28 OCTOBER 2026

Welcome!

Unlock your personalized experience.
Sign Up

District Mineral Fund: ଜିଲ୍ଲା ଖଣିଜ ପାଣ୍ଠିରୁ ଅଢ଼େଇ କୋଟି ବ୍ୟୟ: କୋଇଡ଼ା ମିନି ଷ୍ଟାଡିୟମ୍‌ ଏବେ ଭୂତକୋଠି

Oct 28, 2026 - 06:08
District Mineral Fund: ଜିଲ୍ଲା ଖଣିଜ ପାଣ୍ଠିରୁ ଅଢ଼େଇ କୋଟି ବ୍ୟୟ: କୋଇଡ଼ା ମିନି ଷ୍ଟାଡିୟମ୍‌ ଏବେ ଭୂତକୋଠି

କୋଇଡା (ଅବିନାଶ ଶର୍ମା): ଖଣିରୁ ଆସୁଛି କୋଟି କୋଟି ଟଙ୍କାର ରାଜସ୍ୱ। ଖଣି ପ୍ରଭାବିତ ଅଞ୍ଚଳର ବିକାଶ ଓ ଯୁବପିଢ଼ିଙ୍କ କ୍ରୀଡ଼ା ପ୍ରତିଭାକୁ ଆଗକୁ ନେବା ପାଇଁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିରୁ ଖର୍ଚ୍ଚ ହେଲା ଅଢ଼େଇ କୋଟିରୁ ଊର୍ଦ୍ଧ୍ୱ ଟଙ୍କା। ହେଲେ ନିର୍ମାଣ ସରିବା ପରେ ବି ଖେଳାଳିଙ୍କ କାମରେ ଆସିପାରିଲାନି କୋଇଡ଼ା ଖଣି ଅଞ୍ଚଳର ଏକମାତ୍ର ମିନି ଷ୍ଟାଡିୟମ୍‌। ଯେଉଁଠି ଖେଳାଳିଙ୍କ ପାଦ ପଡ଼ିବା କଥା, ସେଠି ଏବେ ଲମ୍ବା ଲମ୍ବା ଘାସ ଓ ଜଙ୍ଗଲ। କ୍ରୀଡ଼ା ବିକାଶର ସ୍ୱପ୍ନ ଦେଖାଇ ନିର୍ମାଣ ହୋଇଥିବା ଏହି ଷ୍ଟାଡିୟମ୍‌ ଏବେ ଅବହେଳାର ଉଦାହରଣ ପାଲଟିଛି। 

Cyclone: ବଙ୍ଗୋପସାଗରରେ ବାରମ୍ବାର କାହିଁକି ସୃଷ୍ଟି ହୁଏ ଶକ୍ତିଶାଳୀ ବାତ୍ୟା

ଚୋରି ହୋଇଗଲାଣି ଆସବାବପତ୍ର, ନଷ୍ଟ ହେଉଛି ସାମଗ୍ରୀ
କ୍ରୀଡ଼ାବିତ୍‌ଙ୍କ କାମରେ ଲାଗୁନି

ସୂଚନା ଅନୁସାରେ, ୨୦୨୧-୨୨ ଆର୍ଥିକ ବର୍ଷରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିରୁ ପ୍ରାୟ ଅଢ଼େଇ କୋଟି ଟଙ୍କା ବିନିଯୋଗରେ ଇପିଆଇଏଲ୍‌ ସଂସ୍ଥା ମାଧ୍ୟମରେ ଷ୍ଟାଡିୟମ୍‌ ନିର୍ମାଣ ଆରମ୍ଭ ହୋଇଥିଲା। ୨୦୨୪-୨୫ ମସିହାରେ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା କୁହାଯାଉଛି। ତେବେ ଏତେ ବଡ଼ ପ୍ରକଳ୍ପସ୍ଥଳରେ ନିର୍ମାଣ ଖର୍ଚ୍ଚ, କାର୍ଯ୍ୟର ବିବରଣୀ ଓ ଅନ୍ୟାନ୍ୟ ତଥ୍ୟ ଦର୍ଶାଉଥିବା ସୂଚନାଫଳକ ନଥିବାରୁ ପ୍ରକଳ୍ପର ସ୍ୱଚ୍ଛତାକୁ ନେଇ ପ୍ରଶ୍ନ ଉଠିଛି। ନିର୍ମାଣ ସରିବା ପରେ ଷ୍ଟାଡିୟମ୍‌କୁ ବ୍ଲକ୍‌ ପ୍ରଶାସନକୁ ହସ୍ତାନ୍ତର କରାଯାଇଥିବା କୁହାଯାଉଥିଲେ ମଧ୍ୟ ପ୍ରକଳ୍ପର ସମ୍ପୂର୍ଣ୍ଣ ବିବରଣୀ, ଆସବାବପତ୍ରର ତାଲିକା ଓ ଖର୍ଚ୍ଚ ସମ୍ପର୍କିତ ହିସାବ ନେଇ ସ୍ପଷ୍ଟତା ନାହିଁ। ବ୍ଲକ୍‌ ପ୍ରଶାସନ ପକ୍ଷରୁ ଏ ସମ୍ପର୍କରେ ପଚରାଯିବାରୁ, ଷ୍ଟାଡିୟମ୍‌ କିମ୍ବା ଜିଲ୍ଲା ଖଣିଜ ପ୍ରତିଷ୍ଠାନର ଏହି ପ୍ରକଳ୍ପ ସମ୍ପର୍କିତ କାଗଜପତ୍ର ଓ ହିସାବ ନଥିବା କୁହାଯାଇଛି। ଯଦି ପ୍ରକଳ୍ପ ହସ୍ତାନ୍ତର ହୋଇଛି, ତେବେ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ କାହାର?

Foreign exchange: ଟଙ୍କା ପାଇଁ ଅତ୍ୟଧିକ ବିଦେଶୀ ମୁଦ୍ରା ଖର୍ଚ୍ଚ କରନି: ରାଜନ

ଆଉ ଯଦି ହିସାବ ନାହିଁ, ତେବେ କୋଟି କୋଟି ଟଙ୍କାର ଏହି ପ୍ରକଳ୍ପର ଦାୟିତ୍ୱ କିଏ ନେବ? ଏଭଳି ଅନେକ ପ୍ରଶ୍ନ ଏବେ ସାଧାରଣରେ ଉଠିଛି। ଷ୍ଟାଡିୟମ୍‌ର ବର୍ତ୍ତମାନ ଅବସ୍ଥା ଆହୁରି ଚିନ୍ତାଜନକ। ଲୁହା ସାମଗ୍ରୀରେ କଳଙ୍କି ଲାଗି ନଷ୍ଟ ହେବାକୁ ବସିଥିବାବେଳେ ଖେଳାଳିଙ୍କ ପାଇଁ ନିର୍ମିତ କୋଠରିଗୁଡ଼ିକର କବାଟ ଓ ତାଲା ଭାଙ୍ଗିଯାଇଛି। ଷ୍ଟାଡିୟମ୍‌ରେ ଥିବା ଜଳ ଉତ୍ତୋଳନ ଯନ୍ତ୍ର ଚୋରି ହୋଇଥିବା ଏବଂ ପାଇପ୍‌ ଲାଇନ୍‌ କାଟି ନିଆଯାଇଥିବା ଦୃଶ୍ୟମାନ ହୋଇଛି। ଖେଳିବା ପାଇଁ ଆବଶ୍ୟକ ପଡ଼ିଆ ପ୍ରସ୍ତୁତ ନ ଥିବାରୁ ନିର୍ମାଣ ପରଠାରୁ ଏଠାରେ ନିୟମିତ ଖେଳକୁଦ ସମ୍ଭବ ହୋଇପାରିନାହିଁ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)