Death: ବାରସୁଆଁ ଲୌହ ଖଣିରେ ଅଘଟଣ, କାର୍ଯ୍ୟରତ ଶ୍ରମିକଙ୍କ ଚାଲିଗଲା ଜୀବନ
"କୋଇଡା: କୋଇଡା ଖଣି ମଣ୍ଡଳ ଅନ୍ତର୍ଗତ ବାରସୁଆଁ ଲୌହଖଣିରେ ଆଜି ସକାଳ ୬:୩୦ମିନିଟରେ ଜଣେ ଠିକା ଶ୍ରମିକ ତରୁଣ ଭୁମିଜ ଖଣି ଭେଲି ପଏଣ୍ଟରୁ ନମୁନା ସଂଗ୍ରହ କରୁଥିବା ସମୟରେ ତାଙ୍କ ଉପରେ ଲୁହା ପଥର ଧସି ପଡ଼ିଥିଲା।
ଏହାଫଳରେ ସେ ସେହି ଲୁହା ପଥର ତଳେ ଦାବି ଯାଇଥିଲେ l ନିକଟରେ କାର୍ଯ୍ୟରତ ଶ୍ରମିକ ଦେଖି ତାଙ୍କୁ ଉଦ୍ଧାର କାରିଥିଲେ lAdvertisment ଶବ ରଖି ପ୍ରତିବାଦ ଶ୍ରମିକଙ୍କୁ ଉଦ୍ଧାର କରାଯାଇ ଟେନସା ହସ୍ପିଟାଲକୁ ପଠା ଯାଇଥିଲା l ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ନ୍ୟାୟ ଦାବିରେ ତାଙ୍କ ପରିବାର ଲୋକଙ୍କ ସହିତ ଠିକା ଶ୍ରମିକମାନେ ବାରସୁଆଁ ଲୌହଖଣି ମୁଖ୍ୟ ଫାଟକ ସମ୍ମୁଖରେ ଶବ ରଖି ପ୍ରତିବାଦ କରିଛନ୍ତି l Hotel fire: ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ: ୭ ଜୀବନ୍ତ ଦଗ୍ଧ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
