01 NOVEMBER 2026

Welcome!

Unlock your personalized experience.
Sign Up

Diwali: ଏଥର ଦୀପାବଳିରେ ଦୁଇ ଘଣ୍ଟା ବାଣଫୁଟା: ରାତି ୭ରୁ ୯ଟା ଯାଏଁ ବାଣ ଫୁଟାଇବାକୁ ଅନୁମତି

Nov 01, 2026 - 07:38
Diwali: ଏଥର ଦୀପାବଳିରେ ଦୁଇ ଘଣ୍ଟା ବାଣଫୁଟା: ରାତି ୭ରୁ ୯ଟା ଯାଏଁ ବାଣ ଫୁଟାଇବାକୁ ଅନୁମତି

ଭୁବନେଶ୍ୱର: ଏବର୍ଷ ଦୀପାବଳିରେ ଦୁଇ ଘଣ୍ଟା ବାଣ ଫୁଟାଇବାକୁ ଅନୁମତି ଦିଆଯାଇଛି। ସନ୍ଧ୍ୟା ୭ଟାରୁ ରାତି ୯ଟା ଯାଏଁ ଲୋକେ ବାଣ ଫୁଟାଇପାରିବେ। ଆଲୋକର ପର୍ବ ଦୀପାବଳିକୁ ପରିବେଶ ଅନୁକୂଳ ଭାବେ ପାଳନ କରିବାକୁ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏଭଳି କଟକଣା ଜାରି କରିଛି। ବାଣର ଶବ୍ଦ ସ୍ତର ସର୍ବାଧିକ ୧୨୫ ଡେସିବେଲ୍‌ ସୀମା ଅତିକ୍ରମ କରିବ ନାହିଁ। ହସ୍ପିଟାଲ, ଶିକ୍ଷାନୁଷ୍ଠାନ, ନ୍ୟାୟାଳୟ, ଧାର୍ମିକ ସ୍ଥଳ, ପାର୍କ ଓ ଉଦ୍ୟାନ ନିକଟରେ ବାଣ ଫୁଟାଇବାକୁ ବାରଣ ହୋଇଛି। ସେହିପରି ଗ୍ରୀନ୍ କ୍ରାକର୍ସ (ସବୁଜ ବାଣ) ବ୍ୟତୀତ ଅନ୍ୟ ବାଣର ଉତ୍ପାଦନ ଓ ବିକ୍ରୟ ଉପରେ କଟକଣା ଲାଗିଛି।

Elephant: ଦନ୍ତାର ଆତଙ୍କ; ହାତୀ ସଂପର୍କିତ ସୂଚନା ଦେବାକୁ ବନ ବିଭାଗର ନିବେଦନ

ଗ୍ରୀନ୍ କ୍ରାକର୍ସ କିଣିବା ସମୟରେ ପ୍ୟାକେଟ୍‌ରେ ସିଏସଆଇଆର-ଏନଇଇଅରଆଇର ସବୁଜ ଲୋଗୋ ଓ କ୍ୟୁଆର୍‌ କୋଡ୍‌ ଯାଞ୍ଚ କରିବା ସହ କେବଳ ଅନୁମୋଦିତ ବିକ୍ରେତାଙ୍କଠାରୁ ବାଣ କିଣିବାକୁ ବୋର୍ଡ ପରାମର୍ଶ ଦେଇଛି। ବସ୍ତି, ଦୋକାନ, ଅଟ୍ଟାଳିକା, ଅଗ୍ନିକାଣ୍ଡ ଆଶଙ୍କା ଥିବା ସ୍ଥାନ ଓ ଅଧିକ ଯାନବାହନ ଚଳାଚଳ କରୁଥିବା ରାସ୍ତା ନିକଟରେ ବାଣ ଫୁଟାଇବାକୁ ବାରଣ କରାଯାଇଛି। ୧୦ ବର୍ଷରୁ କମ୍‌ ବୟସର ଶିଶୁଙ୍କୁ ଶବ୍ଦ ସୃଷ୍ଟିକାରୀ ବାଣ ଫୁଟାଇବାକୁ ନ ଦେବା, ବାଣ ଫୁଟାଇବା ସମୟରେ ସୂତା କପଡ଼ା ପିନ୍ଧିବା, ବାଣରେ ବେରିୟମ୍‌ ଓ ଅନ୍ୟ ନିଷିଦ୍ଧ ରାସାୟନିକ ପଦାର୍ଥର ବ୍ୟବହାର ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ନିର୍ଦ୍ଦେଶାବଳୀ ଉଲ୍ଲଂଘନ କଲେ ଓଡ଼ିଶା ଆତସବାଜି ଓ ଲାଉଡ୍‌ସ୍ପିକର (ନିୟନ୍ତ୍ରଣ) ଆଇନ, ୧୯୫୮ ଏବଂ ଶବ୍ଦ ପ୍ରଦୂଷଣ ନିୟନ୍ତ୍ରଣ ଆଇନ, ୨୦୦୦ ଅନୁଯାୟୀ ଦଣ୍ଡବିଧାନ କରାଯିବ।

Odisha Flood: ତିନି ଦିନ ଜଳବନ୍ଦୀ ଗ୍ରାମବାସୀଙ୍କୁ ଖାଦ୍ୟ, ପାନୀୟ ଜଳ ଓ ଔଷଧ ଯୋଗାଇ ଚର୍ଚ୍ଚାରେ ଯୁବକ ସଂଘ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)