Cyclone 'Akvan': ବାତ୍ୟା ‘ଆକଭାନ’: ବନ୍ୟାପ୍ରବଣ ଅଞ୍ଚଳ ବୁଲି ସ୍ଥିତି ପରଖିଲେ ଆଇଏଏସ୍ ବିନୀତ ଭରଦ୍ୱାଜ

Nov 20, 2026 - 15:10
Cyclone 'Akvan': ବାତ୍ୟା ‘ଆକଭାନ’: ବନ୍ୟାପ୍ରବଣ ଅଞ୍ଚଳ ବୁଲି ସ୍ଥିତି ପରଖିଲେ ଆଇଏଏସ୍ ବିନୀତ ଭରଦ୍ୱାଜ

ବୈଶିଙ୍ଗା : ବାତ୍ୟା 'ଆକଭାନ' ର ପ୍ରଭାବରେ ମୟୂରଭଞ୍ଜ ଜିଲ୍ଲାରେ ବର୍ଷା ଓ ପ୍ରତିକୂଳ ପାଣିପାଗ ଜାରି ରହିଥିବାବେଳେ ବିପର୍ଯ୍ୟୟର ମୁକାବିଲା ପାଇଁ ପ୍ରଶାସନିକ ତତ୍ପରତା ଦେଖ‌ାଇଛି।

ବିଶେଷକରି ନଦୀକୂଳିଆ ଓ ତଳିଆ ଅଞ୍ଚଳରେ ଜନଜୀବନର ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଚାଲିଛି ଜୋରଦାର ଉଦ୍ଧାର ଓ ରିଲିଫ୍ ଅଭିଯାନ।

ବଡ଼ସାହି ଓ ବେତନଟୀ ବ୍ଲକରେ ୩୫ଟି ବାତ୍ୟା ଆଶ୍ରୟସ୍ଥଳୀରେ ପ୍ରାୟ ୫ ହଜାର ଲୋକଙ୍କୁ ଅସ୍ଥାୟୀ ଭାବେ ଆଶ୍ରୟ ଦିଆଯାଇଥିବାବେଳେ ସେମାନଙ୍କୁ ରନ୍ଧା ଖାଦ୍ୟ ବଣ୍ଟନର ବ୍ୟବସ୍ଥା କରାଯାଉଛି।

ଅନ୍ୟପକ୍ଷରେ ବିପର୍ଯ୍ୟୟ ପରିଚାଳନାର ତଦାରଖ ପାଇଁ ରାଜ୍ୟ ସରକାରଙ୍କ ନିୟୋଜିତ ବରିଷ୍ଠ ଆଇଏଏସ୍ ଅଧିକାରୀ ବିନୀତ ଭରଦ୍ୱାଜ ଶୁକ୍ରବାର ବେତନଟୀ ଓ ବଡ଼ସାହି ବ୍ଲକ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି।

Advertisment ଗତ ୧୯ ନଭେମ୍ବରରେ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ପାନୀୟ ଜଳ ଓ ପରିମଳ ବିଭାଗର ନିର୍ଦ୍ଦେଶକ ତଥା ଆଇଏଏସ୍ ଅଧିକାରୀ ବିନୀତ ଭରଦ୍ୱାଜଙ୍କୁ ତୁରନ୍ତ ପ୍ରଭାବରୁ ମୟୂରଭଞ୍ଜ ଜିଲ୍ଲାରେ ନିୟୋଜିତ କରାଯାଇଥିଲା।

ସେ ଜିଲ୍ଲା ପ୍ରଶାସନ ସହ ସମନ୍ୱୟ ରକ୍ଷା କରି ବିପର୍ଯ୍ୟୟ ପ୍ରସ୍ତୁତି, ରିଲିଫ୍ ବଣ୍ଟନ ଓ ପୁନରୁଦ୍ଧାର କାର୍ଯ୍ୟର ତଦାରଖ କରୁଛନ୍ତି ।

ଏହି କ୍ରମରେ ଶୁକ୍ରବାର ମଧ୍ୟାହ୍ନରେ ସେ ବେତନଟୀ ଓ ବଡ଼ସାହି ବ୍ଲକର ବିଭିନ୍ନ ବନ୍ୟାପ୍ରବଣ ଅଞ୍ଚଳ, ନଦୀକୂଳିଆ ତଳିଆ ଗ୍ରାମ ଏବଂ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରିଥିଲେ।

ଗସ୍ତ ସମୟରେ ସେ ଉଭୟ ବ୍ଲକର ପ୍ରଶାସନିକ ଅଧିକାରୀଙ୍କ ସହ ବିଭିନ୍ନ ସ୍ଥାନର ସ୍ଥିତି ଅନୁଧ୍ୟାନ କରିବା ସହ ଆଶ୍ରୟସ୍ଥଳୀରେ ଲୋକଙ୍କ ରହିବା ବ୍ୟବସ୍ଥା, ପାନୀୟ ଜଳ, ଖାଦ୍ୟ, ଔଷଧ ଓ ଅନ୍ୟାନ୍ୟ ମୌଳିକ ସୁବିଧା ସମ୍ପର୍କରେ ତଦାରଖ କରିଥିଲେ।

ବିପଦସଂକୁଳ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ଭାବେ ଆଣିବା, ରିଲିଫ୍ ବଣ୍ଟନକୁ ସୁବ୍ୟବସ୍ଥିତ କରିବା ଏବଂ ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଉପରେ ଆଲୋଚନା କରିଥିଲେ।

ତଳିଆ ଓ ବିପଦସଙ୍କୁଳ ଅଞ୍ଚଳରୁ ଲୋକଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଅନୁଯାୟୀ ତଳିଆ ଓ ବିପଦସଂକୁଳ ଅଞ୍ଚଳରୁ ଲୋକଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଉଛି।

ସନ୍ଧ୍ୟା ସୁଦ୍ଧା ପ୍ରାୟ ୩୫ଟି ଆଶ୍ରୟସ୍ଥଳୀରେ ପ୍ରାୟ ୫ ହଜାର ଲୋକଙ୍କୁ ରଖାଯାଇ ସେମାନଙ୍କ ପାଇଁ ରନ୍ଧା ଖାଦ୍ୟ ସହ ପାନୀୟ ଜଳ ଓ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯିବାର ସମ୍ପୂର୍ଣ୍ଣ ବ୍ୟବସ୍ତା କରାଯାଇଛି ।

ଚୁଡ଼ା, ଗୁଡ଼, ବିସ୍କୁଟ ଭଳି ଶୁଖିଲା ଖାଦ୍ୟ ଓ ଔଷଧ ମହଜୁଦ ରଖାଯାଇଛି।

ପ୍ରସବ ସମୟ ପାଖେଇ ଆସିଥିବା ଗର୍ଭବତୀ ମହିଳାଙ୍କୁ ଚିହ୍ନଟ କରି ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ର କିମ୍ବା ମା' ଗୃହକୁ ସ୍ଥାନାନ୍ତର କରିବା ଉପରେ ମଧ୍ୟ ପ୍ରଶାସନ ଗୁରୁତ୍ୱ ଦେଇଛି।

ଅନ୍ୟପକ୍ଷରେ ଜରୁରୀକାଳୀନ ସ୍ଥିତିରେ ପ୍ରଶାସନିକ କାର୍ଯ୍ୟକୁ ଅବିରତ ଜାରି ରଖିବା ପାଇଁ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି।

ବିନା ଅନୁମତିରେ ସଦରମହକୁମା ନ ଛାଡ଼ିବାକୁ ନିର୍ଦ୍ଦେଶ ରହିଛି।

ଜିଲ୍ଲା ଜରୁରୀକାଳୀନ କାର୍ଯ୍ୟ ପରିଚାଳନା କେନ୍ଦ୍ର ସମେତ ସମସ୍ତ ବ୍ଲକରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ କାର୍ଯ୍ୟ କରୁଛି।

ଉଦ୍ଧାର କାର୍ଯ୍ୟ ପାଇଁ ଅଗ୍ନିଶମ ବାହିନୀ ଓ ଓଡ୍ରାଫ୍ ଟିମ୍‌କୁ ଆବଶ୍ୟକ ଯନ୍ତ୍ରପାତି ସହ ସଜାଗ ରଖାଯାଇଛି।

ଜଳସମ୍ପଦ ବିଭାଗ ନଦୀବନ୍ଧ ଓ ଜଳଭଣ୍ଡାର ଉପରେ ନଜର ରଖିଥିବାବେଳେ ବିଦ୍ୟୁତ୍ ଓ ପାନୀୟ ଜଳ ଯୋଗାଣକୁ ଶୀଘ୍ର ସ୍ୱାଭାବିକ କରିବା ପାଇଁ ସମ୍ପୃକ୍ତ ବିଭାଗୀୟ ଟିମ୍‌ଗୁଡ଼ିକୁ ପ୍ରସ୍ତୁତ ରଖାଯାଇଛି।

ବାତ୍ୟା ସ୍ଥଳଭାଗ ଛୁଇଁବା ପରେ ମଧ୍ୟ ବର୍ଷା ଜାରି ରହିଥିବାରୁ ନଦୀର ଜଳସ୍ତର ବୃଦ୍ଧି, ଜଳବନ୍ଦୀ ଓ ଅନ୍ୟାନ୍ୟ ବିପର୍ଯ୍ୟୟର ଆଶଙ୍କାକୁ ନେଇ ପ୍ରଶାସନ ସତର୍କ ରହିଛି।

ଏଭଳି ସମୟରେ ଜନସାଧାରଣଙ୍କୁ ଗୁଜବରୁ ଦୂରେଇ ରହି କେବଳ ପାଣିପାଗ ବିଭାଗ ଓ ଜିଲ୍ଲା ପ୍ରଶାସନର ଅଧିକୃତ ସୂଚନା ଅନୁସରଣ କରିବାକୁ ପରାମର୍ଶ ଦିଆଯାଇଛି।

ଜରୁରୀ ସହାୟତା ପାଇଁ ୧୦୭୦ ଓ ୧୧୨ ନମ୍ବରରେ ଯୋଗାଯୋଗ କରିବାକୁ ମଧ୍ୟ ଅନୁରୋଧ କରାଯାଇଛି।

ବିପର୍ଯ୍ୟୟର ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ କେବଳ ପ୍ରସ୍ତୁତି ନୁହେଁ, ବରଂ ତୃଣମୂଳସ୍ତରରେ ତ୍ୱରିତ ଉଦ୍ଧାର, ନିରନ୍ତର ରିଲିଫ୍ ଯୋଗାଣ ଓ ଜନସାଧାରଣଙ୍କ ସୁରକ୍ଷା ହିଁ ପ୍ରଶାସନର ପ୍ରମୁଖ ଆହ୍ୱାନ ପାଲଟିଛି।

ଆଗାମୀ ସମୟରେ ବର୍ଷାର ପରିମାଣ ଓ ନଦୀର ଜଳସ୍ତର ଉପରେ ଜିଲ୍ଲା ପ୍ରଶାସନର ନଜର ରହିଥିବାବେଳେ ବାତ୍ୟା ପରବର୍ତ୍ତୀ କ୍ଷୟକ୍ଷତିର ଆକଳନ ଓ ପୁନରୁଦ୍ଧାର କାର୍ଯ୍ୟ ମଧ୍ୟ ଗୁରୁତ୍ୱ ବହନ କରୁଛି।

ବଙ୍ଗୋପସାଗରରେ ୪ ସପ୍ତାହରେ ୩ ବାତ୍ୟା!

କାହିଁକି ବାରମ୍ବାର ମାଡ଼ି ଆସୁଛି ସାମୁଦ୍ରିକ ଝଡ଼?

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)