Dhabaleswar Shrine during Panchuka: ପଞ୍ଚୁକରେ ଧବଳେଶ୍ୱର ପୀଠକୁ ‘ଆମ ବସ୍’ର ସ୍ୱତନ୍ତ୍ର ସଟଲ୍ ସେବା
ଭୁବନେଶ୍ୱର: ପବିତ୍ର ପଞ୍ଚୁକ, ବଡ଼ଓଷା ଓ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବାବା ଧବଳେଶ୍ୱର ପୀଠକୁ ଦର୍ଶନ ପାଇଁ ଆସୁଥିବା ହଜାର ହଜାର ଶ୍ରଦ୍ଧାଳୁଙ୍କ ସୁବିଧାଜନକ ଗମନାଗମନକୁ ଆଖି ଆଗରେ କ୍ରୁଟ୍ ପକ୍ଷରୁ ଆଜିଠୁ 'ଆମ ବସ୍'ର ସ୍ବତନ୍ତ୍ର ସଟଲ୍ ସେବା ଆରମ୍ଭ ହୋଇଛି।
Advertisment 'ଧବଳେଶ୍ୱର ସ୍ୱତନ୍ତ୍ର ସେବା' ଭାବେ ଏହି ସ୍ବତନ୍ତ୍ର ସଟଲ୍ ସେବା କଟକ ନେତାଜୀ ବସ୍ ଟର୍ମିନାଲ୍ ଓ ଧବଳେଶ୍ୱର ପୀଠ ମଧ୍ୟରେ ଯାତାୟାତ କରିବ।
ଦୈନନ୍ଦିନ ଯାତ୍ରୀଙ୍କ ପାଇଁ ରୁଟ୍ ନଂ-୮୩ କନ୍ଦରପୁରରୁ ଧବଳେଶ୍ୱର ପୀଠକୁ ନିୟମିତ ଆମ ବସ୍ ଚଳାଚଳ କରୁଥିବାବେଳେ ପଞ୍ଚୁକରେ ଶ୍ରଦ୍ଧାଳୁଙ୍କ ଅତ୍ୟଧିକ ଭିଡ଼କୁ ଦୃଷ୍ଟିରେ ରଖି କ୍ରୁଟ୍ ପକ୍ଷରୁ ଏହି ସ୍ୱତନ୍ତ୍ର ସଟଲ୍ ସେବାର ଆଜି ଶୁଭାରମ୍ଭ କରାଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
