Delhi Ramlila: ଦିଲ୍ଲୀ ରାମଲୀଳାରେ ରାବଣ ସହ ପୋଡ଼ାଯିବ ୩୦ ଫୁଟର କୋକ୍ରୋଚ୍ କୁଶପୁତ୍ତଳିକା

Oct 16, 2026 - 12:45
Delhi Ramlila: ଦିଲ୍ଲୀ ରାମଲୀଳାରେ ରାବଣ ସହ ପୋଡ଼ାଯିବ ୩୦ ଫୁଟର କୋକ୍ରୋଚ୍ କୁଶପୁତ୍ତଳିକା

"ନୂଆଦିଲ୍ଲୀ: ଚଳିତ ବର୍ଷ ରାଜଧାନୀ ଦିଲ୍ଲୀର ରାମଲୀଳାରେ ରାବଣ, କୁମ୍ଭକର୍ଣ୍ଣ ଓ ମେଘନାଦଙ୍କ କୁଶପୁତ୍ତଳିକା ସହିତ ଏକ ୩୦ ଫୁଟ୍ ଉଚ୍ଚର କୋକ୍ରୋଚ୍ (ଅସରପା) କୁଶପୁତ୍ତଳିକା ମଧ୍ୟ ଦାହ କରାଯିବ।

ପୀତାମ୍ପୁରାରେ ବାର୍ଷିକ ରାମଲୀଳା ଆୟୋଜନ କରୁଥିବା ଶ୍ରୀ କେଶବ ରାମଲୀଳା କମିଟି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।

କମିଟି ଅନୁଯାୟୀ, କୋକ୍ରୋଚ୍ ଅଳିଆ ଆବର୍ଜନାର ପ୍ରତୀକ ହୋଇଥିବାରୁ ''ସ୍ୱଚ୍ଛ ଭାରତ'' ଏବଂ ''ସ୍ୱଚ୍ଛ ଦିଲ୍ଲୀ'' ଅଭିଯାନକୁ ପ୍ରୋତ୍ସାହିତ କରିବା ଏବଂ ଅଧର୍ମ ଉପରେ ଧର୍ମର ବିଜୟ ସହ ପରିଷ୍କାର-ପରିଚ୍ଛନ୍ନତାର ମହତ୍ତ୍ୱ ବୁଝାଇବା ଏହାର ମୁଖ୍ୟ ଲକ୍ଷ୍ୟ।Advertisment କମିଟିର ସଭାପତି ତଥା ବିଜେପି ବିଧାୟକ ଅଶୋକ ଗୋଏଲ୍ ସ୍ପଷ୍ଟ କରିଛନ୍ତି ଯେ ଏହା ପଛରେ କୌଣସି ରାଜନୈତିକ ଉଦ୍ଦେଶ୍ୟ ନାହିଁ।

ରାବଣର ଆସୁରିକ ସେନାରେ ଏହି କୋକ୍ରୋଚ୍କୁ ସ୍ଥାନ ଦିଆଯାଇଥିବା ସେ କହିଛନ୍ତି।

ତେବେ ରାଜଧାନୀରେ କୋକ୍ରୋଚ୍ ଜନତା ପାର୍ଟି (ସିଜେପି) ର କ୍ରମାଗତ ବିକ୍ଷୋଭ ଓ ସରକାରବିରୋଧୀ ଆନ୍ଦୋଳନ ଚାଲିଥିବା ସମୟରେ ଏହି ପଦକ୍ଷେପକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।

ରାଜନୈତିକ ମହଲରେ ଚର୍ଚ୍ଚା ପୂର୍ବରୁ ସିଜେପିର ଆନ୍ଦୋଳନ ଯୋଗୁଁ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେଇଥିବା ବେଳେ, ଏବେ ଭୋଟର ତାଲିକା ସଂଶୋଧନ (ଏସଆଇଆର୍) ଅନିୟମିତତାକୁ ନେଇ ସେମାନେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରୁଛନ୍ତି।

ସିଜେପିର ନେତା ଆଶୁତୋଷ ରାଙ୍କା ଏବଂ ସୌରଭ ଦାସ ଜେଲରେ ଥିବା ବେଳେ, ଦଳ ପକ୍ଷରୁ ଶୁକ୍ରବାର ଦିନ କନୋଟ୍ ପ୍ଲେସରେ ''ଲେହରା ଦୋ ତ୍ରିରଙ୍ଗା'' ମାର୍ଚ୍ଚ ପାଇଁ ଆହ୍ୱାନ ଦିଆଯାଇଛି।

ଅପରପକ୍ଷରେ, ସମ୍ପୃକ୍ତ ଅଞ୍ଚଳରେ ୧୪୪ ଧାରା କିମ୍ବା ପ୍ରତିବନ୍ଧକ ଜାରି ଥିବାରୁ ସାଧାରଣ ଜନତାଙ୍କୁ ଏହି ମାର୍ଚ୍ଚରୁ ଦୂରେଇ ରହିବାକୁ ଦିଲ୍ଲୀ ପୁଲିସ ନିବେଦନ କରିଛି।

ନିର୍ଦ୍ଦିଷ୍ଟ ସ୍ଥାନରେ ନିୟମାନୁଯାୟୀ ଜାତୀୟ ପତାକା ଉଡ଼ାଇବା ପାଇଁ ଅନୁମତି ଦିଆଯାଇପାରେ ବୋଲି ପୁଲିସ ସ୍ପଷ୍ଟ କରିଛି।

Uttarakhand: ନିଜ ସ୍ୱାମୀଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି ଉତ୍ତରାଖଣ୍ଡର ମନ୍ତ୍ରୀ ରେଖା ଆର୍ଯ୍ୟ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)