29 JUNE 2026

Welcome!

Unlock your personalized experience.
Sign Up

Digital Eye Strain : ସ୍କ୍ରିନ୍ ଟାଇମ୍ ଯୋଗୁଁ ଆଖି ଶୁଷ୍କ ଦେଖା ଯାଏ କି ? ଜାଣନ୍ତୁ ଏହାର କାରଣ

Jun 28, 2026 - 21:31
Digital Eye Strain : ସ୍କ୍ରିନ୍ ଟାଇମ୍ ଯୋଗୁଁ ଆଖି ଶୁଷ୍କ ଦେଖା ଯାଏ କି ? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ: ଅନେକ ଲୋକ ପ୍ରାୟତଃ ଆଖି ଶୁଷ୍କତା କିମ୍ୱା ଡ୍ରାଇ ଆଇର ସମସ୍ୟା ଅନୁଭବ କରନ୍ତି। ଏହି ଅବସ୍ଥାରେ ଆଖିରେ ପର୍ଯ୍ୟାପ୍ତ ପରିମାଣରେ ଲୁହ ତିଆରି ହୁଏ ନାହିଁ, କିମ୍ବା ଯେଉଁ ଲୁହ ତିଆରି ହୁଏ ତାହା ଶୀଘ୍ର ଶୁଖି ଯାଏ। ଏହି କାରଣରୁ ଆଖିରେ ଜ୍ୱଳନ, ବିନ୍ଧା, କୁଣ୍ଡାଇ ହେବା, ଲାଲ ପଡ଼ି ଯିବା , ଝାପ୍ସା ଦେଖାଯିବା କିମ୍ବା ଏମିତି ଅନୁଭବ ହେବ ଯେ , ଯେମିତି କି ଆଖିରେ କିଛି ଫସି ରହିଛି, ଯେଉଁଥିରେ ସମସ୍ୟା ହୋଇ ପାରେ। ଯଦି ଏହି ସମସ୍ୟା ଦୀର୍ଘ ସମୟ ପର୍ଯ୍ୟନ୍ତ ରହି ଥାଏ, ତେବେ ପଢିବା, ମୋବାଇଲ୍ ଫୋନ୍ ବ୍ୟବହାର କରିବା କିମ୍ବା କମ୍ପ୍ୟୁଟରରେ କାମ କରିବା ଭଳି ଦୈନନ୍ଦିନ କାର୍ଯ୍ୟ ମଧ୍ୟ କଷ୍ଟକର ହୋଇପାରେ।

ଆଜିକାଲ ସ୍କ୍ରିନ ଟାଇମ୍ ବୃଦ୍ଧିକୁ Dry eye (ଆଖି ଶୁଷ୍କ) ହେବାର ଏକ ପ୍ରମୁଖ କାରଣ ଭାବେ ମନେକରାଯାଏ। ଯେତେବେଳେ ଆମେ ମୋବାଇଲ୍, ଲାପଟପ୍ କିମ୍ବା କମ୍ପ୍ୟୁଟର ସ୍କ୍ରିନକୁ ଦୀର୍ଘ ସମୟ ଧରି ଦେଖୁ, ଆମେ ସାଧାରଣ ଅପେକ୍ଷା କମ୍ ଆଖି ମିଟିମିଟି କରୁ। ଏହା ଆଖିର ପୃଷ୍ଠରେ ଥିବା ଲୁହ ଲେୟାର ଶୀଘ୍ର ଶୁଖି ଯାଏ ଏବଂ ଆଖିରେ ଶୁଷ୍କତା ଅନୁଭବ ହୋଇ ପାରେ। ହେଲେ, ଆଖିର ଶୁଷ୍କତା କେବଳ ସ୍କ୍ରିନ୍ ଟାଇମିଂ ବୃଦ୍ଧି ଯୋଗୁଁ ହୁଏ ନାହିଁ। ଏହା ପଛରେ ଆହୁରି ଅନେକ କାରଣ ଥାଇ ପାରେ। ତେଣୁ, ଶୁଷ୍କ ଆଖିର କାରଣ, ଏହାର ଲକ୍ଷଣ ଏବଂ ଏହାକୁ ରୋକିବା ପାଇଁ କ'ଣ କରିବା ଉଚିତ ତାହା ବୁଝିବା ଗୁରୁତ୍ୱପୂର୍ଣ୍ଣ।
ଆଉ କେଉଁ କେଉଁ କାରଣରୁ ଶୁଷ୍କ ଆଖି ସମସ୍ୟା ହୋଇ ପାରେ? 

ନ୍ୟାସନାଲ ଆଇ ଇନଷ୍ଟିଚ୍ୟୁଟ୍ (NEI) ଅନୁସାରେ , ଆଖିର ଶୁଷ୍କତା କେବଳ ଦୀର୍ଘ ସମୟ ସ୍କ୍ରିନ୍ ସମୟ ଯୋଗୁଁ ହୁଏ ନାହିଁ। ଏହାର ଆହୁରି ଅନେକ କାରଣ ଅଛି ଯାହାକି ଆଖିକୁ ଶୁଷ୍କ କରି ପାରେ। ବୟସ ବୃଦ୍ଧି ଯୋଗୁଁ ଆଖିର ଲୁହ ଉତ୍ପାଦନ କ୍ଷମତା ହ୍ରାସ ପାଇ ପାରେ, ଯାହା ଡ୍ରାଇଆଇ ସମସ୍ୟା ସୃଷ୍ଟି କରେ। ଏହା ବ୍ୟତୀତ କିଛି ଔଷଧର ସେବନ , ଦୀର୍ଘ ସମୟ ଧରି କଣ୍ଟାକ୍ଟ ଲେନ୍ସ ପିନ୍ଧିବା, ଆଖି ଅସ୍ତ୍ରୋପଚାର, ଅଟୋଇମ୍ୟୁନ୍ ରୋଗ, ଏବଂ ଧୂଳି, ଧୂଆଁ, ପ୍ରବଳ ପବନ କିମ୍ବା ଅତି କମ ଆର୍ଦ୍ରତା ଥିବା ପରିବେଶ ମଧ୍ୟ ଏହାର କାରଣ ସାଜିପାରେ। 

କିଛି ଲୋକଙ୍କ ଠାରେ ହର୍ମୋନଲ ପରିବର୍ତ୍ତନ ଯୋଗୁଁ ମଧ୍ୟ ଏହି ସମସ୍ୟା ଦେଖିବାକୁ ମିଳିଥାଏ। ଏଥିପାଇଁ ଯଦି ଆଖି ଶୁଷ୍କ ହେବା ବାରମ୍ବାର ହୁଏ କିମ୍ବା ଦୀର୍ଘ ସମୟ ପର୍ଯ୍ୟନ୍ତ ରହି ଥାଏ, ତେବେ ଏହାକୁ କେବଳ ସ୍କ୍ରିନ୍ ସମୟର ପ୍ରଭାବ ଭାବି ଅଣଦେଖା କରିବା ଉଚିତ ନୁହେଁ। ସଠିକ୍ କାରଣ ଜାଣିବାକୁ ଚକ୍ଷୁ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଗୁରୁତ୍ୱପୂର୍ଣ୍ଣ।

ଡ୍ରାଇ ଆଇର କେଉଁ କେଉଁ ଲକ୍ଷଣ ଗୁଡ଼ିକୁ ଅଣଦେଖା କରିବା ଉଚିତ୍ ନୁହେଁ?  -

ଯଦି ଆଖିରେ ଲଗାତାର ଶୁଷ୍କତା, ଜ୍ୱଳନ, ବିନ୍ଧା, ଲାଲପଣ, ଝାପ୍ସା ଦୃଷ୍ଟି, ଆଲୋକରେ ଅସୁବିଧା, ଆଖିରେ କିଛି ଫସି ରହିଥିବା ଅନୁଭବ ହେବା କିମ୍ବା ଆଖିରୁ ଅତ୍ୟଧିକ ପାଣି ବାହାରିବା ଭଳି ସମସ୍ୟା ଲାଗି ରହେ, ତେବେ ଏଗୁଡ଼ିକୁ ଅଣଦେଖା କରିବା ଉଚିତ୍ ନୁହେଁ। ଏହା ବ୍ୟତୀତ, ଯଦି ଆଖିରେ ପ୍ରବଳ ଯନ୍ତ୍ରଣା ଅନୁଭବ କରନ୍ତି, ହଠାତ୍ ଦୃଷ୍ଟିଶକ୍ତି ହ୍ରାସ ପାଏ, କିମ୍ବା ଦୀର୍ଘ ସମୟ ଧରି ଲକ୍ଷଣ ଦେଖାଯାଏ, ତ ଯଥାଶୀଘ୍ର ଜଣେ ଚକ୍ଷୁ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ। ସଠିକ୍‌ ସମୟରେ ପରୀକ୍ଷା କରାଇବା ଦ୍ୱାରା ସମସ୍ୟାର ସଠିକ୍ କାରଣ ଜାଣି ହୁଏ ଏବଂ ଚିକିତ୍ସା ଆରମ୍ଭ କରିବାରେ ଏହା ଉପଯୋଗୀ ହୋଇଥାଏ। 

Dry eyeକୁ ରୋକିବା ପାଇଁ କ'ଣ କରିବା ଉଚିତ ?

ଶୁଷ୍କ ଆଖି ସମସ୍ୟାକୁ ଏଡାଇବା ପାଇଁ, ଲଗାତାର ସ୍କ୍ରିନ୍ ବ୍ୟବହାର କରିବା ପରିବର୍ତ୍ତେ, ମଝି ମଝିରେ ଆଖିକୁ ବିଶ୍ରାମ ଦିଅନ୍ତୁ ଏବଂ ବାରମ୍ବାର ଆଖି ମିଟିମିଟି କରିବା ଅଭ୍ୟାସ କରନ୍ତୁ। ପ୍ରଚୁର ପାଣି ପିଅନ୍ତୁ ଏବଂ ଧୂଳି, ଧୂଆଁ ଏବଂ ପ୍ରବଳ ପବନରୁ ଆଖିକୁ ରକ୍ଷା କରନ୍ତୁ। ଆବଶ୍ୟକ ହେଲେ, ଆପଣ ଡାକ୍ତରଙ୍କ ପରାମର୍ଶ ନେଇ ଆଖି ଡ୍ରପ୍ ବ୍ୟବହାର କରି ପାରିବେ।

ଆହୁରି ମଧ୍ୟ ପଢନ୍ତୁ -  Pregnancy after 35 age: ୩୫ ବର୍ଷ ବୟସ ପରେ ଗର୍ଭବତୀ ହେବା କେତେ ସୁରକ୍ଷିତ ? ଜାଣନ୍ତୁ ବିଶେଷଜ୍ଞଙ୍କ କଣ ରହିଛି ପରାମର୍ଶ