27 JUNE 2026

Welcome!

Unlock your personalized experience.
Sign Up

Digitalization of books: ‘ପୁସ୍ତକକୁ ଡିଜିଟାଲ୍‌ ରୂପ ଦେଲେ ଉତ୍ତରପିଢ଼ି ଭାଷାକୁ ଆଦରିବେ’

Jun 27, 2026 - 05:47
Digitalization of books: ‘ପୁସ୍ତକକୁ ଡିଜିଟାଲ୍‌ ରୂପ ଦେଲେ ଉତ୍ତରପିଢ଼ି ଭାଷାକୁ ଆଦରିବେ’

ଭୁବନେଶ୍ବର: ଆଜି ‘ସମ୍ବାଦ ଭବନ’ ପରିସରରେ ଆୟକର ବିଭାଗର ଡେପୁଟି କମିସନର୍‌ ଦୁର୍ଗାପ୍ରସାଦ ମହାପାତ୍ରଙ୍କ ୨ଟି ପୁସ୍ତକ ‘ନାରଙ୍ଗୀ ସ୍ମୃତିର ଜହ୍ନ’ ଓ ‘ରଘୁନାଥ ମୋ ରଘୁନନ୍ଦନ’ ଉନ୍ମୋଚିତ ହୋଇଯାଇଛି। ଉନ୍ମୋଚନ ଉତ୍ସବରେ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ ଉପସ୍ଥିତ ରହି କହିଥିଲେ, ଓଡ଼ିଆ ସାହିତ୍ୟ ଓ ସୃଜନ ଜଗତକୁ ପ୍ରଶାସକମାନଙ୍କର ଅନନ୍ୟ ଅବଦାନ ରହିଛି। ଏହା ଅନ୍ୟ ଏକ ଦିଗକୁ ସୂଚିତ କରୁଛି ଯେ ଅତିକମ୍‌ରେ ପ୍ରଶାସକମାନଙ୍କ ପରିବାରରୁ କେବେ ଓଡ଼ିଆ ଭାଷା ମରିଯିବ ନାହିଁ। ଏଥିସହ ଶ୍ରୀ ପଟ୍ଟନାୟକ କହିଥିଲେ, ଏବେ ଯୁବପିଢ଼ିଙ୍କ ମଧ୍ୟରେ ପଠନ ଅଭ୍ୟାସ କମି କମିଯାଉଛି। ଏଣୁ ଯୁଗ ସହ ତାଳ ମିଶାଇ ଆମକୁ ପୁସ୍ତକକୁ ଡିଜିଟାଇଜେସନ୍‌ କରିବାକୁ ପଡ଼ିବ। ପୁସ୍ତକ ପ୍ରକାଶନୀ କ୍ଷେତ୍ରରେ ଆଧୁନିକ ଜ୍ଞାନକୌଶଳ ଓ ପ୍ରଯୁକ୍ତିକୁ ଗ୍ରହଣ କରିବାକୁ ପଡ଼ିବ। ତେବେ ଯାଇ ଓଡ଼ିଆ ଭାଷା ଉତ୍ତରପିଢ଼ି ପାଖରେ ଅଧିକ ଆଦୃତ ହୋଇପାରିବ ବୋଲି ସେ କହିଥିଲେ। 

MoU: ଆଇଏମ୍‌ବି-ଏନ୍‌ଆଇଏସ୍‌ଏମ୍‌ ଏଲ୍‌ଓୟୁ ସ୍ବାକ୍ଷର

ଉନ୍ମୋଚିତ ହେଲା ‘ନାରଙ୍ଗୀ ସ୍ମୃତିର ଜହ୍ନ’ ଓ ‘ରଘୁନାଥ ମୋ ରଘୁନନ୍ଦନ’

ବିଶିଷ୍ଟ ସ୍ତମ୍ଭକାର ଅସିତ ମହାନ୍ତିଙ୍କ ସଭାପତିତ୍ବରେ ଆୟୋଜିତ ଏହି ସଭାରେ ଲେଖକ ଶ୍ରୀ ମହାପାତ୍ର ଉପସ୍ଥିତ ରହି ପୁସ୍ତକ ସମ୍ପର୍କରେ ସମ୍ୟକ ସୂଚନା ଦେଇଥିଲେ। ୨୦ରୁ ୨୫ ବର୍ଷ ଧରି ବିିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ତାଙ୍କ ରଚିତ ୪୦ଟି କବିତାକୁ ନେଇ ପୁସ୍ତକ ‘ନାରଙ୍ଗୀ ସ୍ମୃତିର ଜହ୍ନ’ ପ୍ରକାଶ ପାଇଛି। ସେହିଭଳି ଲେଖକଙ୍କ ଗାଁ ଟାଙ୍ଗୀର ମନ୍ଦିର ରଘୁନାଥ ଦେବ ଓ ବାଲ୍ମିକୀ ରାମାୟଣକୁ ନେଇ ପ୍ରବନ୍ଧ ଓ କବିତା ମିଶ୍ରଣରେ ପ୍ରସ୍ତୁତ ହୋଇଛି ପୁସ୍ତକ ‘ରଘୁନାଥ ମୋ ରଘୁନନ୍ଦନ’ ବୋଲି ସେ କହିଥିଲେ। ଏହା ପୂର୍ବରୁ ଲେଖକଙ୍କ ୪ଟି ପୁସ୍ତକ ଯଥା, ‘ସଜ ତୁଳସୀ’, ‘ଅସଜଡ଼ା ପାଖୁଡ଼ା’, ‘ଅନନ୍ୟା ସେ କନ୍ୟା’ ଓ ‘ଛ’ ଖଣ୍ଡ କାଠ’ ପ୍ରକାଶ ପାଇସାରିଛି। ଏହି କାର୍ଯ୍ୟକ୍ରମରେ ‘ସମ୍ବାଦ’ର ମୁଖ୍ୟ ଅର୍ଥ ପରାମର୍ଶଦାତା ପ୍ରହ୍ଲାଦ ଦାସ, ସମ୍ପାଦକୀୟ ପୃଷ୍ଠା ମୁଖ୍ୟ ସିଦ୍ଧାର୍ଥ ମହାପାତ୍ର, ‘ସମ୍ବାଦ ସାହିତ୍ୟ ଘର’ର ରାଜ୍ୟ ସଂଯୋଜିକା ଶୁଭଶ୍ରୀ ଲେଙ୍କା, ‘ସମ୍ବାଦ’ ସମ୍ପାଦକ-ଫିଚର୍‌ ଧୃତିକାମ ମହାନ୍ତି, ଆଶିଷ ଗଡ଼ନାୟକ, ଅକ୍ଷୟ ସ୍ବାଇଁ, ଜଗବନ୍ଧୁ ଜେନା, ଶ୍ରୀଧର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ଲେଖକଙ୍କ ଭାଇ ଦେବୀପ୍ରସାଦ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Agriculture: ଆଧୁନିକତାରେ ହଜିଯାଉଛି ହଳ-ଲଙ୍ଗଳ