Delhi High Court : କରତାରପୁର କରିଡରକୁ ପୁନର୍ବାର ଖୋଲିବା ଦାବି: ହସ୍ତକ୍ଷେପ କରିବାକୁ ମନା କଲେ ଦିଲ୍ଲୀ ହାଇକୋର୍ଟ

Nov 25, 2026 - 13:33
Delhi High Court : କରତାରପୁର କରିଡରକୁ ପୁନର୍ବାର ଖୋଲିବା ଦାବି: ହସ୍ତକ୍ଷେପ କରିବାକୁ ମନା କଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: କରତାରପୁର ସାହିବ କରିଡରକୁ ପୁଣି ଖୋଲିବା ଦାବି ସମ୍ପର୍କରେ କେନ୍ଦ୍ର ସରକାର ଙ୍କ ନୀତିଗତ ନିଷ୍ପତ୍ତିରେ ହସ୍ତକ୍ଷେପ କରିବାକୁ ଦିଲ୍ଲୀ ହାଇକୋର୍ଟ ମନା କରିଦେଇଛନ୍ତି।

କୋର୍ଟ କହିଛନ୍ତି ଯେ, ପ ହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସରକାର ୭ ମେ' ୨୦୨୫ ରୁ କରିଡରରେ ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ।

ଏହି ନିଷ୍ପତ୍ତି ଦେଶର ନାଗରିକଙ୍କ ସର୍ବୋତ୍ତମ ସ୍ୱାର୍ଥରେ ନିଆଯାଇଥିଲା।

ତେଣୁ କୋର୍ଟ ନିଜର ଅସାଧାରଣ ଅଧିକାରକ୍ଷେତ୍ର ବ୍ୟବହାର କରି ସରକାରଙ୍କ ନୀତିଗତ ନିଷ୍ପତ୍ତିରେ ହସ୍ତକ୍ଷେପ କରିବାର କୌଣସି କାରଣ ନାହିଁ।କୋର୍ଟ କହିଛନ୍ତି ଯେ, ଶିଖ ଶ୍ରଦ୍ଧାଳୁଙ୍କ ଧାର୍ମିକ ଭାବନାକୁ ସମ୍ମାନ ଏବଂ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ଏହି କରିଡର ଆରମ୍ଭ କରାଯାଇଥିଲା।

ତେବେ ଆବେଦନ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ନିକଟରେ ବିଚାରାଧୀନ ଅଛି।

କର୍ତ୍ତୃପକ୍ଷ ଏହାକୁ ବିଚାର କରିବେ ବୋଲି କୋର୍ଟ ଆଶା ପ୍ରକାଶ କରିଛନ୍ତି।

Advertisment ସରକାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଆବେଦନରେ କରତାରପୁର ସାହିବ କରିଡରକୁ ପୁନର୍ବାର ଖୋଲିବା ପାଇଁ ଦାବି କରାଯାଇଥିଲା।

ଆବେଦନକାରୀ ଦର୍ଶାଇଥିଲେ ଯେ, କରିଡର ବନ୍ଦ ହେବା ଦ୍ୱାରା ପାକିସ୍ତାନର କରତାରପୁର ସାହିବ ଗୁରୁଦ୍ୱାର ଦର୍ଶନ କରିବାକୁ ଚାହୁଁଥିବା ଶ୍ରଦ୍ଧାଳୁମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଏହି ଦାବିକୁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ନିକଟରେ ମଧ୍ୟ ଉପସ୍ଥାପନ କରାଯାଇଥିଲା, କିନ୍ତୁ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇନାହିଁ।

କେନ୍ଦ୍ର ସରକାରଙ୍କ ନୀତିଗତ ନିଷ୍ପତ୍ତିରେ ହସ୍ତକ୍ଷେପ କରିହେବ ନାହିଁ: କୋର୍ଟ ଶୁଣାଣି ସମୟରେ ହାଇକୋର୍ଟ ସ୍ୱୀକାର କରିଛନ୍ତି ଯେ, କରତାରପୁର କରିଡର ଶିଖ ସମ୍ପ୍ରଦାୟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ପଥ।

ଏହାର ଖୋଲିବା ଦ୍ୱାରା ତୀର୍ଥଯାତ୍ରୀମାନେ ପାକିସ୍ତାନର ଗୁରୁଦ୍ୱାର ଦରବାର ସାହିବକୁ ପ୍ରବେଶ କରିପାରିବେ।

ତେବେ କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଧାର୍ମିକ ଗୁରୁତ୍ୱ ସତ୍ତ୍ୱେ କେନ୍ଦ୍ର ସରକାରଙ୍କ ନୀତିଗତ ନିଷ୍ପତ୍ତିରେ ହସ୍ତକ୍ଷେପ କରିହେବ ନାହିଁ।

ଦିନିଆ ଓଡ଼ିଶା ଗସ୍ତ ସାରି ନୂଆଦିଲ୍ଲୀ ଫେରିଗଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)