Delimitation Bill Gets Cabinet Nod: ସୀମା ପୁନଃନିର୍ଦ୍ଧାରଣ ବିଲ୍‌କୁ କ୍ୟାବିନେଟ୍ ମଞ୍ଜୁରୀ, ସଂସଦରେ ଏନଡିଏ ପାଇଁ ବଡ଼ ପରୀକ୍ଷା

Nov 27, 2026 - 21:37
Delimitation Bill Gets Cabinet Nod: ସୀମା ପୁନଃନିର୍ଦ୍ଧାରଣ ବିଲ୍‌କୁ କ୍ୟାବିନେଟ୍ ମଞ୍ଜୁରୀ, ସଂସଦରେ ଏନଡିଏ ପାଇଁ ବଡ଼ ପରୀକ୍ଷା

କ୍ୟାବିନେଟର ମୋହର ବାଜିଲା, ଏବଂ ପାର୍ଲାମେଣ୍ଟ ଅନୁମୋଦନକୁ ଅପେକ୍ଷା।

ଆଗକୁ ୫୦ ପ୍ରତିଶତ ବଢ଼ିପାରେ ଲୋକସଭାରେ ସିଟ୍।

ଆଉ ରାଜ୍ୟ ବିଧାନସଭା ଆସନର ବି ବଢିପାରେ ସଂଖ୍ୟା।

ମୋଦି ସରକାରଙ୍କ ବହୁ ଚର୍ଚ୍ଚିତ ସୀମା ପୁନଃନିର୍ଦ୍ଧାରଣ ସଂଶୋଧନ ବିଲକୁ ଆଜି ମଂଜୁର ଦେଇଛି କେନ୍ଦ୍ର କ୍ୟାବିନେଟ୍।

କ୍ୟାବିନେଟରେ ଏ ବଡ଼ ନିଷ୍ପତ୍ତି ପରେ ସରକାର ନଭେମ୍ବର ୩୦ରୁ ଡିସେମ୍ବର ୩ ଯାଏଁ ସଂସଦର ଶୀତ କାଳୀନ ଅଧିବେଶରନ ସ୍ବତନ୍ତ୍ର ସତ୍ର ଡାକିଛନ୍ତି।

ଯେଉଁଥିରେ ସଂଶୋଧିତ ସୀମା ନିର୍ଦ୍ଧାରଣ ବିଲ୍ ଉପସ୍ଥାପନ ହେବାର ଯଥେଷ୍ଟ ସମ୍ଭାବନା ରହିଛି।

କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ପୂର୍ବରୁ ଦେଇଥିବା ସୂଚନା ଦେଇଥିଲେ, ଯେ ଉଭୟ ଲୋକସଭା ଓ ରାଜ୍ୟସଭାରେ ଦୁଇଟି ଭିନ୍ନ ଭିନ୍ନ ତାରିଖରେ ସ୍ବତନ୍ତ୍ର ଅଧିବେଶନ ବସିବ।

ଲୋକସଭା ଅଧିବେଶନ ନଭେମ୍ବର ୩୦ ଏବଂ ରାଜ୍ୟସଭା ଅଧିବେଶନ ଡିସେମ୍ବର ୨ରେ ଆରମ୍ଭ ହେବ।

ସଂସଦର ଅଧିବେସନ ସମୟରେ ନିଜ ଦଳର ସମସ୍ତ ସାଂସଦ ଦିଲ୍ଲୀରେ ଉପସ୍ଥିତ ରହିବାକୁ ହ୍ବିପ୍ ଜାରି କରିଛି ବିଜେପି।

ତେଣୁ ଚର୍ଚ୍ଚା ହେଉଛି, ଏ ସ୍ବତନ୍ତ୍ର ଡିଲିମିଟେସନ୍ ବିଲ୍ ନିଶ୍ଚିତ ଅଣାଯାଉଛି।

Advertisment ଏବେ ନଜର ପକାନ୍ତୁ ସୀମା ପୁନଃନିର୍ଦ୍ଧାରଣ ସଂଶୋଧନ ବିଲରେ ଅଛି କଣ।

ସୀମା ପୁନଃନିର୍ଦ୍ଧାରଣ ଚିଠା ବିଲ ଅନୁଯାୟୀ ଆଗକୁ ଲୋକସଭାର ଆସନ ସଂଖ୍ୟା ୫୦ ପ୍ରତିଶତ ବଢି ୫୪୩ରୁ ୮୫୦କୁ ବୃଦ୍ଧି ପାଇପାରେ।

ଲୋକସଂଖ୍ୟା ଆଧାରରେ ସବୁ ରାଜ୍ୟରେ ବଢିବ ଲୋକସଭା ଓ ବିଧାନସଭାର ସିଟ୍।

ସେହି ଅନୁସାରେ ଆମ ରାଜ୍ୟରେ ଲୋକସଭା ଆସନ ସଂଖ୍ୟା ୨୧ରୁ ୩୨ ଏବଂ ବିଧାନସଭା ଆସନ ସଂଖ୍ୟା ୧୪୭ରୁ ୨୨୪ ଛୁଇଁପାରେ।

ଏହି ସିଟ୍ ବୃଦ୍ଧି ପଦକ୍ଷେପକୁ ଆଗାମୀ ୨୫ ବର୍ଷ ପର୍ଯ୍ୟନ୍ତ ଅର୍ଥାତ ୨୦୫୧ ପର୍ଯ୍ୟନ୍ତ ସ୍ଥିର ରଖାଯିବ।...ଏପଟେ ସଂସଦର ସ୍ବତନ୍ତ୍ର ଅଧିବେଶନରେ ଯଦି ସୀମା ପୁନଃନିର୍ଦ୍ଧାରଣ ବିଲ୍ ଉପସ୍ଥାପିତ ହୁଏ, ତେବେ ତାକୁ ପୂର୍ବଭଳି ଦୃଢ଼ ବିରୋଧ କରିବେ ଦକ୍ଷିଣ ଭାରତୀୟ ଦଳ ସମେତ ବିରୋଧୀ କଂଗ୍ରେସ, ଟିଏମସି ଓ ସମାଜବାଦୀ ପାର୍ଟିଭଳି ପ୍ରମୁଖ ଦଳ।

ଏପଟେ ବିଜେଡି କହିଛି, ଡ୍ରାଫ୍ଟ ବିଲରେ କଣ ଅଛି ଜଣା ନାହିଁ।

ଜାଣିଲା ପରେ ବିଜେଡ଼ି ସଭାପତି ଯାହା କିଛି ନିଷ୍ପତ୍ତି ନେବ।

ସେପଟେ ରାହୁଲଙ୍କ ଲୋକପ୍ରିୟତାକୁ କାଉଣ୍ଟର କରିବାକୁ ବିଜେପି ଡିଲିମିଟେସନ୍ ବିଲ ଆଣି ନିର୍ବାଚନ ଜିତିବାକୁ ଚାହୁଁଛି, ଯାହା ସଫଳ ହେବନି ବୋଲି କଂଗ୍ରେସ କହିଛି।

ଏବେ ନଜର ପକାନ୍ତୁ ସଂସଦର ସଂଖ୍ୟା ଗଣିତ ଉପରେ।

ସଂଶୋଧିତ ସୀମା ପୁନଃ ନିର୍ଦ୍ଧାରଣ ବିଲ୍ ପାସ୍ ଲାଗି ଲୋକସଭାରେ ଆବଶ୍ୟକ ଦୁଇ ତୃତୀୟାଂସ ସଂଖ୍ୟା।

ଲୋକସଭାରେ ସିଟ୍ ସଂଖ୍ୟା ୫୪୩ରୁ ସାଂସଦ ଅଛନ୍ତି ୫୪୦।

ସେ ସମ୍ବିଧାନ ସଂଶୋଧନ ବିଲ୍ ପାଇଁ ୩୬୦ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ।

କିନ୍ତୁ ଏନଡିଏ ପାଖରେ ଏବେ ସଂଖ୍ୟା ୩୨୦।

ବିଲ୍ ପାସ୍ ପାଇଁ ଆବଶ୍ୟକ ଆଉ ୪୦ ସାଂସଦଙ୍କ ସମର୍ଥନ।

ଏନଡିଏ ଆଶା କରୁଛି, ୨୨ ସାଂସଦ ଥିବା ଡିଏମକେ, ୮ ସାଂସଦ ଥିବା ଶରଦ ପାୱାରଙ୍କ ଏନସିପି ଏବଂ ୱାଇ.ଏସ.ଆର.ସି.ପିର ୪ ଓ ୬ ସ୍ବାଧୀନ ସାସଂଦଙ୍କ ସହ ଅନ୍ୟ ଛୋଟ ଦଳଗୁଡ଼ିକର ସମର୍ଥନ ନେଲେ ସରକାର ବିଲ୍ ପାସରେ ସଫଳ ହୋଇପାରନ୍ତି।

ନହେଲେ ବିରୋଧୀ କ୍ୟାମ୍ପ ସଦସ୍ୟଙ୍କୁ ଗୃହରେ ଅନୁପସ୍ଥିତ ରଖିବା ଷ୍ଟ୍ରାଟେଜି ବିଲର ଭବିଷ୍ୟତ ନିର୍ଦ୍ଧାରଣ କରିପାରେ।

ଏପଟେ ମହିଳା ଆରକ୍ଷଣ ବିଲ୍ ଭଳି ସଂଶୋଧିତ ସୀମା ପୁନଃ ନିର୍ଦ୍ଧାରଣ ବିଲକୁ ମଧ୍ୟ ସମସ୍ତେ ସମର୍ଥନ ଦେବେ ବୋଲି ଆଶା କରିଛି ବିଜେପି।

Advertisment ପୂର୍ବରୁ ଏପ୍ରିଲ ୨୦୨୬ ସଂସଦର ମୌସୁମୀ ଅଧିବେଶନରେ ଉପସ୍ଥାପିତ ହୋଇଥିଲା ସଂଶୋଧିତ ସୀମା ନିର୍ଦ୍ଧାରଣ ବିଲ୍।

କିନ୍ତୁ ଆବଶ୍ୟକ ସଂଖ୍ୟା ନଥିବାରୁ ଲୋକସଭାରେ ପାସ୍ ହୋଇନପାରିବାରୁ ସରକାରଙ୍କୁ ଲାଗିଥିଲା ବଡ଼ ଝଟକା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)