Diwali: ପରିବେଶକୁ ସୁରକ୍ଷା ଦେବା, ପ୍ରଦୂଷଣ ମୁକ୍ତ ଦୀପାବଳି ପାଳିବା: ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାବାସୀଙ୍କୁ ଆଲୋକର ପର୍ବ ଦୀପାବଳି ଅବସରରେ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇଛନ୍ତି।
ସାମାଜିକ ଗଣମାଧ୍ୟମ 'ଏକ୍ସ'ରେ ଶନିବାର କହିଛନ୍ତି, ଆଲୋକ, ଆନନ୍ଦ ଏବଂ ଉତ୍ସାହର ପର୍ବରେ ରାଜ୍ୟବାସୀ ଭାଇଭଉଣୀମାନଙ୍କୁ ଶୁଭେଚ୍ଛା, ଅଭିନନ୍ଦନ ଜଣାଉଛି।
Advertisment ପବିତ୍ର ଦୀପାବଳି ଉପଲକ୍ଷେ ରାଜ୍ୟବାସୀଙ୍କ ପ୍ରତି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ବାର୍ତ୍ତା। pic.twitter.com/svySI5TL39 — CMO Odisha (@CMO_Odisha) November 7, 2026 ମୁଖ୍ୟମନ୍ତ୍ରୀ କହିଛନ୍ତି, ଦୀପାବଳିର ଅମ୍ଲାନ ଦୀପ ମଣିଷ ଜୀବନରେ ଜ୍ଞାନର ଆଲୋକ ଦୀପ ପ୍ରଜ୍ବଳିତ କରି ଅଜ୍ଞାନର ଅନ୍ଧାରକୁ ଦୂର କରିଥାଏ।
ଜୀବନର ସମସ୍ତ ଆହ୍ବାନକୁ ସାମ୍ନା କରି ନୂତନ ଆଶା, ନୂତନ ସ୍ବପ୍ନ ଏବଂ ସୁଦୂର ପ୍ରସାରୀ ଲକ୍ଷ୍ୟକୁ ଆଗରେ ରଖି ଏକ ସୁନ୍ଦର, ସମୃଦ୍ଧ ଏବଂ ପ୍ରଗତିଶୀଳ ଭବିଷ୍ୟତ ଆଡ଼କୁ ବଢ଼ିବା ପାଇଁ ଏହି ମହାନ ପର୍ବ ପ୍ରେରଣା ଦେଇଥାଏ।
Celebrate Diwali: ବନ୍ୟା ବିପନ୍ନଙ୍କ ସହ ଦୀପାବଳି ପାଳିବ ଗଞ୍ଜାମ ପ୍ରଶାସନ, ବଣ୍ଟନ ହେବ ସ୍ୱତନ୍ତ୍ର କିଟ୍ ସେ କହିଛନ୍ତି, ପରିବେଶକୁ ସୁରକ୍ଷା ଦେବା ସହିତ ଚଳିତ ବର୍ଷ ସୁରକ୍ଷିତ ଭାବେ ଏକ ପ୍ରଦୂଷଣ ମୁକ୍ତ ଏକ ସବୁଜ ଦୀପାବଳି ପାଳନ କରିବା।
ଦୀପାବଳି ଆପଣଙ୍କର ଜୀବନରେ ସୁଖ, ସମୃଦ୍ଧି ଏବଂ ଶାନ୍ତି ଭରିଦେଉ ଏହାରି କାମନା କରୁଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
