Diabetes in Young Adults: ଫାଷ୍ଟଫୁଡ୍ ଖାଉଛନ୍ତି କି? ଅଜାଣତରେ ଡାକି ଆଣୁନାହାନ୍ତି ତ ଡାଇବେଟିସ୍!

Nov 14, 2026 - 14:57
Diabetes in Young Adults: ଫାଷ୍ଟଫୁଡ୍ ଖାଉଛନ୍ତି କି? ଅଜାଣତରେ ଡାକି ଆଣୁନାହାନ୍ତି ତ ଡାଇବେଟିସ୍!

ଡାଇବେଟିସ୍ ବା ମଧୁମେହ।

ଏକଦା ଏହାକୁ ବୟସ୍କଙ୍କ ରୋଗ ବୋଲି କୁହାଯାଉଥିଲା।

କିନ୍ତୁ ଏବେ ବଦଳିଯାଇଛି ଚିତ୍ର।

ଯୁବପିଢ଼ିଙ୍କୁ ମଧ୍ୟ ମାଡ଼ି ବସୁଛି ଏହି ରୋଗ।

ବିଶେଷକରି ୩୫ ବର୍ଷରୁ କମ୍ ବୟସର ଯୁବକ ଓ ଯୁବତୀଙ୍କ ମଧ୍ୟରେ ଟାଇପ୍-୨ ଡାଇବେଟିସ୍ ଚିନ୍ତା ବଢ଼ାଇଛି।

ଆଜି ବିଶ୍ୱ ମଧୁମେହ ଦିବସ ଅବସରରେ ଏହି ରୋଗକୁ ନେଇ ସଚେତନତା ଜରୁରୀ ହୋଇପଡ଼ିଛି।

ତେବେ କାହିଁକି କମ୍ ବୟସରୁ ଡାଇବେଟିସ୍‌ର ଶିକାର ହେଉଛନ୍ତି ଯୁବପିଢ଼ି?

କେଉଁ ଲକ୍ଷଣକୁ କରିବେନି ଅଣଦେଖା?

କେମିତି ରହିବେ ସୁରକ୍ଷିତ?

Advertisment କାହିଁକି ବଢ଼ୁଛି ଯୁବପିଢ଼ିଙ୍କ ମଧ୍ୟରେ ଡାଇବେଟିସ୍?

ବିଶେଷଜ୍ଞଙ୍କ ମତରେ, ବଦଳୁଥିବା ଜୀବନଶୈଳୀ ଓ ଅନିୟନ୍ତ୍ରିତ ଖାଦ୍ୟପେୟ ଯୁବାବସ୍ଥାରେ ଡାଇବେଟିସ୍ ହେବାର ଏକ ପ୍ରମୁଖ କାରଣ। • ଦୀର୍ଘ ସମୟ ଧରି ଗୋଟିଏ ସ୍ଥାନରେ ବସି କାମ କରିବା। • ଶାରୀରିକ ପରିଶ୍ରମ ଓ ବ୍ୟାୟାମର ଅଭାବ। • ଫାଷ୍ଟଫୁଡ୍ ଓ ଜଙ୍କଫୁଡ୍ ପ୍ରତି ଅଧିକ ଆକର୍ଷଣ। • ଅତ୍ୟଧିକ ମିଠା ଓ ଚିନିଯୁକ୍ତ ପାନୀୟ ସେବନ। • ମୋଟାପଣ ଓ ଅନିୟମିତ ଜୀବନଶୈଳୀ।

Advertisment ଏହି ଅଭ୍ୟାସ ଯୋଗୁଁ ଶରୀରରେ ଇନ୍‌ସୁଲିନ୍‌ର କାର୍ଯ୍ୟକ୍ଷମତା ପ୍ରଭାବିତ ହୁଏ।

ଫଳରେ ରକ୍ତରେ ଶର୍କରାର ମାତ୍ରା ବଢ଼ିବା ସହ ଟାଇପ୍-୨ ଡାଇବେଟିସ୍‌ର ଆଶଙ୍କା ସୃଷ୍ଟି ହୁଏ।

ପରିବାରରେ ସୁଗାର ରୋଗ ଥିଲେ ସାବଧାନ!

କେବଳ ଜୀବନଶୈଳୀ ନୁହେଁ, ବଂଶଗତ କାରଣ ମଧ୍ୟ ଡାଇବେଟିସ୍‌ର ଆଶଙ୍କା ବଢ଼ାଇଥାଏ।

ପରିବାରରେ ବାପା, ମାଆ କିମ୍ବା ଅନ୍ୟ ସଦସ୍ୟଙ୍କର ଡାଇବେଟିସ୍ ଥିଲେ ଯୁବକ ଓ ଯୁବତୀମାନେ ଅଧିକ ସତର୍କ ରହିବା ଆବଶ୍ୟକ।

ତେଣୁ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ଜରୁରୀ।

ଏହି ୫ଟି ଲକ୍ଷଣ ଦେଖାଗଲେ ହୁଅନ୍ତୁ ସତର୍କ ଡାଇବେଟିସ୍‌ର ପ୍ରାରମ୍ଭିକ ଲକ୍ଷଣ ଅନେକ ସମୟରେ ସହଜରେ ଜଣାପଡ଼େ ନାହିଁ।

ତେବେ ନିମ୍ନଲିଖିତ ଲକ୍ଷଣ ଦେଖାଗଲେ ଅଣଦେଖା କରନ୍ତୁ ନାହିଁ।

୧.

ବାରମ୍ବାର ଶୋଷ ଲାଗିବା।

୨.

ଅଧିକ ଥର ପରିସ୍ରା ଲାଗିବା।

୩.

ସବୁବେଳେ ଥକାପଣ ଅନୁଭବ କରିବା।

୪.

ହଠାତ୍ ଓଜନ ହ୍ରାସ ପାଇବା।

୫.

ଆଖିକୁ ଝାପ୍‌ସା ଦେଖାଯିବା।

ଏଭଳି ଲକ୍ଷଣ ଦେଖାଦେଲେ ଡାକ୍ତରଙ୍କ ପରାମର୍ଶ ନେଇ ରକ୍ତରେ ଶର୍କରା ପରୀକ୍ଷା କରାଇବା ଉଚିତ।

କେମିତି ଡାଇବେଟିସ୍‌ଠାରୁ ରହିବେ ଦୂରରେ?

ଡାକ୍ତରଙ୍କ ପରାମର୍ଶ ଅନୁସାରେ, ଜୀବନଶୈଳୀରେ ଛୋଟ ଛୋଟ ପରିବର୍ତ୍ତନ ଆଣି ଟାଇପ୍-୨ ଡାଇବେଟିସ୍‌ର ବିପଦକୁ ଅନେକ ମାତ୍ରାରେ କମାଇହେବ। • ପ୍ରତିଦିନ ୩୦ରୁ ୪୫ ମିନିଟ୍ ଚାଲନ୍ତୁ କିମ୍ବା ବ୍ୟାୟାମ କରନ୍ତୁ। • ସନ୍ତୁଳିତ ଓ ପୁଷ୍ଟିକର ଖାଦ୍ୟ ଖାଆନ୍ତୁ। • ମିଠା, ଫାଷ୍ଟଫୁଡ୍ ଓ ପ୍ରୋସେସ୍‌ଡ ଫୁଡ୍‌ର ସେବନ କମାନ୍ତୁ। • ଶରୀରର ଓଜନ ନିୟନ୍ତ୍ରଣରେ ରଖନ୍ତୁ। • ପ୍ରତିଦିନ ପର୍ଯ୍ୟାପ୍ତ ନିଦ ନିଅନ୍ତୁ। • ପରିବାରରେ ଡାଇବେଟିସ୍ ଇତିହାସ ଥିଲେ ନିୟମିତ ସୁଗାର ଟେଷ୍ଟ କରାନ୍ତୁ।

ଡାଇବେଟିସ୍ ନୁହେଁ ଜୀବନର ପୂର୍ଣ୍ଣଚ୍ଛେଦ ଡାଇବେଟିସ୍ ହେବା ଅର୍ଥ ଜୀବନ ଶେଷ ହୋଇଯିବା ନୁହେଁ।

ସଠିକ୍ ଖାଦ୍ୟପେୟ, ନିୟମିତ ବ୍ୟାୟାମ, ସମୟୋଚିତ ସ୍ୱାସ୍ଥ୍ୟ ପରୀକ୍ଷା ଓ ଡାକ୍ତରଙ୍କ ପରାମର୍ଶରେ ଏହାକୁ ନିୟନ୍ତ୍ରଣରେ ରଖିହେବ।

ମନେ ରଖନ୍ତୁ, ଡାଇବେଟିସ୍‌ଠାରୁ ବଡ଼ ବିପଦ ହେଉଛି ଏହାକୁ ନଜାଣିବା ଏବଂ ଜାଣିବା ପରେ ମଧ୍ୟ ଅଣଦେଖା କରିବା।

ତେଣୁ ସଚେତନ ରୁହନ୍ତୁ, ସୁସ୍ଥ ରୁହନ୍ତୁ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)