Death: ଶୋଇଥିବାବେଳେ ଯୁବକଙ୍କୁ କାମୁଡ଼ିଲା ସାପ, ଚାଲିଗଲା ଜୀବନ
"କେନ୍ଦୁଝର: ବିଷାକ୍ତ ସାପ କାମୁଡ଼ାରେ ଯୁବକ ମୃତ।
କେନ୍ଦୁଝର ଜିଲ୍ଲା ବାରିଆ ଥାନା ଭୂଇଁପୁର ମଠଗୋଡ଼ ସାହିର ୪୦ ବର୍ଷୀୟ ବୀରବର ନାଏକଙ୍କର ବିଷାକ୍ତ ସାପ କାମୁଡ଼ାରେ ମୃତ୍ୟୁ ହୋଇଛି।
ଗତକାଲି ରାତିରେ ବୀରବର ଖାଇପିଇ ନିଜ ଘର ଚଟଣାରେ ଶୋଇଥିବାବେଳେ ଏକ ଚିତି ସାପ ତାଙ୍କୁ କାମୁଡ଼ି ଦେଇଥିଲା ।
ରାତି ପ୍ରାୟ ୩ଟାରେ ସେ ଅସୁସ୍ଥ ଅନୁଭବ କରିବାରୁ ପରିବାର ଲୋକଙ୍କୁ ଜଣାଇଥିଲେ ।Advertisment ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ପରେ ପରିବାର ଲୋକ ସଙ୍ଗେସଙ୍ଗେ ତାଙ୍କୁ ଭଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ନିମନ୍ତେ ନେଇଯାଇଥିଲେ।
ସେଠାରେ ଡାକ୍ତର ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସା କେନ୍ଦ୍ରକୁ ପଠାଇ ଦେଇଥିଲେ।
ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।
ସାପକୁ ପରିବାର ଲୋକେ ମାରି ପୋଡ଼ି ଦେଇଥିବାବେଳେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
Rural Development: ୨୦ ବର୍ଷ ଧରି ତାରପୋଲିନ୍ ତଳେ ଜୀବନ: ମୌଳିକ ସୁବିଧାରୁ ବଞ୍ଚିତ ୨୫ ପରିବାର "