୍ୱତନ୍ତ୍ର କରିଛି।
ଆପଣମାନଙ୍କୁ ସମସ୍ତଙ୍କୁ ଦୀପାବଳିର ଅସୀମ ଶୁଭକାମନା।
ସମୃଦ୍ଧିର ଆଲୋକ ପରିବ୍ୟାପ୍ତ ହେଉ: ଯୋଗୀ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମସ୍ତଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି, ସତ୍ୟ ଏବଂ ମଙ୍ଗଳର ସନାତନ ଭାବନାର ପବିତ୍ର ପର୍ବ ଦୀପାବଳିର ଶୁଭ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭକାମନା।
ସେ କହିଛନ୍ତି ଯେ, ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ଅଯୋଧ୍ୟାରେ ଆଗମନର ପବିତ୍ର ସ୍ମୃତିରେ ଆଲୋକିତ ଏହି ମହାନ ପର୍ବ ଆମକୁ ସେବା, ସମନ୍ୱୟ ଏବଂ ସଦ୍ଭାବନା ସହିତ ଜନ କଲ୍ୟାଣ ପଥରେ ଆଗକୁ ବଢ଼ିବାକୁ ପ୍ରେରଣା ଦେଉ।
କୌଣସି ଘର ଅନ୍ଧକାରରେ ନ ରହୁ, କୌଣସି ଜୀବନ ଆଶାରୁ ବଞ୍ଚିତ ନହେଉ, ଏହା ହେଉଛି ଦୀପୋତ୍ସବର ଜନହିତକର ପ୍ରତିଜ୍ଞା।
ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ଯେ, ପ୍ରଭୁ ଶ୍ରୀରାମ ଏବଂ ମାତା ଜାନକୀଙ୍କ ଆଶୀର୍ବାଦରେ, ସବୁଠି ସୁଖ, ଶାନ୍ତି ଏବଂ ସମୃଦ୍ଧିର ଆଲୋକ ପରିବ୍ୟାପ୍ତ ହେଉ।
Ayodhya Diwali: ସରଯୂ ତଟରେ ଭବ୍ୟ ଆୟୋଜନ; ମନ୍ତ୍ରୋଚ୍ଚାରଣରେ ମୁଖରିତ ହେଲା ଅଯୋଧ୍ୟା ବରିଷ୍ଠ କଂଗ୍ରେସ ନେତା ଏବଂ କେରଳର ସାଂସଦ ଶଶି ଥରୁର ଦେଶବାସୀଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇ ନିଜର ଏକ ଫଟୋ ସେୟାର କରି ଲେଖିଛନ୍ତି, ଶୁଭ ଦୀପାବଳି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
