Delhi Capitals: ଡବ୍‌ଲ୍ୟୁପିଏଲ୍‌: ଜୟବର୍ଦ୍ଧନେ ହେଲେ ଦିଲ୍ଲୀ କ୍ୟାପିଟାଲ୍ସ କ୍ରିକେଟ୍‌ ନିର୍ଦେଶକ

Nov 20, 2026 - 14:54
Delhi Capitals: ଡବ୍‌ଲ୍ୟୁପିଏଲ୍‌: ଜୟବର୍ଦ୍ଧନେ ହେଲେ ଦିଲ୍ଲୀ କ୍ୟାପିଟାଲ୍ସ କ୍ରିକେଟ୍‌ ନିର୍ଦେଶକ

ନୂଆଦିଲ୍ଲୀ: ମହିଳା ପ୍ରିମିୟର ଲିଗ୍‌ (ଡବ୍‌ଲ୍ୟୁପିଏଲ୍‌) ଦଳ ଦିଲ୍ଲୀ କ୍ୟାପିଟାଲ୍ସ ଶୁକ୍ରବାର ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ମାହେଲା ଜୟବର୍ଦ୍ଧନେଙ୍କୁ କ୍ରିକେଟ୍‌ ନିର୍ଦେଶକ ଭାବେ ନିଯୁକ୍ତି କରିଛି।

୪୯ ବର୍ଷୀୟ ଏହି ସିଂହଳୀ ବ୍ୟାଟର୍‌ ୫ ଥର ଆଇପିଏଲ୍‌ ବିଜେତା ମୁମ୍ବାଇ ଇଣ୍ଡିଆନ୍ସର ମୁଖ୍ୟ ପ୍ରଶିକ୍ଷକ ପଦ ଛାଡ଼ିବା ପରେ ଏହି ଦାୟିତ୍ବ ଗ୍ରହଣ କରିଛନ୍ତି।

ଦଳର ରଣନୀତି, ପ୍ରତିଭା ଚିହ୍ନଟ ସହ ଖେଳାଳି ଓ ପ୍ରଶିକ୍ଷକଙ୍କ ବିକାଶ ଦିଗରେ ସେ କାମ କରିବେ।

ନିଯୁକ୍ତି ପରେ ଜୟବର୍ଦ୍ଧନେ କହିଛନ୍ତି, “ଦିଲ୍ଲୀ କ୍ୟାପିଟାଲ୍ସର ଭଲ ପରିଚୟ ରହିଛି।

ମହିଳା କ୍ରିକେଟ୍‌ର ଭବିଷ୍ୟତ ପାଇଁ ଦଳ କାମ କରୁଛି।

ଡବ୍ଲ୍ୟୁପିଏଲ୍‌ ଦଳର କ୍ରିକେଟ୍ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ପାଇ ବହୁତ ଖୁସି।

ମହିଳା କ୍ରିକେଟ୍‌ର ଭବିଷ୍ୟତ ଗଠନ ଲାଗି ଡବ୍‌ଲ୍ୟୁପିଏଲ୍‌ରେ ବିପୁଳ ସମ୍ଭାବନା ରହିଛି।

ପ୍ରତିଭାବାନ ଖେଳାଳି ଓ ଅଭିଜ୍ଞ ସହଯୋଗୀଙ୍କ ସହ କାମ କରିବାକୁ ଉତ୍ସାହିତ ଅଛି।

ଦଳର ଶକ୍ତିକୁ ବଢ଼ାଇବା ସହ ପ୍ରଦର୍ଶନରେ ଉନ୍ନତି ଆଣିବା ଏବଂ ଟ୍ରଫି ଜିତାଇବା ମୋର ଲକ୍ଷ୍ୟ ରହିବ''।

Advertisment ବଙ୍ଗୋପସାଗରରେ ୪ ସପ୍ତାହରେ ୩ ବାତ୍ୟା!

କାହିଁକି ବାରମ୍ବାର ମାଡ଼ି ଆସୁଛି ସାମୁଦ୍ରିକ ଝଡ଼?

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)