Delhi rain: ଦିିଲ୍ଲୀ-ଏନ୍‌ସିଆର୍‌ରେ ପ୍ରବଳ ବର୍ଷା: ୩୮୦ ବିମାନ ବିଳମ୍ବିତ

Aug 24, 2026 - 18:06
Delhi rain: ଦିିଲ୍ଲୀ-ଏନ୍‌ସିଆର୍‌ରେ ପ୍ରବଳ ବର୍ଷା: ୩୮୦ ବିମାନ ବିଳମ୍ବିତ

"ନୂଆଦିଲ୍ଲୀ:ଉତ୍ତର ଭାରତସମେତ ଦେଶର ଅନ୍ୟାନ୍ୟ ଅଞ୍ଚଳରେ ସୋମବାର ମୌସୁମୀ ସକ୍ରିୟ ହେବା ଯୋଗୁ ଦିନ ସାରା ପ୍ରବଳ ବର୍ଷା ଲାଗି ରହିଛି।

ଦିଲ୍ଲୀ ଓ ସଂଲଗ୍ନ ଏନ୍‌ସିଆର୍‌ ଅଞ୍ଚଳ ନୋଏଡା, ଗାଜିଆବାଦ, ଗୁରୁଗ୍ରାମ ଓ ଫରିଦାବାଦରେ ପ୍ରବଳ ବର୍ଷା ଓ ପବନ ଯୋଗୁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି।

ଦିଲ୍ଲୀ ବିମାନବନ୍ଦରରେ ପ୍ରତିକୂଳ ପାଗ ବିମାନ ଚଳାଚଳରେ ବାଧା ସୃଷ୍ଟି କରିଛି, ପ୍ରାୟ ୩୮୫ ଟି ବିମାନ ବିଳମ୍ବିତ/ପ୍ରଭାବିତ ହୋଇଛି, ୨୬ ଟି ବାତିଲ ହୋଇଛି ଓ ୧୫ ଟି ଅନ୍ୟତ୍ର ଗତି ପରିବର୍ତ୍ତନ କରିଛି, ଯେଉଁଥିରେ ତିନିଟି ଅନ୍ତର୍ଜାତୀୟ ବିମାନ ରହିଛି।Advertisment ଉତ୍ତରାଖଣ୍ଡ, ଓଡ଼ିଶା ଓ ତେଲଙ୍ଗାନାରେ ମଧ୍ୟ ପ୍ରବଳ ବର୍ଷା ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ଦିଲ୍ଲୀ-ଏନ୍‌ସିଆର୍‌ରେ ଓ ଆଖାପାଖ ଅଞ୍ଚଳରେ ଅଧିକ ମୌସୁମୀ ବର୍ଷା ନେଇ ଆକଳନ କରିଛି।

ଉତ୍ତରାଖଣ୍ଡ, ଓଡ଼ିଶା ଓ ତେଲଙ୍ଗାନାରେ ମଧ୍ୟ ପ୍ରବଳ ବର୍ଷା ନେଇ ଆଇଏମ୍‌ଡି ଆକଳନ କରିଛି।

ଆଇଏମ୍‌ଡି ଗୁରୁଗ୍ରାମ ଓ ଫରିଦାବାଦ ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି।

ଏହି ଦୁଇଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାରୁ ଲୋକମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

ପ୍ରବଳ ବର୍ଷା ଯୋଗୁଁ ଗୁରୁଗ୍ରାମର ଇସଲାମପୁର ଗାଁ ନିକଟରେ ସୋହନା ରୋଡର ସର୍ଭିସ୍ ଲେନରେ ପ୍ରାୟ ଦୁଇ ଫୁଟ ପାଣି ଜମି ଯାଇଥିଲା।

ପାଣି ଜମା ହେବା ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା ଓ ପ୍ରାୟ ୪ କିଲୋମିଟର ପର୍ଯ୍ୟନ୍ତ ଟ୍ରାଫିକ ଜାମ୍ ହୋଇଥିଲା।

ଇଣ୍ଡିଆ‌ ଗେଟ୍‌ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁ ଲୋକମାନଙ୍କୁ ଗରମରୁ ଆଶ୍ବସ୍ତି ମିଳିଛି।

ବର୍ଷା ଯୋଗୁ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି।

ସୂତ୍ର ଅନୁସାରେ, ତିନୋଟି ଅନ୍ତର୍ଜାତୀୟ ବିମାନ ସମେତ ୧୫ଟି ବିମାନର ମାର୍ଗ ପରିବର୍ତ୍ତନ କରାଯାଇଛି, ୧୨ଟି ବିମାନକୁ ଜୟପୁର, ୨ଟି ଚଣ୍ଡିଗଡ଼ ଓ ଗୋଟିଏ ଲକ୍ଷ୍ନୌକୁ ମାର୍ଗ ପରିବର୍ତ୍ତନ କରାଯାଇଛି।

୩୮୫ ବିମାନ ପ୍ରଭାବିତ ବା ବିଳମ୍ବିତ ହୋଇଛି।

ପ୍ରତି ବିମାନ ହାରାହାରି ୩୨ ମିନିଟ ଲେଖାଏଁ ବିଳମ୍ବିତ ହୋଇଛି।

୨୬ଟି ବିମାନ ବାତିଲ ହୋଇଛି।

ବର୍ଷା ଯୋଗୁ ଟ୍ରାଫିକ୍‌ ସମସ୍ୟା ମଧ୍ୟ ଉପଜୁଛି।

ଗାଜିଆବାଦର ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଦେଖାଯାଇଛି। "ସାମୁକ୍" ସୁଟିଂ ଆରମ୍ଭ କଲେ ଅକ୍ଷୟ କୁମାର, ଭିବାନ୍ ଆହୁଜା ଲୁକ୍‌ରେ ଧମାକା "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)