Dedicated Bus Lanes ଭୁବନେଶ୍ବରରେ ହେବ ‘ସମର୍ପିତ ବସ୍‌ ପଥ’ ବ୍ୟବସ୍ଥା

Aug 13, 2026 - 20:03
Dedicated Bus Lanes ଭୁବନେଶ୍ବରରେ ହେବ ‘ସମର୍ପିତ ବସ୍‌ ପଥ’ ବ୍ୟବସ୍ଥା

"ପାଇଲଟ୍ ଭିତ୍ତିରେ କାର୍ଯ୍ୟକାରୀ ପାଇଁ ଭୁବନେଶ୍ଵରର ୨ଟି ମୁଖ୍ୟ ସଡ଼କକୁ ଚିହ୍ନଟ ଭୁବନେଶ୍ୱର: ରାଜ୍ୟ ରାଜଧାନୀ ଭୁବନେଶ୍ବରରେ ନିର୍ମାଣ ହେବ "ସମର୍ପିତ ବସ୍‌ ପଥ" (ଡେଡିକେଟେଡ୍‌ ବସ୍‌ ଲେନ୍‌)।

ଏହି ଲେନ୍‌ରେ ସାଧାରଣ ବସ୍ ସହ ସ୍କୁଲ୍ ବସ୍ ଏବଂ ଆମ୍ବୁଲାନ୍‌ସ ଆଦି ଜରୁରୀକାଳୀନ/ଅତ୍ୟାବଶ୍ୟକ ସେବା ଯାନବାହନକୁ ପ୍ରାଥମିକତା ଦିଆଯିବ।Advertisment Ama Bus Accidents ପୂର୍ବବର୍ଷ ତୁଳନାରେ "ଆମ ବସ୍‌" ଦୁର୍ଘଟଣା ୫୨ ପ୍ରତିଶତ କମିଛି ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ଅଧୀନସ୍ଥ କ୍ରୁଟ୍ ପକ୍ଷରୁ ଭୁବନେଶ୍ୱରର ଦୁଇଟି ପ୍ରମୁଖ କରିଡରରେ ପାଇଲଟ୍ ଭିତ୍ତିରେ "ବସ୍ ପ୍ରାଥମିକତା ଲେନ୍"ବ୍ୟବସ୍ଥା ଆରମ୍ଭ କରିବାକୁ ପ୍ରସ୍ତାବ ଦିଆଯାଇଛି।

ସେଗୁଡ଼ିକ ହେଲା- ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର–ନନ୍ଦନକାନନ – ୧୮ କିମି ଏବଂ ବାଣୀବିହାର–ଶିଶୁ ଭବନ– ୫ କିମି ବିମାନବନ୍ଦର–ନନ୍ଦନକାନନ ଲେନ୍ ସହରର ପ୍ରମୁଖ ପ୍ରଶାସନିକ, ଶିକ୍ଷା, ବାଣିଜ୍ୟିକ ଓ ସ୍ୱାସ୍ଥ୍ୟସେବା କେନ୍ଦ୍ରଗୁଡ଼ିକୁ ସଂଯୋଗ କରୁଛି।

ଏହି କରିଡରରେ ୩୪ଟି ବସ୍ ଷ୍ଟପ୍ ରହିଥିବା ବେଳେ ପ୍ରମୁଖ ରୁଟ୍‌ଗୁଡ଼ିକରେ ପ୍ରତିଦିନ ହାରାହାରି ପ୍ରାୟ ୯ରୁ ୧୦ ହଜାର ଯାତ୍ରୀ ଯାତାୟାତ କରୁଛନ୍ତି।

ସେହିପରି ବାଣୀବିହାର–ଶିଶୁ ଭବନ  ମାଷ୍ଟର କ୍ୟାଣ୍ଟିନ୍, ରାଜମହଲ, ରାମ ମନ୍ଦିର ଓ ଭୁବନେଶ୍ୱର ରେଳ ଷ୍ଟେସନ୍ ଅଞ୍ଚଳ ସମେତ ପ୍ରମୁଖ ବାଣିଜ୍ୟିକ ଓ ଶିକ୍ଷାନୁଷ୍ଠାନମାନ ରହିଛି ।

ଏହି ଲେନରେ ୧୫ଟି ବସ୍ ଷ୍ଟପ୍ ରହିଥିବା ବେଳେ ପ୍ରତିଦିନ ପ୍ରାୟ ୫,୦୦୦ରୁ ୬,୫୦୦ ଯାତ୍ରୀ ଯାତାୟାତ କରୁଛନ୍ତି।

Bhubaneswar traffic: ଭୁବନେଶ୍ବର ଟ୍ରାଫିକ୍: ଅଣନିଶ୍ବାସୀ କରିଦେଲେ ପରବର୍ତ୍ତୀ ସମୟରେ ପାଇଲଟ୍‌ର ଅଭିଜ୍ଞତା ଓ ତଥ୍ୟ ଆଧାରରେ ଭବିଷ୍ୟତରେ ଏହି ମଡେଲ୍‌କୁ ଅନ୍ୟ କରିଡରରେ ବିସ୍ତାର କରାଯିବ।

ପ୍ରସ୍ତୁତି ପର୍ଯ୍ୟାୟ ପ୍ରାୟ ୧୦ରୁ ୧୨ ସପ୍ତାହ ଧରି ଚାଲିବ।

ଏହି ସମୟରେ ବିସ୍ତୃତ ଟ୍ରାଫିକ୍ ସର୍ଭେ, କରିଡର୍ ଭିତ୍ତିକ ଡିଜାଇନ୍, ଲେନ୍ ମାର୍କିଂ, ସାଇନେଜ୍, ବସ୍ କ୍ୟୁ ସେଲ୍ଟର୍ (ବିକ୍ୟୁଏସ୍)ର ଉନ୍ନତିକରଣ, ଟ୍ରାଫିକ୍ ସିଗ୍ନାଲ୍‌ର ସମନ୍ୱୟ ଏବଂ ଅଟୋ/କ୍ୟାବ୍ ଭଳି ତିନିଚକିଆ ଯାନ ପାଇଁ ନିର୍ଦ୍ଦିଷ୍ଟ ପିକ୍-ଅପ୍ ଓ ଡ୍ରପ୍-ଅଫ୍ ସ୍ଥାନ ଚିହ୍ନଟ କରାଯିବ।

ଏହା ପରେ ୩ରୁ ୬ ମାସର ପାଇଲଟ୍ ପର୍ଯ୍ୟାୟ ଆରମ୍ଭ ହେବ ଏବଂ ଏହି ସମୟରେ ଇଣ୍ଟେଲିଜେଣ୍ଟ ଟ୍ରାନ୍ସପୋର୍ଟେସନ୍ ମ୍ୟାନେଜମେଣ୍ଟ ସିଷ୍ଟମ୍ (ITMS) ମାଧ୍ୟମରେ ତଥ୍ୟ ସଂଗ୍ରହ ସହ କାର୍ଯ୍ୟଦକ୍ଷତାର ନିରନ୍ତର ନିରୀକ୍ଷଣ କରାଯିବ।

18 events at Bhubaneswar: ଭୁବନେଶ୍ବର କଣ୍ଟିନେଣ୍ଟାଲ୍‌ ଟୁର୍‌ ସିଲଭର୍‌ ମିଟ୍‌ରେ ୧୮ ଇଭେଣ୍ଟ: କଳିଙ୍ଗ ଷ୍ଟାଡିୟମ୍‌ରେ ଆସନ୍ତା ୨୨ରେ ଖେଳାଯିବ ଏ ସମ୍ପର୍କରେ ଆଜି ଖାରବେଳ ଭବନ, ଭୁବନେଶ୍ୱରଠାରେ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା।

ବୈଠକରେ ପରିବହନ କମିଶନର ଅମିତାଭ ଠାକୁର, କ୍ରୁଟ୍‌ର ପରିଚାଳନା ନିର୍ଦ୍ଦେଶକ ମହମ୍ମଦ ସିଦ୍ଦିକ୍ ଆଲମ, ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) କମିଶନର ଚଞ୍ଚଳ ରାଣାଙ୍କ ସମେତ ଅତିରିକ୍ତ ଡିସିପି (ଟ୍ରାଫିକ୍), ମୁଖ୍ୟ ନିର୍ମାଣ ଯନ୍ତ୍ରୀ, ଆର୍‌ ଆଣ୍ଡ୍ ବି, ପୂର୍ତ୍ତ ବିଭାଗ, ଭୁବନେଶ୍ୱର ଉନ୍ନୟନ ପ୍ରାଧିକରଣ (ବିଡିଏ) ଓ ବିଏମ୍‌ସିର ଅଧିକାରୀମାନେ ଯୋଗଦେଇଥିଲେ।

Impossible traffic: ପଳାଶୁଣୀରେ ଅସମ୍ଭାଳ ଟ୍ରାଫିକ୍‌ ସୂଚନାଯୋଗ୍ୟ, ବର୍ତ୍ତମାନ ମିଶ୍ରିତ ଯାତାୟାତ ଯୋଗୁଁ ପ୍ରତି ମାସରେ ପ୍ରାୟ ୧,୨୦୦ରୁ ୧,୫୦୦ଟି ବସ୍ ଟ୍ରିପ୍ ପ୍ରଭାବିତ ହେଉଥିବା ଆକଳନ କରାଯାଇଛି।

ଟ୍ରାଫିକ୍ ସମ୍ବନ୍ଧୀୟ ବାତିଲ୍ ଯୋଗୁଁ ପ୍ରାୟ ୧୬ ପ୍ରତିଶତ ଟ୍ରିପ୍ ହ୍ରାସ ହେଉଥିବା ସହ ବସ୍‌ଗୁଡ଼ିକର ଯାତ୍ରା ସମୟରେ ମଧ୍ୟ ବ୍ୟାପକ ଅନିୟମିତତା ଦେଖାଦେଉଛି।

ରାସ୍ତାର ଉପଯୁକ୍ତ କର୍ବ-ସାଇଡ୍ ସ୍ଥାନକୁ ବସ୍‌ର ପ୍ରାଥମିକ ଗତି ପାଇଁ ବ୍ୟବହାର କରାଯାଇ ପାରିଲେ ବସ୍ ଯାତ୍ରା ସମୟରେ ୧୦ରୁ ୨୦ ପ୍ରତିଶତ ହ୍ରାସ ଏବଂ ହାରାହାରି ବସ୍ ଗତିରେ ୧୫ରୁ ୨୫ ପ୍ରତିଶତ ଉନ୍ନତି ହେବା ସହ ସଡ଼କ ସୁରକ୍ଷାରେ ମଧ୍ୟ ସୁଧାର ଆସିବ ବୋଲି ଆଶା କରାଯାଉଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media