Health: ପଡ଼ିରହିଛି ଡାଇଲିସିସ୍ ମେସିନ, କିଡ୍ନି ରୋଗୀ ଦହଗଞ୍ଜ
"କାଳିଆପାଣି (ରବି ନାରାୟଣ କର): ପ୍ରଦୂଷିତ ପାଣି ଓ ପବନ ଏବଂ ବିଷାକ୍ତ ଧୂଳି ଓ ଧୂଆଁ ପ୍ରଭାବରୁ ପ୍ରତ୍ୟକ୍ଷ ଖଣି ପ୍ରଭାବିତ ଅଞ୍ଚଳରେ ୧୦ ବର୍ଷ ମଧ୍ୟରେ ମାଳମାଳ କିଡ୍ନି ରୋଗୀ ପୋକମାଛି ଭଳି ମରିଛନ୍ତି।
ଉପାନ୍ତ ଇଲାକାର ବହୁ ନିରକ୍ଷର ରୋଗୀ ଡାଇଲିସିସ୍ ସେବା ବାବଦରେ ଅଜ୍ଞ ରହିଛନ୍ତି।
ଅର୍ଥାଭାବ ଓ ଆମ୍ବୁଲାନ୍ସ ଅଭାବରୁ ବହୁ ରୋଗୀ ଡାଇଲିସିସ ସୁବିଧାରୁ ବଞ୍ଚିତ।
ଶିକ୍ଷିତ ଓ ସଚେତନ ରୋଗୀ ଡାଇଲିସିସ ପାଇଁ ଥରକୁ ୫ ରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ବାଧ୍ୟ ହେଉଛନ୍ତି।
ଏପରିକି ୫୦ ରୁ କିଡ୍ନି ରୋଗୀ ଚିକିତ୍ସା ପାଇଁ ସର୍ବସ୍ବ ସମ୍ବଳ ହରାଇବା ପରେ ବି ମୃତ୍ୟୁ ମୁଖରୁ ବର୍ତ୍ତି ପାରିନଥିବାର ଅଲୋଡ଼ା ଦୃଷ୍ଟାନ୍ତ ରହିଛି। "ସମ୍ବାଦ"ରେ ବାରମ୍ବାର କିଡ୍ନି ରୋଗ ଜନିତ ମୃତ୍ୟୁ ଓ ବିଭୀଷିକା ସଂପର୍କିତ ଖବର ପ୍ରକାଶନ ପରେ ସରକାର ଏହି ସମସ୍ୟାକୁ ହୃଦୟଙ୍ଗମ କରିଥିଲେ।Advertisment ସମବାୟ ମନ୍ତ୍ରୀ ଡ.
ପ୍ରଦୀପ ବଳସାମନ୍ତଙ୍କ ପରାମର୍ଶରେ ଏଚ୍ଡିଏଫ୍ସି ବ୍ୟାଙ୍କ ପକ୍ଷରୁ ୪୦ ଲକ୍ଷ ଟଙ୍କାରୁ ଅଧିକ ବ୍ୟୟରେ ଖଣି ପ୍ରଭାବିତ ସୁକିନ୍ଦା ଓ ଦାନଗଦି ବ୍ଲକ ପାଇଁ ୨ଟି ଡାଇଲିସିସ୍ ମେସିନ ସ୍ବାସ୍ଥ୍ୟ ବିଭାଗକୁ ପ୍ରଦାନ କରାଯାଇଥିଲା।
୩ ମାସ ତଳୁ କିଣାଯାଇଥିବା ୨ଟି ନୂଆ ଡାଇସିଲିସ ମେସିନ ଏଯାବତ୍ ଖୋଳରୁ ବାହାରି ନାହିଁ।
ଜିଲ୍ଲା ଖଣିଜ ପ୍ରତିଷ୍ଠାନ(ଡିଏମ୍ଏଫ୍) ପାଣ୍ଠିରେ ପାଖାପାଖି ହଜାର କୋଟି ଟଙ୍କା ଜମା ରହିଛି।
ହେଲେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଉଦାସୀନତା ଓ ପ୍ରଶାସନିକ ସ୍ଥାଣୁତାରୁ ଏହି ଅତ୍ୟାବଶ୍ୟକ ଯନ୍ତ୍ର ୨ଟି କିଡ୍ନି ପ୍ରବଣ ଅଞ୍ଚଳବାସୀଙ୍କ ସେବାରେ ଲାଗି ପାରିନଥିବା ଅଭିଯୋଗ ହୁଏ।
ଗୋଟିଏ ମେସିନ ଦାନଗଦି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଓ ଅନ୍ୟଟି ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପଡ଼ିରହିଥିବା ବିଭାଗୀୟ ସୂଚନା ମିଳିଛି।
ଏହାହିଁ ଉପେକ୍ଷିତ ଅଞ୍ଚଳବାସୀଙ୍କ କ୍ଷେତ୍ରରେ ବିଡ଼ମ୍ବନା ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।
ଖଣି ପ୍ରଭାବିତ ଅଞ୍ଚଳରେ ଲ୍ୟାଣ୍ଡବ୍ୟାଙ୍କ ଯୋଜନାକୁ ଗୁରୁତ୍ବ ଦିଆଯାଉ: ହିମାଂଶୁ "ସମ୍ବାଦ" ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ୨ଟି ଯାକ ମେଡିକାଲ୍ରେ ବଡ଼ବଡ଼ ନବନିର୍ମିତ ସୁଦୃଶ୍ୟ ଅଟ୍ଟାଳିକା ଠିଆ ହୋଇଥିଲେ ହେଁ ଏଯାବତ୍ ସ୍ବତନ୍ତ୍ର ଗୃହ ବ୍ୟବସ୍ଥା କରାଯାଇନାହିଁ।
ସେହିପରି ଡାଇସିଲିସ ୟୁନିଟ୍ ପରିଚାଳନା ପାଇଁ ବିଭାଗୀୟ ବିଶେଷଜ୍ଞ ଡାକ୍ତର, ସହଯୋଗୀ ଡାକ୍ତର, ନର୍ସ ଓ କର୍ମଚାରୀ ନିୟୋଜନ କରାଯାଇନାହିଁ।
ଏଥିସହ ଏହି ୟୁନିଟ୍ ପାଇଁ ଆବଶ୍ୟକ ହେଉଥିବା ରାସାୟନିକ ପଦାର୍ଥ ଏସିଡ୍ କନସେଣ୍ଟ୍ରେଟ୍, ବାଇକାର୍ବୋନେଟ୍ କନସେଣ୍ଟ୍ରେଟ୍ ଓ ଡିସ୍ଇନଫେକ୍ସନ ଏଜେଣ୍ଟ୍ ଏବଂ ଆନୁଷଙ୍ଗିକ ବ୍ୟବସ୍ଥା ଓ ଉପକରଣ କିଣାଯିବା ଉଦ୍ୟମ କରାଯାଇନାହିଁ।
ଉଭୟ ମେଡିକାଲ ପକ୍ଷରୁ ଡାଇସିଲିସ ୟୁନିଟ୍ କାର୍ଯ୍ୟକ୍ଷମ ପାଇଁ ଏକାଧିକ ବାର ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ପ୍ରସ୍ତାବ ଦିଆଯାଇଥିଲେ ହେଁ ସ୍ଥିତି ଯଥା ପୂର୍ବଂ ତଥା ପରଂ ରହିଛି।
ଏ ସଂପର୍କରେ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ ଡାକ୍ତର ଜୟଦେବ ନନ୍ଦଙ୍କୁ ପଚାରିବାରେ ଡାଇସିଲିସ ୟୁନିଟ୍ ଖୋଲିବା ନେଇ ଉଚ୍ଚ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସକରାତ୍ମକ ସଙ୍କେତ ମିଳିଛି।
ନୂତନ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ(ସିଡିଏମ୍ଓ) ଭାବେ ଆଜି ଠାରୁ କାର୍ଯ୍ୟଭାର ଗ୍ରହଣ କରିଥିବା ଡାକ୍ତର ନଗେନ ମହାପାତ୍ରଙ୍କୁ ଯୋଗାଯୋଗ ଉଦ୍ୟମ ସମ୍ଭବ ହୋଇନଥିଲା।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।