Delhi SIR: ୩୪ ଲକ୍ଷ ଭୂତ ଭୋଟରଙ୍କ ନାମ ତାଲିକାରୁ ବାଦ୍ ପଡିଲା

Sep 01, 2026 - 12:35
Delhi SIR: ୩୪ ଲକ୍ଷ ଭୂତ ଭୋଟରଙ୍କ ନାମ ତାଲିକାରୁ ବାଦ୍ ପଡିଲା

"ନୂଆଦିଲ୍ଲୀ:ନିର୍ବାଚନ କମିସନଙ୍କ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ଅଭିଯାନର ତୃତୀୟ ପର୍ଯ୍ୟାୟରେ, ଏପର୍ଯ୍ୟନ୍ତ ଭୋଟର ତାଲିକାରୁ ୧୩ କୋଟି ୩୭ ଲକ୍ଷ ନାମ ବା ମୋଟ ଭୋଟରଙ୍କ ସଂଖ୍ୟାର ୧୪.୧% ନାମ ବାଦ୍ ଦିଆଯାଇଛି।

ସର୍ବାଧିକ ସଂଖ୍ୟକ ଭୋଟର ଦିଲ୍ଲୀ ଏବଂ ମହାରାଷ୍ଟ୍ରରେ ବାଦ୍ ପଡ଼ିଛନ୍ତି।

ରୋଚକ କଥା ହେଉଛି ଦେଶବ୍ୟାପୀ ଭୋଟର ତାଲିକାରେ ଥିବା ୩୪ ଲକ୍ଷ ଭୋଟର ହେଉଛନ୍ତି ଭୂତ ଭୋଟର।

ସେମାନଙ୍କର ମୃତ୍ୟୁ ହୋଇ ସାରିଛି।

ତେଣୁ ଏହି ନାମଗୁଡ଼ିକୁ ମଧ୍ୟ ବାଦ୍ ଦିଆଯାଇଛି।

ଭାରତୀୟ ନିର୍ବାଚନ କମିଶନଙ୍କ ତଥ୍ୟ ଅନୁଯାୟୀ, ଅନୁପସ୍ଥିତି/ସ୍ଥାନ ପରିବର୍ତ୍ତନ ଯୋଗୁଁ ୧ କୋଟି ୫୪ ଲକ୍ଷ ନାମ ଅର୍ଥାତ୍ ୧୫.୭% ବାଦ୍ ଦିଆଯାଇଛି।

ନିର୍ବାଚନ କମିସନଙ୍କ ତଥ୍ୟ ଅନୁଯାୟୀ, ଦିଲ୍ଲୀରେ ଏପର୍ଯ୍ୟନ୍ତ ସର୍ବାଧିକ ୩୨.୮୦% ନାମ ବାଦ୍ କରାଯାଇଛି।

ସେହିପରି ଦାଦରା ଏବଂ ନଗର ହାଭେଲି ଏବଂ ଡାମନ ଏବଂ ଡିଉରେ ୨୯.୬୦%, ତେଲେଙ୍ଗାନାରେ ୨୧.୭୦%, ମହାରାଷ୍ଟ୍ରରେ ୨୧.୧୦% ଏବଂ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ୨୦.୬୦% ନାମ ବାଦ୍ ଦିଆଯାଇଛି।Advertisment ଗତ ଦୁଇ ଦଶନ୍ଧି ଧରି, ନିର୍ବାଚନ କମିସନ ସଘନ ସଂଶୋଧନ କରିନଥିଲେ।

ଯାହାଦ୍ବାରା ଭୋଟର ତାଲିକା ନୂତନ ଭାବରେ ପ୍ରସ୍ତୁତ କରାଯାଇ ପାରି ନଥିଲା।

ଏହା ବଦଳରେ ବାର୍ଷିକ ଏବଂ ନିର୍ବାଚନ ପୂର୍ବ ସ୍ୱତନ୍ତ୍ର ସାରାଂଶ ସଂଶୋଧନ କରିବାକୁ ପସନ୍ଦ କରିଥିଲେ।

କେବଳ ବିଦ୍ୟମାନ ତାଲିକାରେ ନାମ ଯୋଡା ଏବଂ ବିଲୋପ କରାଯାଇଥିଲା।

ଏସଆଇଆରରେ, ଇସି ଏକ ନୂତନ ପ୍ରକ୍ରିୟା ବିକଶିତ କରିଛନ୍ତି।

ଏହା ଅନୁଯାୟୀ ସମସ୍ତ ପଞ୍ଜିକୃତ ଭୋଟରଙ୍କୁ ଏକ ମାସର ଗଣନା ପର୍ଯ୍ୟାୟ ମଧ୍ୟରେ ଗଣନା ଫର୍ମ ଦାଖଲ କରିବାକୁ ପଡିବ।

୨୦୦୦ ଦଶକର ପ୍ରାରମ୍ଭରେ ଅନୁଷ୍ଠିତ ଶେଷ ସଘନ ସଂଶୋଧନ ତାଲିକାରେ ନିଜର ନାମ କିମ୍ବା ପିତାମାତାଙ୍କ ନାମ ସହିତ ମ୍ୟାପ୍ କରିବାକୁ ପଡିବ ଏବଂ ସେମାନଙ୍କର ଯୋଗ୍ୟତା ପ୍ରତିପାଦନ କରିବା ପାଇଁ ଡକ୍ୟୁମେଣ୍ଟ ଦାଖଲ କରିବାକୁ ପଡିବ।

ଗମ୍ଭୀରଙ୍କୁ ହଟାଇବାର ବେଳ ଆସିଲାଣି !

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)