DGP Colony: ଜିଜିପି କଲୋନିରେ ଥାର୍ ଆତଙ୍କ, ଜଣେ ଗୁରୁତର; ୬ ଗାଡ଼ିକୁ ପିଟିଲା

Nov 07, 2026 - 07:45
DGP Colony: ଜିଜିପି କଲୋନିରେ ଥାର୍ ଆତଙ୍କ, ଜଣେ ଗୁରୁତର; ୬ ଗାଡ଼ିକୁ ପିଟିଲା

ଭୁବନେଶ୍ବର: ଆଜି ସନ୍ଧ୍ୟାରେ ରସୁଲଗଡ଼ ଜିଜିପି କଲୋନିରେ ପୁଣି କଳା ଥାର୍ ଆତଙ୍କ ଦେଖିବାକୁ ମିଳିଛି।

୬ଟି କାର୍‌କୁ ଧକ୍କା ଦେଇ ରାସ୍ତାରେ ଯାଉଥିବା ଜଣେ ପଥଚାରୀଙ୍କ ଉପରେ ଥାର୍ ଗାଡ଼ି ମାଡ଼ିଯାଇଛି।

ଫଳରେ ଯୁବକ ଙ୍କ ଅଣ୍ଟା ଓ ମୁଣ୍ଡରେ ଗଭୀର ଆଘାତ ଲାଗିିଛି।

ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି।

Advertisment WCDC: ଏନ୍‌ଆର୍‌ସି, ମା'ଗୃହରେ ମହିଳା ଓ ଶିଶୁ ବିକାଶ ଆୟୁକ୍ତଙ୍କ ଭ୍ରାମ୍ୟମାଣ ସମୀକ୍ଷା ଆଜି ଏକ କଳା ରଙ୍ଗର ଥାର୍ ସନ୍ଧ୍ୟା ପ୍ରାୟ ସାଢ଼େ ୬ଟା ବେଳେ ପାଣ୍ଡରା ଛକରୁ ଦୁର୍ଘଟଣା ଘଟାଇ ଦ୍ରୁତ ଗତିରେ ଜିଜିପି କଲୋନି ଆଡ଼କୁ ଆସିଥିଲେ।

ସେଠାରେ ପ୍ରାୟ ୬ଟି କାର୍‌କୁ ଧକ୍କା ଦେବା ସହ ସ୍କୁଟିକୁ ପିଟିଥିଲା।

ପରେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଚାଲିଚାଲି ଯାଉଥିବା ଜଣେ ପଥଚାରୀଙ୍କ ଉପରେ ମଡ଼ାଇ ଦେଇଥିଲା।

ଫଳରେ ତାଙ୍କ ଅଣ୍ଟା ଓ ମୁଣ୍ଡରେ ଆଘାତ ଲାଗିଥିଲା।

ପରେ ଉତ୍ତ୍ୟକ୍ତ ଲୋକେ ଥାର୍ ଭଙ୍ଗାରୁଜା କରିବା ସହିତ ଫୋନ୍ କରି ପୁଲିସକୁ ସୂଚନା ଦେଇଥିଲେ।

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥାର୍ ଜବତ କରିବା ସହିତ ଚାଳକଙ୍କୁ ଥାନାରେ ଅଟକ ରଖିଛି।

ଅପରପଟେ ଏନେଇ ଥାନାରେ ୩ଟି ଅଭିଯୋଗ ହୋଇଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି।

Pollution: ବିଶ୍ୱର ୨୦ ସର୍ବାଧିକ ପ୍ରଦୂଷିତ ସ୍ଥାନ ଭାରତରେ, ଶୀର୍ଷ ୧୦ରେ ନାହିଁ ଦିଲ୍ଲୀ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)