Dies At 97: ୨୮୦ଟି ନିର୍ବାଚନରେ ଲଢ଼ିଥିବା ‘ଧରତୀପକଡ’ଙ୍କର ୯୭ ବର୍ଷରେ ପରଲୋକ

Sep 05, 2026 - 15:52
Dies At 97: ୨୮୦ଟି ନିର୍ବାଚନରେ ଲଢ଼ିଥିବା ‘ଧରତୀପକଡ’ଙ୍କର ୯୭ ବର୍ଷରେ ପରଲୋକ

"ନୂଆଦିଲ୍ଲୀ: "ଧର୍‌ତୀପକଡ଼" ନାମରେ ଜଣାଶୁଣା ଓ ୨୮୦ ଥରରୁ ଅଧିକ ଥର ନିର୍ବାଚନ ଲଢ଼ି ପରିଚିତ ହୋଇଥିବା ନାଗରମଲ ବାଜୋରିଆଙ୍କର ୯୭ ବର୍ଷ ବୟସରେ ଦେହାନ୍ତ ହୋଇଛି।

୧୯୩୦ ମସିହାରେ ବ୍ରିଟିଶ ଭାରତର ଅଂଶ ଲାହୋରରେ ଜନ୍ମଗ୍ରହଣ କରିଥିଲେ।

ନାଗରମଲଙ୍କ ପରିବାର ସ୍ୱାଧୀନତା ପୂର୍ବରୁ ବିହାରର ଭାଗଲପୁରକୁ ଚାଲି ଆସିଥିଲେ।

ନାଗରମଲ ଜଣେ ବ୍ୟବସାୟୀ ହୋଇଥିଲେ ମଧ୍ୟ ଦଶନ୍ଧି ଦଶନ୍ଧି ଧରି ନିର୍ବାଚନ ଲଢ଼ି ସେ ନିଜ ପାଇଁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ।Advertisment ପାଟନାରେ ନାଗରମଲଙ୍କର ମୃତ୍ୟୁ ହୋଇଥିଲା ଓ ଭାଗଲପୁରରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ।

ଗଙ୍ଗା କୂଳରେ ଥିବା ବରାରୀ ଶ୍ମଶାନ ଘାଟରେ ନାଗରମଲଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ।

ନାତି ସୌରଭ ବାଜୋରିଆ କହିଛନ୍ତି ଯେ, ନାଗରମଲ କେବଳ ଜିତିବା ଆଶାରେ ନିର୍ବାଚନ ଲଢ଼ୁ ନଥିଲେ। "ସେ ଭୋଟରଙ୍କୁ ସଚେତନ କରିବା ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ" ସେ ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କ ଜେଜେବାପା ଦେଖାଇବାକୁ ଚାହୁଁଥିଲେ ଯେ, ଜଣେ ସାଧାରଣ ନାଗରିକ ମଧ୍ୟ ଦେଶର ସବୁଠାରୁ ବଡ଼ ଗଣତାନ୍ତ୍ରିକ ପ୍ରତିଯୋଗିତାରେ ପ୍ରବେଶ କରିପାରିବେ।

ଗଙ୍ଗା କୂଳରେ ଶେଷକୃତ୍ୟ ୧୯୬୦ ମସିହାରେ, ୩୦ ବର୍ଷ ବୟସରେ, ନାଗରମାଲ ଭାଗଲପୁର ପୌର ନିର୍ବାଚନରେ ​​ବିଜୟୀ ହେବା ପରେ ନିର୍ବାଚନୀ ସଫଳତାର ସ୍ୱାଦ ଚାଖିଥିଲେ।

ଏହାପରେ ସେ ରାୟବରେଲିରେ ଇନ୍ଦିରା ଗାନ୍ଧୀ, ଆମେଠିରେ ରାଜୀବ ଗାନ୍ଧୀଙ୍କ ବିରୋଧରେ ନିର୍ବାଚନୀ ମୈଦାନକୁ ଓହ୍ଲାଇ ଥିଲେ।

ନାଗରମଲ ସଞ୍ଜୟ ଗାନ୍ଧୀ, ଅଟଳ ବିହାରୀ ବାଜପେୟୀ, ଲାଲକୃଷ୍ଣ ଆଡଭାନୀ ଓ ପ୍ରଣବ ମୁଖାର୍ଜୀଙ୍କ ବିରୋଧରେ ମଧ୍ୟ ନିର୍ବାଚନ ଲଢ଼ିଥିଲେ।

୧୯୬୯ରେ ଭିଭି ଗିରିଙ୍କ ବିରୋଧରେ ରାଷ୍ଟ୍ରପତି ନିର୍ବାଚନ ଲଢ଼ିବାକୁ ନାମାଙ୍କନ ଦାଖଲ କରିଥିଲେ।

୨୦୧୯ ପର୍ଯ୍ୟନ୍ତ ସେ ନିର୍ବାଚନ ଲଢ଼ିବାକୁ ନାମାଙ୍କନ ଦାଖଲ କରୁଥିଲେ।

ନାଗରମଲ୍‌ ଭିନ୍ନ ଶୈଳୀରେ ମଧ୍ୟ ନିଜ ପାଇଁ ପ୍ରଚାର କରୁଥି‌ଲେ।

ନାଗରମଲଙ୍କ ସାର୍ବଜନୀନ ଜୀବନ କେବଳ ନିର୍ବାଚନ ରାଜନୀତି ପର୍ଯ୍ୟନ୍ତ ସୀମିତ ନଥିଲା।

ସେ ସାମାଜିକ କାର୍ଯ୍ୟରେ ମଧ୍ୟ ଜଡିତ ଥିଲେ, ବିଶେଷକରି ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାରର ଲୋକଙ୍କୁ ସାହାଯ୍ୟ କରୁଥିଲେ।

Sonia Gandhi: ସୋନିଆ ଗାନ୍ଧୀଙ୍କ ମେମୋଏର୍‌ ଛାପିବ ହାର୍ପରକଲିନ୍ସ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)