DGP Disc ୫୫ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ‘ଡିଜିପି ଡିସ୍କ୍’
"ଭୁବନେଶ୍ବର: ଭୁବନେଶ୍ଵରସ୍ଥିତ ପୁଲିସ ଭବନଠାରେ ଆୟୋଜିତ ଏକ ସ୍ଵତନ୍ତ୍ର ସମାରୋହରେ ୫୫ ଜଣ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଡିଜିପି ଡିସ୍କ ପ୍ରଦାନ କରାଯାଇଛି।
Advertisment ୧୦୦ ପୁଲିସ ଅଧିକାରୀ, କର୍ମଚାରୀଙ୍କୁ ମିଳିବ ଡିଜିପି ଡିସ୍କ୍ ଏହି କାର୍ଯ୍ୟକ୍ରମରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।
ପୁଲିସ ଅଧିକାରୀ ଓ କର୍ମଚାରୀଙ୍କ ସେବା, କର୍ତ୍ତବ୍ୟନିଷ୍ଠା ଓ ଉଲ୍ଲେଖନୀୟ କାର୍ଯ୍ୟଦକ୍ଷତା ନିମନ୍ତେ ଏହି ସମ୍ମାନ ପ୍ରଦାନ କରାଯାଇଥିଲା।
ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଧୁନିକୀକରଣ) ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ।
୧୦୦ ପୁଲିସ ଅଧିକାରୀ, କର୍ମଚାରୀଙ୍କୁ ମିଳିବ ଡିଜିପି ଡିସ୍କ୍; ଅଗଷ୍ଟ ୧୫ରେ ଦିଆଯିବ ପଦକ ପଦକ ପ୍ରାପ୍ତମାନଙ୍କ ମଧ୍ୟରେ ନିର୍ଦ୍ଦେଶକ (ଏସ୍ସିଆରବି) ଅବିନାଶ କୁମାର, ଡିଆଇଜି (କ୍ରାଇମବ୍ରାଞ୍ଚ) ବି ଗଙ୍ଗାଧର, ବ୍ରହ୍ମପୁର ଏସପି ଡ ଶ୍ରବଣ ବିବେକ ଏମ, ଅନୁଗୋଳ ଏସପି ରାହୁଲ ଜୈନ, ନୟାଗଡ ଏସ୍ପି ଶୁଭେନ୍ଦୁ କୁମାର ପାତ୍ର, ଗଞ୍ଜାମ ଏସପି ହରିଶ ବି ସି, ଜଗତସିଂପୁର ଏସ୍ପି ଅଙ୍କିତ କୁମାର ବର୍ମା, ନବରଙ୍ଗପୁର ଏସପି କାଶ୍ୟପ ପାର୍ଥ ଜଗଦୀଶ, ବୌଦ୍ଧ ଏସପି କୁଳଦୀପ ମୀନା, ଏସ୍ଡିପିଓ, ଆର୍ ଉଦୟଗିରି, ଗଜପତି ରାକେଶ କୁମାର ସାହୁ, କମାଣ୍ଡାଣ୍ଟ (ତୃତୀୟ ଆଇଆରବିନ, କଳିଙ୍ଗ ନଗର) ୟାକୁବ ଖାନଙ୍କ ସହିତ ୩ ଜଣ ଅତିରିକ୍ତ ଏସ୍ପି, ୨ ଜଣ ଡେପୁଟି କମାଣ୍ଡାଣ୍ଟ, ୩ ଜଣ ଡିଏସ୍ପି, ଜଣେ ଆସିଣ୍ଟାଣ୍ଟ କମାଣ୍ଡାଣ୍ଟ, ୮ ଜଣ ଇନ୍ସପେକ୍ଟର, ୪ ଜଣ ସବ୍-ଇନ୍ସପେକ୍ଟର, ୪ ଜଣ ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର, ୫ ଜଣ ହାବିଲଦାର, ଜଣେ ଡ୍ରାଇଭର ଓ ୧୩ ଜଣ କନଷ୍ଟେବଳ /ଓଏପିଏଫ /ସିପାହୀ ଅନ୍ତର୍ଭୁକ୍ତ।
Police Medals: ୪୨ ପୁଲିସ କର୍ମଚାରୀଙ୍କୁ ପୁଲିସ ପଦକଉଲ୍ଲେଖଯୋଗ୍ୟ ଯେ, କାର୍ଯ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ନିମନ୍ତେ ୯୧ତମ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ ଅବସରରେ ଉପରୋକ୍ତ ଅଧିକାରୀ ଓ କର୍ମଚାରୀଙ୍କ ନାମ ଘୋଷଣା କରାଯାଇଥିଲା।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
