Caught While Selling Guns: ବନ୍ଧୁକ ବିକୁଥିଲେ ବନ୍ଧାହେଲେ: ୨ ବିହାରୀ ଗ୍ୟାଙ୍ଗ୍‌ଷ୍ଟର୍ ଗିରଫ

Nov 22, 2026 - 06:05
Caught While Selling Guns: ବନ୍ଧୁକ ବିକୁଥିଲେ ବନ୍ଧାହେଲେ: ୨ ବିହାରୀ ଗ୍ୟାଙ୍ଗ୍‌ଷ୍ଟର୍ ଗିରଫ

ଭୁବନେଶ୍ବର: ବିହାରର ମୁଙ୍ଗେରରୁ ଓଡ଼ିଶାକୁ ବେଧଡ଼କ ଚାଲିଛି ବନ୍ଧୁକ ଚାଲାଣ।

ଅନେକ ଥର ବନ୍ଧୁକ କାରବାର ଧରାପଡ଼ିଛି, ହେଲେ ଏହି ଧାରା ଜାରି ରହିଛି।

ଏହି କ୍ରମରେ ଏକ ବିଶାଳ ଅନ୍ତଃରାଜ୍ୟ ବନ୍ଧୁକ ଚାଲାଣ ରୢାକେଟ୍‌ର ପର୍ଦ୍ଦାଫାସ କରିଛି କ୍ରାଇମବ୍ରାଞ୍ଚ୍‌ ସ୍ପେସାଲ ଟାସ୍କ ଫୋର୍ସ(ଏସ୍‌ଟିଏଫ୍‌)।

ବିହାରର ମୁଙ୍ଗେର ଜିଲ୍ଲାରୁ ଦୁଇଜଣ ଗ୍ୟାଙ୍ଗ୍‌ଷ୍ଟର୍‌ଙ୍କୁ ଗିରଫ କରିବା ସହ ୬ଟି ବନ୍ଧୁକ ଓ ୮ ରାଉଣ୍ଡ୍‌ ଗୁଳି ଜବତ କରାଯାଇଛି।

ଗିରଫ ଅଭିଯୁକ୍ତ ହେଲେ ଆକାଶ କୁମାର ସିଂହ(୪୪) ଓ ରାଜେଶ ଶର୍ମା ଓରଫ୍‌ ଭେଲ୍‌ଟୁ(୪୫)।

ଏମାନେ ବିହାର ପୁଲିସର ମୋଷ୍ଟ ୱାଣ୍ଟେଡ଼୍‌ ତାଲିକାରେ ଥିବା ଏବଂ ଅନେକ ମାମଲାରେ ସଂପୃକ୍ତ ଥିବା ଜଣାଯାଇଛି।

Advertisment Teachers protest: ପଦୋନ୍ନତିରେ ଅନିୟମିତତା ନେଇ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଧାରଣା ୬ ବନ୍ଧୁକ, ୮ ରାଉଣ୍ଡ ଗୁଳି ଜବତ, ୨ ବିହାରୀ ଗ୍ୟାଙ୍ଗ୍‌ଷ୍ଟର୍ ଗିରଫ ଏସ୍‌ଟିଏଫ୍‌ ସୂଚନା ଅନୁଯାୟୀ, ଗୁଇନ୍ଦା ତଥ୍ୟ ଆଧାରରେ ଆଜି ଜଟଣୀର ବଡ଼ତୋଟା ସାହି ନିକଟ ରେଳ ଷ୍ଟେସନ୍‌ରେ ଏସ୍‌ଟିଏଫ୍‌ର ଏକ ସ୍ବତନ୍ତ୍ର ଟିମ୍ ଚଢ଼ଉ କରିଥିଲା।

୨ଜଣ ଦୁର୍ବୃତ୍ତ ୨ଟି ବ୍ୟାଗ୍ ଧରି ରେଳ ଷ୍ଟେସନ୍‌ରୁ ଆସୁଥିବା ବେଳେ ସେମାନଙ୍କୁ କାବୁ କରାଯାଇଥିଲା।

ଯାଞ୍ଚ ବେଳେ ବ୍ୟାଗ୍‌ରୁ ବନ୍ଧୁକ ଓ ଗୁଳି ମିଳିଥିଲା।

ଜବତ ବନ୍ଧୁକ ମଧ୍ୟରେ ଦୁଇଟି ୭ ଏମ୍‌ଏମ୍‌ ଦେଶୀ ପିସ୍ତଲ ଓ ଚାରିଟି ଦେଶୀ ବନ୍ଧୁକ ରହିଛି।

ଏଥିସହ ୮ ରାଉଣ୍ଡ୍‌ ଗୁଳି, ୫,୬୦୦ ଟଙ୍କା, ଦୁଇଟି ମୋବାଇଲ୍‌ ଫୋନ୍‌, ଦୁଇଟି ଟ୍ରେନ୍‌ ଟିକେଟ୍‌, ଆଧାର କାର୍ଡ ଓ ବ୍ୟାଗ୍‌ ଜବତ ହୋଇଛି।

ଏହି ମାମଲାରେ ଆର୍ମସ୍‌ ଆକ୍ଟର ବିଭିନ୍ନ ଧାରା ଓ ଭାରତୀୟ ନ୍ୟାୟ ସଂହିତାର ଧାରା ୬୧(୨)(କ) ଅନୁଯାୟୀ ମାମଲା ରୁଜୁ ହୋଇଛି।

Tata: ବୋର୍ଡ ବୈଠକର ରେକର୍ଡିଂ ପୁଣି ଥରେ ମାଗିଲେ ନୋଏଲ ଟାଟା ଉଭୟ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇଛି।

ଏହି ଅନ୍ତଃରାଜ୍ୟ ବନ୍ଧୁକ ଚାଲାଣ ରୢାକେଟ୍‌ରେ ସ୍ଥାନୀୟ କାହାର ସଂପୃକ୍ତି ରହିଛି ତା'ର ପର୍ଦ୍ଦାଫାସ୍ କରିବା ପାଇଁ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ଏସ୍‌ଟିଏଫ୍‌ ଅଧିକାରୀମାନେ ସୂଚନା ଦେଇଛି।

ମୁଙ୍ଗେରରୁ ଓଡ଼ିଶାକୁ ବନ୍ଧୁକ ଚାଲାଣ ନୂଆ ନୁହେଁ।

ଗତ ୨୦୨୫ ଡିସେମ୍ବରରେ ମୁଙ୍ଗେରର ପିଣ୍ଟୁ କୁମାରଙ୍କଠାରୁ ଗୋଟିଏ ୭.୫ ଏମ୍‌ଏମ୍‌ ପିସ୍ତଲ ସମେତ ପାଞ୍ଚଟି ଦେଶୀ ପିସ୍ତଲ ଜବତ ହୋଇଥିଲା।

ସେହିପରି ୨୦୨୫ ମେ'ରେ ବିହାରର ଦିଲୀପ ସାହାଙ୍କଠାରୁ ଇଟାଲୀ ନିର୍ମିତ ୯ ଏମ୍‌ଏମ୍‌ ଅଟୋମେଟିକ୍ ପିସ୍ତଲ ସମେତ ଅନ୍ୟାନ୍ୟ ବନ୍ଧୁକ ଜବତ ହୋଇଥିଲା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)