Devotee Dies in Puri ପୁଣି ବଡ଼ଦାଣ୍ଡରେ ଅଣନିଃଶ୍ବାସଜନିତ ମୃତ୍ୟୁ
"ଭୁବନେଶ୍ବର/ପୁରୀ: ଆଜି (ଶୁକ୍ରବାର) ବାହୁଡ଼ା ଯାତ୍ରାରେ ପୁଣି ଜଣେ ଭକ୍ତଙ୍କ ଅଣନିଃଶ୍ବାସରେ ମୃତ୍ୟୁ ଘଟିଥିବା ଜଣାଯାଇଛି।
Advertisment Puri Rath Yatra Incident ପୁରୀ ରଥଯାତ୍ରାରେ ଅଘଟଣ: ଗୁମୁଟରେ ଅଟକିଲେ ଶ୍ରୀଜଗନ୍ନାଥ, ଠେଲାପେଲା, ୨ ମୃତ ଓ ୭ରୁ ଊର୍ଦ୍ଧ୍ବ ଆହତ ମିଳିଥିବା ସୂଚନାନୁସାରେ, ସୁଭଦ୍ରା ରଥ ନିକଟରେ କଟକ ଜିଲ୍ଲାର ଅଭିରାମ ଦାସ (୫୭) ହଠାତ୍ ଅସୁସ୍ଥହୋଇପଡ଼ିଥିଲେ।
ତାଙ୍କୁ ବଗଲା ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।
ସେଠାରୁ ତାଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇତିଲା।
ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ସେ ଅନେକ ଦିନ ଧରି ଉଚ୍ଚରକ୍ତଚାପରେ ପୀଡ଼ିତ ଥିବା ଜଣାଯାଇଛି।
Puri Rath Yatra Pushing and shoving: ପୁରୀ ରଥଯାତ୍ରାରେ ଠେଲାପେଲା, ଦୁଇ ଭକ୍ତ ମୃତ, ସଂଖ୍ୟାଧିକ ଆହତ ତେବେ ଏହି ଘଟଣାରେ ପୁଲିସ ପ୍ରଶାସନ ପକ୍ଷରୁ କୌଣସି ବିଧିବଦ୍ଧ ସୂଚନା ଦିଆଯାଇନାହିଁ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।