Delhi building collapse: ଦିଲ୍ଲୀ କୋଠା ଭୁଶୁଡ଼ିବା ଘଟଣା: ପୁଲିସ ଏଫ୍‌ଆଇଆର୍‌ରେ ସାଂଘାତିକ ତଥ୍ୟ

Sep 08, 2026 - 20:54
Delhi building collapse: ଦିଲ୍ଲୀ କୋଠା ଭୁଶୁଡ଼ିବା ଘଟଣା: ପୁଲିସ ଏଫ୍‌ଆଇଆର୍‌ରେ ସାଂଘାତିକ ତଥ୍ୟ

"ନୂଆଦିଲ୍ଲୀ: ଦିଲ୍ଲୀର ସତ୍ୟ ନିକେତନରେ ରବିବାର ଭୁଶୁଡ଼ି ପଡ଼ିଥିବା ପିଜି (ପେୟିଂ ଗେଷ୍ଟ) କୋଠାକୁ ନେଇ ପୁଲିସ ଏଫ୍‌ଆଇଆର୍‌ରେ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି।

ପ୍ରାୟ ୫୦ ବର୍ଷ ପୁରୁଣା କୋଠାର ମୂଳ ଭିତ୍ତି ଅତିରିକ୍ତ ଭାର ସମ୍ଭାଳିବାକୁ ସକ୍ଷମ ନଥିବା ମାଲିକମାନେ ଜାଣିଥିଲେ ବୋଲି ଏଫ୍‌ଆଇଆର୍‌ରେ ଦର୍ଶାଯାଇଛି।

ଏହା ସତ୍ତ୍ୱେ ଅଧିକ ଭଡ଼ା ଆୟ ଉଦ୍ଦେଶ୍ୟରେ ପୁରୁଣା କୋଠା ଉପରେ ୪ ମହଲା ନିର୍ମାଣ କରାଯାଇଥିବା ଅଭିଯୋଗ ହୋଇଛି।Advertisment ଏହି କୋଠାରେ "ହଷ୍ଟେଲ୍‌ ଡେଜ୍‌" ନାମରେ ପିଜି ଚାଲୁଥିଲା।

ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଦକ୍ଷିଣ କ୍ୟାମ୍ପସ୍‌ ନିକଟରେ ଥିବାରୁ ଏଠାରେ ଅନେକ ଛାତ୍ର ରହୁଥିଲେ।

ଏଫ୍‌ଆଇଆର୍‌ ଅନୁସାରେ ମାଲିକ ହରିରାମ ବଂଶଲ ଓ ତାଙ୍କ ଭାଇ ଅଧିକ ଭଡ଼ା ପାଇବା ଆଶାରେ ପୁରୁଣା ଢାଞ୍ଚା ଉପରେ ଚାରି ମହଲା ନିର୍ମାଣ କରିଥିଲେ।

ପରେ କୋଠାରେ ଆହୁରି ନିର୍ମାଣ କାମ ଚାଲିଥିଲା।

ଏହା ଫଳରେ କୋଠାର ଭାର ବହନ କ୍ଷମତା ଉପରେ ଅତ୍ୟଧିକ ଚାପ ପଡ଼ିଥିବା ପୁଲିସ ଅଭିଯୋଗ କରିଛି।

Building collapse: ଦିଲ୍ଲୀରେ ଛଅମହଲା କୋଠା ଭୁଶୁଡ଼ିଲା; ୩ ମୃତ ରବିବାର ଅପରାହ୍ଣ ପ୍ରାୟ ୧ଟା ୩୦ରେ କୋଠାଟି ଭୁଶୁଡ଼ି ପଡ଼ିଥିଲା।

ଏଥିରେ ୭ ଜଣଙ୍କ ମୃତ୍ୟୁ ହୋଇଛି ଓ ୫ ଜଣ ଆହତ ହୋଇଛନ୍ତି।

ଏହି ଘଟଣାରେ ଦକ୍ଷିଣ କ୍ୟାମ୍ପସ୍‌ ଥାନାରେ ଏଫ୍‌ଆଇଆର୍‌ ରୁଜୁ ହୋଇଛି।

ଏଫ୍‌ଆଇଆର୍‌ରେ କୁହାଯାଇଛି ଯେ, ମୂଳ ଭିତ୍ତି ଅତିରିକ୍ତ ଭାର ସମ୍ଭାଳି ପାରିବ ନାହିଁ ବୋଲି ଜାଣିଥିଲେ ମଧ୍ୟ ନିର୍ମାଣ କରାଯାଇଥିଲା।

ଏହି ଅବହେଳା ଯୋଗୁଁ ଜୀବନ ଓ ସମ୍ପତ୍ତିର କ୍ଷତି ଘଟିଥିବା ପୁଲିସ ଅଭିଯୋଗ କରିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)