Dhabaleswar Bada Osha Festival: ପବିତ୍ର ବଡ଼ ଓଷାରେ ଧବଳେଶ୍ୱର ପୀଠ ଜନସମୁଦ୍ର, ବାବାଙ୍କ ପାଖରେ ଲାଗି ହେଲା ପ୍ରସିଦ୍ଧ ଗଜଭୋଗ

Nov 23, 2026 - 09:49
Dhabaleswar Bada Osha Festival: ପବିତ୍ର ବଡ଼ ଓଷାରେ ଧବଳେଶ୍ୱର ପୀଠ ଜନସମୁଦ୍ର, ବାବାଙ୍କ ପାଖରେ ଲାଗି ହେଲା ପ୍ରସିଦ୍ଧ ଗଜଭୋଗ

ଆଜି ପବିତ୍ର ବଡ଼ ଓଷା।

ପଞ୍ଚୁକରେ ଚଳଚଞ୍ଚଳ କଟକର ଧବଳେଶ୍ୱର ପୀଠ।

ରାତି ୨ଟାରେ ତ୍ରୟୋଦଶୀ ଓ ଚତୁର୍ଦଶୀ ସନ୍ଧି କ୍ଷଣରେ ବାବା ଧବଳେଶ୍ବରଙ୍କ ନିକଟରେ ଲାଗି ହୋଇଛି ପ୍ରସିଦ୍ଧ ଗଜଭୋଗ ଓ ତରଣ।

ହଜାର ହଜାର ଶ୍ରଦ୍ଧାଳୁ ପୀଠରେ ଉଜାଗର ରହି ବଡଓଷା ବ୍ରତ ପାଳନ କରିଛନ୍ତି।

ହର ହର ମହାଦେବ ଧ୍ୱନିରେ ମୁଖରିତ ହେଉଛି ସମଗ୍ର ପରିବେଶ ।

Advertisment ବାବା ଧବଳେଶ୍ୱରଙ୍କ ଦର୍ଶନ ଓ ଆଶୀର୍ବାଦ ଲାଭ ପାଇଁ ପୀଠରେ ଜମିଛି ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼।

ଭକ୍ତି ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଶ୍ରଦ୍ଧାଳୁମାନେ ବଡ଼ ଓଷା ବ୍ରତ ପାଳନ କରୁଛନ୍ତି।

ଶ୍ରଦ୍ଧାଳୁମାନେ ରାତ୍ରୀରେ ମହାନଦୀରେ ବୁଡ ପକାଇଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା ।

ନଦୀ କୂଳରେ ପୋଲିସ, ଅଗ୍ନିଶମ ବାହିନୀ, NDRF, ଓଡ୍ରାଫ ଟିମ ମୁତୟନ ହୋଇଥିଲେ।

ପୀଠରେ କଟକ ଗ୍ରାମାଞ୍ଚଳ ଏସପି , ଆଠଗଡ଼ ଉପଜିଲ୍ଲାପାଳ ନିଜେ ରହି ତଦାରଖ କରିଥିଲେ ।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)